WhatsApp Channelରେ ଆସିବାକୁ ଯାଉଛି QR Code ଅପସନ୍‌, ଚ୍ୟାନେଲ ଫଲୋ କରିବା ଆହୁରି ହୋଇଯିବ ସହଜ

ନୂଆଦିଲ୍ଲୀ: ସାରା ଦୁନିଆରେ ହାରାହାରି ୩.୫ ବିଲିୟନରୁ ଅଧିକ ଲୋକ ନିଜର ସ୍ମାର୍ଟଫୋନରେ ହ୍ୱାଟ୍ସଆପର ବ୍ୟବହାର କରନ୍ତି। ହ୍ୱାଟ୍ସଆପ ଆଜିର ସମୟରେ ଏକ ଆବଶ୍ୟକୀୟ ଆପ୍ଲିକେସନ ହୋଇସାରିଛି। ହ୍ୱାଟ୍ସଆପ ନିଜ ୟୁଜର୍ସଙ୍କ ପାଇଁ ବେଳେବେଳେ ନୂଆ ନୂଆ ଫିଚର ଆଣିଥାଏ। ଗୋଟିଏ ବର୍ଷ ପୂର୍ବରୁ ନିଜ ପ୍ଲାଟଫର୍ମରେ ହ୍ୱାଟ୍ସଆପ ଚ୍ୟାନେଲର ଫିଚର ଆଣିଥିଲା ଏବଂ କମ୍ପାନୀ ଏହାକୁ ଲଗାତାର ଅପଡେଟ କରୁଛି। ଏହାରି ମଧ୍ୟରେ ଚ୍ୟାନେଲ ୟୁଜର୍ସଙ୍କ ପାଇଁ ଏକ ନୂଆ ଫିଚର ଆଣିବାକୁ ଯାଉଛି।

ହ୍ୱାଟ୍ସଆପ ଚ୍ୟାନେଲ ଇନଷ୍ଟାଗ୍ରାମ, ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ ଭଳି ସର୍ଭିସ ଦେଇଥାଏ। ଯେଉଁଥିରେ ଆପଣ ଯେକୌଣସି ବ୍ୟକ୍ତି ବା କମ୍ପାନୀକୁ ଫଲୋ କରିପାରିବେ। ଫଲୋ କାରିବା ପରେ ଆପଣ ତାହାର ଡେଲି ଆକ୍ଟିଭିଟୀ ସହ ଅପଡେଟ ରହିପାରିବେ। ଚ୍ୟାନେଲରେ ଆପଣଙ୍କୁ ଓନରକୁ ରିପ୍ଲାଏ କରିବାର ଅପସନ୍ ମିଳୁନଥିଲା।

ମେଟାର ଏହି ଆପରେ ଖୁବଶୀଘ୍ର ଚ୍ୟାନେଲ ୟୁଜର୍ସଙ୍କୁ ନୁଆ QR Code ଫିଚର ମିଳିବାକୁ ଯାଉଛି। ଚ୍ୟାନେଲର ଏହି ଫିଚର ସେୟାରିଂର ଅପସନର କାର୍ଯ୍ୟ କରିବ। ଏହି ଫିଚର ସାହାଯ୍ୟରେ ୟୁଜର୍ସ କେବଳ QR Code କୁ ସ୍କାନ କରି ଯେକୌଣସି ଚ୍ୟାନେଲକୁ ଦେଖାଇପାରିବେ ଏବଂ ଏହାକୁ ଫଲୋ କରିପାରିବେ।

ହ୍ୱାଟ୍ସଆପ ଚ୍ୟାନେଲରେ ଆସୁଥିବା ଏହି ଫିଚରର ସୂଚନା ପପୁଲାର ୱେବସାଇଟ WABetainfo ନିଜ ଲାଟେଷ୍ଟ ରିପୋର୍ଟରେ ଦେଇଛି। WABetainfo ମୁତାବକ ଗୁଗଲ ପ୍ଲେ ଷ୍ଟୋରରେ WhatsApp beta for Android 2.24.22.20 ରୁ ଜଣାପଡିଛି ଯେ, କମ୍ପାନୀ ଏହି ସମୟରେ ଚ୍ୟାନେଲ ପାଇଁ QR Code ଫିଚର ଉପରେ କାର୍ଯ୍ୟ କରୁଛି।