fbpx

ହ୍ୱାଟସଆପର ନୂଆ ଫିଚର୍; ଥରେ ଦେଖିବା ପରେ ଡିଲିଟ୍ ହୋଇଯିବ ଫଟୋ ଓ ଭିଡିଓ

ନୂଆଦିଲ୍ଲୀ: ଯଦି ଆପଣ ଆଣ୍ଡ୍ରଏଡ୍ ଫୋନରେ ହ୍ୱାଟସଆପ୍ ବ୍ୟବହାର କରୁଛନ୍ତି ତେବେ ଆପଣ ପାଇଁ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ପ୍ରକୃତରେ ହ୍ୱାଟସଆପ୍ ନିଜର ୟୁଜର୍ ମାନଙ୍କ ପାଇଁ ଏକ ଭିୟୁ ୱାନସ୍(View Once) ନୂଆ ଫିଚର୍ ଆଣିଛି । ଏହା ଜରିଆରେ ଆପଣ ଯଦି କୌଣସି ଲୋକଙ୍କୁ ଫଟୋ କିମ୍ବା ଭିଡିଓ ପଠାଉଛନ୍ତି । ତେବେ ରିସିଭ୍ କରିଥିବା ଲୋକଟି ତରାକୁ ଦେଖିବା ପରେ ଆପେ ଆପେ ଡିଲିଟ୍ ହୋଇଯିବ । ଆଉ ଯଦି ଡିଲିଟ୍ ହେବା ପୂର୍ବରୁ କୌଣସି ଲୋକ ତାର ସ୍କ୍ରିନସଟ୍ ନେଇ ଯାଉଛି ତେବେ ତାହା ସେଭ୍ ହୋଇପାରିବ ।

ହ୍ୱାଟସଆପ୍ ର ଏହି ନୂତନ ଫିଚର୍ ୨.୨୧୨୬.୧୧ ଭର୍ସନ୍ ରେ ମିଳୁଛି । ଅର୍ଥାତ୍ ଏହି ଭର୍ସନରେ ଆପଣ ଯଦି କୌଣସି ଫଟୋ କିମ୍ବା ଭିଡିଓ ମେସେଜ୍ ଥରେ ଦେଖିବା ପରେ ଡିଲିଟ୍ ହୋଇଯିବ । ଏଥିରେ ଫଟୋ ଏବଂ ଭିଡିଓ ସହିତ View Once ଅପସନ୍ ମଧ୍ୟ ଶୋ କରିବ । ଏହାକୁ ନେଇ କିଛି ୟୁଜର୍ କହିଛନ୍ତି ଯୋ, ଏହି ଫିଚର୍ ଗତ ବର୍ଷ ଲଞ୍ଚ ହୋଇଥିବା ଡିସାପିୟରିଂ ମେସେଜ୍ ଭଳି । ସେଥିରେ ବି କିଛି ଦିନ ପରେ ଫଟୋ ଏବଂ ମେସେଜ୍ ଡିଲିଟ୍ ହୋଇଯାଏ ।

 

Get real time updates directly on you device, subscribe now.