ଆଜିଠୁ ଏହି ଫୋନଗୁଡ଼ିକରେ ଚାଲିବନି ହ୍ୱାଟ୍ସଆପ! ଏଠାରେ କରନ୍ତୁ ଚେକ୍‌

ଜାଣନ୍ତୁ ଆଜିଠୁ କେଉଁ ଫୋନରେ ଚାଲିବନି ହ୍ୱାଟ୍ସଆପ

ନୂଆଦିଲ୍ଲୀ: ଯଦି ଆପଣ ପୁରୁଣା ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ତେବେ ଏବେଠାରୁ ସତର୍କ ହୋଇଯାଆନ୍ତୁ। ହ୍ୱାଟ୍ସଆପ ୧ ଜୁନ ଅର୍ଥାତ ଆଜିଠୁ କିଛି ଆଇଫୋନ ଏବଂ ଆଣ୍ଡ୍ରଏଡ ଡିଭାଇସରେ କାମ କରିବା ବନ୍ଦ କରିଦେବ।

ପ୍ରଥମେ ଏହି ପରିବର୍ତ୍ତନ ମେ ରେ ଲାଗୁ ହେବାର ଥିଲା, ହେଲେ କମ୍ପାନୀ ଜୁନରୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି।

କ’ଣ ହ୍ୱାଟ୍ସଆପ ବନ୍ଦ ହୋଇଯିବ: ହ୍ୱାଟ୍ସଆପ ବର୍ତ୍ତମାନ ନିଜ ଆପକୁ ବ୍ୟବହାର କରିବା ପାଇଁ ନୂତନ ସଫ୍ଟୱେୟାର ଭର୍ଜନର ସୀମାକୁ ବୃଦ୍ଧି କରୁଛି। ଏବେଠାରୁ iOS 15 ବା ଏହାଠାରୁ ପୁରୁଣା ଭର୍ଜନରେ ଚାଲୁଥିବା ଆଇଫୋନ୍ସ ଏବଂ Android 5.0 ବା ଏହାଠାରୁ ପୁରୁଣା ଆଣ୍ଡ୍ରଏଡ୍ ଡିଭାଇସ୍ ହ୍ୱାଟ୍ସଆପକୁ ସପୋର୍ଟ କରିବ ନାହିଁ।

କେଉଁ କେଉଁ ଫୋନ ହେବେ ପ୍ରଭାବିତ:

  • iPhone 5s
  • iPhone 6
  • iPhone 6 Plus
  • iPhone 6s
  • iPhone 6s Plus
  • iPhone SE

ଆଣ୍ଡ୍ରଏଡ୍ ଫୋନ୍ସ:

  • Samsung Galaxy S4
  • Samsung Galaxy Note 3
  • Sony Xperia Z1
  • LG G2
  • Huawei Ascend P6
  • Moto G (1st Gen)
  • Motorola Razr HD
  • Moto E 2014

ଏହି ସମସ୍ତ ଡିଭାସ ବହୁତ ପୁରୁଣା ଏବଂ ଏହି ଫୋନରେ ନୂଆ ଅପଡେଟ୍ସ ମିଳୁନାହିଁ, ଯେଉଁଥିରେ ହ୍ୱାଟ୍ସଆପର ନୂଆ ସିକ୍ୟୁରିଟି ଏବଂ ଫିଚର୍ସ ଏଥିରେ କାମ କରିବ।