ନୂଆଦିଲ୍ଲୀ: ଆଜିକାଲି ହ୍ୱାଟ୍ସଆପରେ ବିବାହ କାର୍ଡ ପଠାଉଛନ୍ତି। ହ୍ୱାଟ୍ସଆପ ମାଧ୍ୟମରେ ବିବାହକୁ ନିମନ୍ତ୍ରଣ କରିବା ଆଜିକାଲି ଫ୍ୟାସନ ପାଲଟିସାରିଲାଣି। ଆଜିକାଲି ଡିଜିଟାଲ ବିବାହ କାର୍ଡର ମଧ୍ୟ କ୍ରେଜ ଚାଲିଛି। ତେବେ ଏହି ଜରିଆରେ ସାଇବର ଠକ ଠକେଇ କରିବାକୁ ପଛାଉ ନାହାନ୍ତି। ଯେତେବେଳେ କିଛି ଡିଜିଟାଲ ଟ୍ରେଣ୍ଡ ହେଉଛି, ଏହାର ଫାଇଦା ଉଠାଇବା ପାଇଁ ସାଇବର ଠକ ପହଞ୍ଚିଯାଉଛନ୍ତି।
ବିବାହର କାର୍ଡରେ ଲକ୍ଷ ଲକ୍ଷ ଟଙ୍କା ଠକେଇ: ସିଧାସାଧା ଲୋକଙ୍କୁ ସ୍କାମର୍ସ ଠକିବାରେ ଲାଗିଛନ୍ତି। ଦୁନିଆରେ ଭିନ୍ନ ଭିନ୍ନ ପ୍ରକାର ସାଇବର ଠକେଇ ଦେଖିବାକୁ ମିଳୁଛି। ତେବେ ମାର୍କେଟରେ ଚାଲିଥିବା ବିବାହ କାର୍ଡ ଠକେଇରୁ ବଞ୍ଚିବା ପାଇଁ ଆପଣଙ୍କୁ ୩ଟି ଭୁଲ ନ କରିବା ଆବଶ୍ୟକ। ଆସନ୍ତୁ ଜାଣିବା..
ଏହି ୩ଟି ଭୁଲ କରନ୍ତୁ ନାହିଁ:
-ଆପଣ ଅଜଣା ନମ୍ବରରୁ ଆସିଥିବା ମେସେଜକୁ ରେସପନ୍ସ କରୁଛନ୍ତି କି? ଯଦି ହଁ, ତେବେ ଏପରି ଭୁଲ କରନ୍ତୁ ନାହିଁ। ଯଦି ହ୍ୱାଟ୍ସଆପରେ କୌଣସି ମେସେଜ ଆସୁଛି, ଯେଉଁ ନମ୍ବର ଆପଣ ଜାଣିନାହାନ୍ତି, ସେହି ନମ୍ବରରେ ଆପଣ ମେସେଜର ରିପ୍ଲାଏ କରନ୍ତୁ ନାହିଁ। ସେହି ନମ୍ବରର ମେସେଜରେ ରିପ୍ଲାଏ ମଧ୍ୟ କରନ୍ତୁ ନାହିଁ।
-ଆଜିକାଲି ସ୍କାମର୍ସ ଅଧିକ ଚତୁରତାର ସହ ଠକେଇ କରୁଛନ୍ତି। ସେମାନେ ଆପଣଙ୍କ ଫୋନକୁ ଏପିକେ ଫାଇଲ ପଠାଇଦେଉଛନ୍ତି। ଯାହାର ନାମ ବୋ ୱେଡିଂ କାର୍ଡ ରଖୁଛନ୍ତି। ଯଦି ଆପଣ ଏହାକୁ ଖୋଲୁଛନ୍ତି, ତେବେ ଏଥିରେ ହ୍ୟାକର୍ସ ଆପଣଙ୍କ ପର୍ସନାଲ ଡାଟା ଚୋରି କରିବାକୁ ଚେଷ୍ଟା କରିବେ। ଏଥିସହ ସେମାନେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖୋଲିବାକୁ ମଧ୍ୟ ଚେଷ୍ଟା କରିପାରନ୍ତି।
-ସାଧାରଣତଃ ବିବାହ ନିମନ୍ତ୍ରଣ ପାଇଁ ଭିଡିଓ ପଠାଯାଉଛି। ବର୍ତ୍ତମାନ ଲୋକେ ନୂଆ ନୂଅ ଷ୍ଟାଇଲରେ ବିବାହ କାର୍ଡକୁ ପଠାଇ ଲୋକେ ଇନଭାଇଟ କରୁଛନ୍ତି। ଯଦି ଆପଣଙ୍କ ପାଖକୁ ଲିଙ୍କ ପଠାଇ ବିବାହ କାର୍ଡ ଦିଆଯାଏ ତେବେ ଏହାକୁ ଓପେନ କରିବା ପୂର୍ବରୁ ଟିକେ ସତର୍କ ରୁହନ୍ତୁ। କୌଣସି ଅଜଣା ନମ୍ବରରୁ ଆସିଥିବା ବିବାହ ନିମନ୍ତ୍ରଣ ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ।