Whatsapp ର ନୂଆ ଫିଚର୍ସ: ଫାଇଲ ଶେୟାର ମିଳିବ ଫାଇଦା

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଦୁନିଆର ସବୁଠୁ ଲୋକପ୍ରିୟ ମେସେଜିଙ୍ଗ୍ ଆପ୍ । ଅନେକ ସମୟରେ ୟୁଜର୍ସଙ୍କୁ ନୂଆ ଅପଡେଟ୍ ମଧ୍ୟ ଦେଇଥାଏ । ଖୁବଶୀଘ୍ର ହ୍ୱାଟ୍ସଆପ୍ ଏକ ନୂଆ ଫିଚର୍ସ ଆସିବାକୁ ଯାଉଛି । ଏହି ଫିଚରର ନାଁ ହେଉଛି ETA ଫିଚର୍ସ । ଏହି ଫିଚର ଦ୍ୱାରା ଫୋଟୋ, ଭିଡିଓ, ଡକ୍ୟୁମେଣ୍ଟ ଆଦି ଶେୟାର କରିବା ବହୁତ ସହଜ ହେବ ଏବଂ ଆପଣଙ୍କ ଅନେକ ସମୟ ମଧ୍ୟ ବଞ୍ଚିଯିବ । ତେବେ ଆସନ୍ତୁ ଜାଣିବା କ’ଣ ଏହି ଫିଚର ଏବଂ ଏହା କିପରି କାମ କରିଥାଏ ।

ର ଏକ ରିପୋର୍ଟ ଅନୁଯାୟୀ ଏହି ନୂଆ ଫିଚର ଦ୍ୱାରା ହ୍ୱାଟ୍ସଆପରେ ଫାଇଲ ଶେୟାର କରିବା ଆହୁରି ସହଜ ହେବ । ଯେତେବେଳେ ଆପଣ କୌଣସି ଫାଇଲ ଶେୟାର କରୁଛନ୍ତି ଏହି ଫିଚର ଦ୍ୱାରା ସେହି ଫାଇଲକୁ ଶେୟାର ହେବା ପାଇଁ କେତେ ସମୟ ଲାଗିବ ତାହା ଜଣାପଡ଼ିବ ।

ତେବେ ବର୍ତ୍ତମାନ ଏହି ଫିଚର୍ସ ବିଟା ୟଜର୍ସଙ୍କ ପାଇଁ ରୋଲଆଉଟ୍ କରାଯାଇଛି । ହ୍ୱାଟ୍ସଆପର ଇଟିଏ ଫିଚରକୁ ଆଇଓଏସ, ଆଣ୍ଡ୍ରଏଡ୍ ଏବଂ ଡେସ୍କଟପ୍ ସବୁ ଭର୍ଜନ ପାଇଁ ରୋଲ ଆଉଟ୍ କରାଯାଇଛି । ତେବେ ଏହି ଫିଚର କେବେ ସବୁ ୟୁଜର୍ସଙ୍କ ପାଇଁ ରୋଲଆଉଟ୍ କରାଯିବ ତାହା ଜଣାପଡ଼ିନାହିଁ ।