fbpx

WhatsApp ଆଣିଲା ଜବରଦସ୍ତ ଫିଚର୍ସ! ବାରମ୍ବାର ଟାଇପ୍ କରିବାକୁ ପଡ଼ିବନି ଆବଶ୍ୟକ, ଏପରି ହେବ କାମ

Advertisement

ନୂଆଦିଲ୍ଲୀ: ଚଳିତ ବର୍ଷ ହ୍ୱାଟ୍ସଆପରେ ଅନେକ ଜବରଦସ୍ତ ଫିଚର ଆସିବାକୁ ଯାଉଛି । କିଛି ଫିଚର୍ସ ଏପରି ଅଛି, ଯାହାକି ଚାଟିଂ କରିବାର ପଦ୍ଧତିକୁ ସମ୍ପୂର୍ଣ୍ଣ ବଦଳାଇ ଦେବ । ଏଥିରେ ଅଧିକ ଟାଇପ୍ କରିବାକୁ ଆବଶ୍ୟକ ପଡ଼ିବ ନାହିଁ, ବରଂ ଆପଣ ନୂଆ ପଦ୍ଧତିରେ ମଧ୍ୟ ଚାଟିଂ କରିପାରିବେ । ତେବେ ହ୍ୱାଟ୍ସଆପ୍ ନିଜର ନୂଆ ଫିଚର୍ସ ‘ଷ୍ଟିକର ମେକର ଟୁଲ’ ଉପରେ କାମ କରୁଛି । ଏହି ଫିଚର୍ସ ୟୁଜର୍ସଙ୍କୁ ଆଇଓଏସରେ ଆପ୍ଲିକେସନ୍ ମଧ୍ୟରେ ଷ୍ଟିକର୍ ତିଆରି କରିବାକୁ ଅନୁମତି ଦେବ ।

ନୂଆ ଷ୍ଟିକର ଆସୁଛି :-

ରିପୋର୍ଟ ଅନୁଯାୟୀ, ଚାଟ୍ ସେୟାର ଆକ୍ସନ୍ ସିଟ୍ ମଧ୍ୟରେ କମ୍ପାନୀ ଏକ ‘ନୂଆ ଷ୍ଟିକର’ ଅପସନ୍ ଆଣିବାକୁ ଯୋଜନା କରୁଛି । ଏହି ଫିଚର୍ସ ଉପଭୋକ୍ତାମାନଙ୍କୁ ସେମାନଙ୍କର ଲାଇବ୍ରେରୀରୁ ଫଟୋ ସିଲେକ୍ଟ କରିବା ଏବଂ ବ୍ଲାକଗ୍ରାଉଣ୍ଡକୁ ରିମୁଭ୍ କରିବା ଭଳି ଟୁଲ୍ ସହିତ ଏଡିଟ୍ କରିବାର ଅନୁମତି ଦେବ ।

ଥାର୍ଡ ପାର୍ଟି ଆପ୍ ଡାଉନଲୋଡ୍ କରିବାର ଆବଶ୍ୟକତା ନାହିଁ :-
ଏହା ବ୍ୟତୀତ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏହି ନୂତନ ଫିଚର୍ସ ଉପଭୋକ୍ତାମାନଙ୍କୁ ଥାର୍ଡ ପାର୍ଟି ଆପ୍ ଡାଉନଲୋଡ୍ କରିବାରେ ରକ୍ଷା କରିବ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ହ୍ୱାଟ୍ସଆପ୍ ୱେବ୍ ଏବଂ ଡେସ୍କଟପରେ ସମାନ ଉପକରଣ ପୂର୍ବରୁ ରହିଛି, କିନ୍ତୁ ଆଇଓଏସରେ ବିକଶିତ ଉପକରଣ ବ୍ୟବହାରକାରୀଙ୍କୁ ଅଧିକ ସୁବିଧା ଦେବ । ଇନ୍-ଆପ୍ ଷ୍ଟିକର୍ ମେକର ଟୁଲର ବ୍ୟବହାର କରି ଷ୍ଟିକର୍ ତିଆରି କରିବାର କ୍ଷମତା ଉପରେ କାମ ଚାଲିଛି ଏବଂ ଭବିଷ୍ୟତରେ ଆପ୍ ଅପଡେଟ୍ ରେ ସାମିଲ କରାଯିବ ।

Get real time updates directly on you device, subscribe now.