fbpx

ନଭେମ୍ବର ୧ରୁ ଆପଣଙ୍କ ସ୍ମାର୍ଟଫୋନରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍!

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ ହ୍ୱାଟ୍ସଆପ୍ କିଛି ସ୍ମାର୍ଟଫୋନରୁ ନିଜର ସପୋର୍ଟ ବନ୍ଦ କରିବାକୁ ଯାଉଛି । କମ୍ପାନୀ ଘୋଷଣା କରିଛି ଯେ, ନଭେମ୍ବର ୧ରୁ କିଛି ସିଲେକ୍ଟ ସ୍ମାର୍ଟଫୋନରେ ହ୍ୱାଟ୍ସଆପ କାମ କରିବା ବନ୍ଦ ହୋଇଯିବ । ତେବେ କମ୍ପାନୀ ଏପରି ୪୦ରୁ ଅଧିକ ସ୍ମାର୍ଟଫୋନର ଲିଷ୍ଟ ଜାରି କରିଛି, ଯେଉଁଥିରେ ଏବେ ହ୍ୱାଟ୍ସଆପ୍ ସପୋର୍ଟ କରିବ ନାହିଁ । ଆସନ୍ତୁ ଜାଣିବା ଏଥିରେ କେଉଁ କେଉଁ ସ୍ମାର୍ଟଫୋନ୍ ସାମିଲ ରହିଛି…

ନଭେମ୍ବର ୧ରୁ ଆଣ୍ଡ୍ରଏଡ ଓ iOS ପ୍ଲାଟଫର୍ମର କିଛି ପୁରୁଣା ସ୍ମାର୍ଟଫୋନରେ ହ୍ୱାଟ୍ସଆପ୍ କାମ କରିବ ନାହିଁ । ରିପୋର୍ଟ ମୁତାବକ, ଆଣ୍ଡ୍ରଏଡ ୪.୦.୪ରେ ଚାଲୁଥିବା ସ୍ମାର୍ଟଫୋନଗୁଡିକରେ ନଭେମ୍ବର ୧ରୁ ହ୍ୱାଟ୍ସଆପ୍ ବନ୍ଦ ହୋଇଯିବ । ଏହା ସହ iOS ୯ରେ ଚାଲୁଥିବା ଆଇଫୋନରେ ହ୍ୱାଟ୍ସଆପ୍ ସପୋର୍ଟ କରିବ ନାହିଁ । ନଭେମ୍ବର ୧ରୁ Samsung Galaxy Trend Lite, Samsung Galaxy Trend II, Samsung Galaxy SII, Samsung Galaxy S3 mini, Samsung Galaxy Xcover 2, Samsung Galaxy Core ଓ Samsung Galaxy Ace 2ରେ ହ୍ୱାଟ୍ସଆପ ଚାଲିବ ନାହିଁ ।

ଏହା ବ୍ୟତୀତ ନଭେମ୍ବର ୧ରୁ ଯେଉଁ ସ୍କାର୍ଟଫୋନରେ ହ୍ୱାଟ୍ସଫୋନ ସପୋର୍ଟ କରିବ ନାହିଁ, ସେଥିରେ LG Lucid 2, Optimus F7, Optimus F5, Optimus L3 II Dual, Optimus F5, Optimus L5, Optimus L5 II, Optimus L5 Dual, Optimus L3 II, Optimus L7, Optimus L7 II Dual, Optimus L7 II, Optimus F6, Enact , Optimus L4 II Dual, Optimus F3, Optimus L4 II, Optimus L2 II, Optimus, Sony Xperia Miro, Sony Xperia Neo L, Xperia Arc S, Huawei Ascend G740, Ascend Mate, Ascend D Quad XL, Ascend D1 Quad XL, Ascend P1 S, Ascend D2. ZTE Grand S Flex, ZTE V956, Grand X Quad V987 और Grand Memo ସାମିଲ ରହିଛି ।

Get real time updates directly on you device, subscribe now.