fbpx

ହ୍ୱାଟ୍ସଆପରେ ଆସୁଛି ନୂଆ ପରିବର୍ତ୍ତନ, ଏହି ୫ଟି ଫିଚର୍ସ ଆସିବା ପରେ ବଦଳି ଯିବ ବହୁତ କିଛି..

ଏଣିକି ବଦଳିଯିବ ଲୋକପ୍ରିୟ ଆପ୍ ହ୍ୱାଟ୍ସଆପର ରୂପରେଖ । ଅନେକ ଗୁଡିଏ ନୂଆ ପରିବର୍ତ୍ତନ ସହ ଆସୁଛି ହ୍ୱାଟ୍ସଆପ, ଯାହାସମସ୍ତଙ୍କୁ ବେଶ ପସନ୍ଦ ଆସିପରେ । ବିଟା ପ୍ଲାଟଫର୍ମରେ ଏବେ ନୂଆ ଫିଚର୍ସ ଆଣିବାର ପ୍ଲାନିଂ ଜାରି ରହିଛି । ଏମିତି ଏକ ସୂଚନା ମିଳିଛି ହ୍ୱାଟ୍ସଆପକୁ ଟ୍ରାକ୍ କରୁଥିବା ୱେବସାଇଟ ଡଇଈରଗ୍ଧବଓଦ୍ଭଲକ୍ଟ ତରଫରୁ ।

ଏଠାରେ ଆମେ କହି ରଖୁଛୁ ହ୍ୱାଟ୍ସଆପରେ ଏବେ ଆସିବାକୁ ଯାଉଛି ନୂଆ ଧରଣର ୫ଟି ଫିଚର୍ସ । ଲୋକପ୍ରିୟ ହ୍ୱାଟ୍ସଆପର ଫିଚର୍ସ ଗୁଡିକ ପରିବର୍ତ୍ତନ ହେଉଛି, ସ୍କ୍ରିନସଟ ବ୍ଲକିଙ୍ଗ, କ୍ଲିକେବଲ ଲିଙ୍କସ, ସାଇଡବାର, ହ୍ୱାଟ୍ସଆପ ଅବତାର ଏବଂ ହ୍ୱାଟ୍ସଆପ ପ୍ରିମିୟମ ଇତ୍ୟାଦି ଫିଚରରେ ପରିବର୍ତ୍ତନ ଆଣୁଛି ହ୍ୱାଟ୍ସଆପ ।

ହ୍ୱାଟ୍ସଆପ ଏମିତି ଏକ ଫିଚର୍ସ ଆଣିିବାକୁ ଯାଉଛି, ଯାହା ଆସିବା ପରେ ୟୁଜର୍ସ ଆଉ ଆଗ ଭଳି ନିଜ ହ୍ୱାଟ୍ସଆପ ଚାର୍ଟ ଏବଂ ଫଟୋ ସବୁର ସ୍କ୍ରିନସଟ ନେଇ ପାରିବେ ନାହିଁ । ଆହୁରି ପୁଣି ଏତିକି ନୁହେଁ ପୂର୍ବରୁ ଯେମିତି ୟୁଜର୍ସ ସ୍କ୍ରିନ ରେକଡିଂ କରିପାରୁଥିଲେ ତାହା ମଧ୍ୟ ବର୍ତ୍ତମାନ ନେଇ ପାରିବେ ନାହିଁ ୟୁଜର ।

ହ୍ୱାଟ୍ସଆପରେ ଷ୍ଟାଟସ ଫିଚର୍ସ ଏବେ ବହୁତ ସୁନ୍ଦର ହୋଇଯିବ । ଯାହା ଫଳରେ ଆଗ ଅପେକ୍ଷା ୟୁଜର୍ସ ଏହି ଫିଚର୍ସ ଜରିଆରେ ଫଟୋ, ଭଡିଓ ଏବଂ ଟେକ୍ସଟକୁ ସୁନ୍ଦର ଭାବେ ସେୟାର କରିପାରିବେ ଏହା ସହିତ ସେୟାର କରିବା ପାଇଁ ଉନ୍ନତ ଧରଣର ଅନେକ ଅପ୍ସନ ମଧ୍ୟ ରହିବ । ଏହାସହ ଜଡିତ ଏକ ଫିଚର୍ସ ଖୁବଶୀଘ୍ର ଲଞ୍ଚ କରିବ ହ୍ୱାଟ୍ସଆପ । ଏହାପରେ ୟୁଜର୍ସ ଷ୍ଟାଟସ ଭାବେ କୌଣସି ବି ୱେବସାଇଟର ଟଜଖ ସେୟାର କରିପାରିବେ । ଯାହାକୁ ୟୁଜର୍ସ ମାନେ ସହଜରେ ମଧ୍ୟ କ୍ଲିକ କରି ଦେଖି ପାରିବେ ।

ହ୍ୱାଟ୍ସଆପ ନିଜର ୟୁଜର୍ସଙ୍କ ପାଇଁ ଏମିତି ଏକ ଖାସ ଫିଚର୍ସ ଆଣିବା ପାଇଁ ଯୋଜନା କରୁଛି ଯେଉଁଥିରେ ୟୁଜର୍ସ ନିଜର ଏକ ପର୍ସନାଲ ଇମେଜ ତିଆରି କରି ପାରିବେ ଏବଂ ତାହାକୁ ନେଇ ଏକ ଷ୍ଟିକର ଭଳି ସେୟାର ମଧ୍ୟ କରିପାରବେ ।

Get real time updates directly on you device, subscribe now.