ହୋଟେଲରେ ପ୍ରେମିକାର ସ୍ୱାମୀକୁ ଦେଖି ବିନା ପୋଷାକରେ ରାସ୍ତାରେ ଦୌଡ଼ିଲା ପ୍ରେମିକ
ବିନା ପୋଷାକରେ ହାଇଓ୍ୱେରେ ଦୌଡ଼ିଲା ପ୍ରେମିକ।
ଉତ୍ତରପ୍ରଦେଶ: ସ୍ତ୍ରୀକୁ ପିତା ଲାଗୁଥିଲା ସ୍ୱାମୀ ପ୍ରେମ। ସେଥିପାଇଁ ପ୍ରେମିକ ସାଥୀରେ ହୋଟେଲରେ କରୁଥିଲା ରାସଲୀଳା। ଆଉ ସ୍ତ୍ରୀ ପ୍ରେମିକ ସାଥିରେ ହୋଟେଲରେ ଥିବା ନେଇ ଖବର ପାଇଥିଲେ ସ୍ୱାମୀ।
ତେଣୁ ସମ୍ପର୍କୀୟଙ୍କୁ ସାଙ୍ଗରେ ଧରି ସ୍ତ୍ରୀର ପୋଲ୍ ଖୋଲିବାକୁ ହୋଟେଲରେ ପହଞ୍ଚିଥିଲେ ସ୍ୱାମୀ। ଆଉ ହୋଟେଲରେ ପହଞ୍ଚିବା ପରେ ଯାହା ହେଲା ତାହା ଆପଣ କେବେ କଳ୍ପନା ମଧ୍ୟ କରିନଥିବେ। କାରଣ ପ୍ରେମିକାର ସ୍ୱାମୀକୁ ଦେଖି ଉଲଗ୍ନ ହୋଇ ଦୌଡ଼ିବାକୁ ଲାଗିଥିଲା ପ୍ରେମିକ।
ସ୍ତ୍ରୀର ହୋଟେଲରେ ରାସଲୀଳା: ଉତ୍ତର ପ୍ରଦେଶର ହାପୁର ଅଞ୍ଚଳ। ଜଣେ ବିଶ୍ୱାସଘାତୀ ସ୍ତ୍ରୀ ନିଜ ସ୍ୱାମୀର ବିଶ୍ୱାସରେ ବିଷ ଦେଇ ହୋଟେଲରେ ପ୍ରେମିକ ସହ କରୁଥିଲା ରାସଲୀଳା।
ଆଉ ସ୍ତ୍ରୀ ହୋଟେଲରେ ଥିବା ନେଇ ଖବର ପାଇଥିଲା ସ୍ୱାମୀ। ତେଣୁ ସ୍ତ୍ରୀର କୁକର୍ମର ପର୍ଦ୍ଦାଫାସ କରିବାକୁ ସମ୍ପର୍କୀୟଙ୍କୁ ସାଥୀରେ ଧରି ହୋଟେଲରେ ପହଞ୍ଚିଲା ସ୍ୱାମୀ।
ସେତେବେଳେ ସେ ଭିଡ଼ିଓ ମଧ୍ୟ କରୁଥିଲେ। ହେଲେ ହୋଟେଲର କର୍ମଚାରୀ ସ୍ୱାମୀ ଜଣଙ୍କୁ ହୋଟେଲ ଭିତରକୁ ଛାଡ଼ି ନଥିଲେ। ବରଂ ସେମାନଙ୍କ ସହ ଯୁକ୍ତିତର୍କ କରିଥିଲେ।
ଉଲଗ୍ମ ହୋଇ ଦୌଡ଼ିଲା ପ୍ରେମିକ: ହେଲେ ଶେଷରେ କାହାରି କଥା ନସୁଣି ସ୍ୱାମୀ ଜଣକ ହୋଟେଲର ପ୍ରଥମ ମହଲାକୁ ଯାଇ ତାଙ୍କ ସ୍ତ୍ରୀକୁ ଖୋଜିଥିଲେ।
ଆଉ ହୋଟେଲରେ ଏକ ରୁମରୁ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ। ଆଉ ତାପରେ ଯାହା ହେଲା କେହି କେବେ ଭାବିନଥିଲେ।
ହୋଟେଲ ରୁମରେ ପ୍ରେମିକାର ସ୍ୱାମୀକୁ ଦେଖି କପଡ଼ା ନପିନ୍ଧି ଉଲଗ୍ନ ହୋଇ ହୋଟେଲରୁ ଦୌଡ଼ିବାକୁ ଲାଗିଲା ପ୍ରେମିକ। ହୋଟେଲରେ ଥିବା ଅନ୍ୟ ସମ୍ପର୍କୀୟ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ।
ହେଲେ ପ୍ରେମିକ ଜଣକ କାହାରିକୁ ଧରା ନଦେଇ ଉଲଗ୍ନ ହୋଇ ହୋଟେଲ ବାହାରକୁ ଚାଲିଗଲେ। ଆଉ ସିଧା ସିଧା ହାଇଓ୍ୱେ ଉପରେ କିଛି ବାଟ ଦୌଡ଼ିବା ପରେ ଏକ କ୍ଷେତ ଭିତରେ ଲୁଚି ଯାଇଥିଲେ।
ମହିଳାଙ୍କ ବୟାନ ବଦଳାଇ ଦେଲା କେସ୍: ହେଲେ ଏହି ଘଟଣାରେ ପ୍ରେମିକା ନିଜେ ପ୍ରେମିକଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ଏହି ସମ୍ପୂର୍ଣ୍ଣ ଘଟଣାଟିରେ ଆଶ୍ଚର୍ଯ୍ୟଜନକ ମୋଡ଼ ଆସିଛି।
ପ୍ରେମିକାଙ୍କ ଅଭିଯୋଗ କ୍ରମେ ସିମ୍ଭାଓଲି ପୋଲିସ ଷ୍ଟେସନ୍ ଦାନିଶ ନାମକ ଜଣେ ଯୁବକଙ୍କ ବିରୋଧରେ ଯୌନ ନିର୍ଯାତନାର ଏକ ମାମଲା ରୁଜୁ କରିଛି।
ପୋଲିସକୁ ଦିଆଯାଇଥିବା ଅଭିଯୋଗରେ ମହିଳା ଜଣକ କହିଛନ୍ତି ଯେ ସେ ହାପୁରର ଗର୍ଭମୁକ୍ତେଶ୍ୱର ଅଞ୍ଚଳର ବାସିନ୍ଦା। ୨୪.୦୭.୨୦୨୫ ଦିନ ପ୍ରାୟ ୧ଟା ସମୟରେ ଦାନିଶ ନାମକ ଜଣେ ବ୍ୟକ୍ତି ତାଙ୍କୁ ଫୋନ୍ କରି କଥା ହେବାକୁ ଡାକିଥିଲେ ଏବଂ କଥା ହେବା ବାହାନାରେ ସେ ତାଙ୍କୁ ଏକ ହୋଟେଲକୁ ନେଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ।
ତାଙ୍କ ପୋଷାକ ଖୋଲି ଦେଇଥିଲେ ଏବଂ ତାଙ୍କର ଅଶ୍ଳୀଳ ଭିଡିଓ ତିଆରି କରିଥିଲେ ଏବଂ ତାଙ୍କ ସହିତ ଭୁଲ କାମ କରିବାକୁ ଚେଷ୍ଟା କରିଥିଲେ।
ମହିଳା ଜଣକ ପାଟି କରିବାରୁ ସେ ପଳାଇ ଯାଇଥିଲେ। ଅଭିଯୋଗ ପରେ ସିମ୍ଭାଓଲି ପୋଲିସ ଷ୍ଟେସନ୍ ଅଭିଯୁକ୍ତ ଦାନିଶଙ୍କ ବିରୁଦ୍ଧରେ BNS ଧାରା ୭୫ ଏବଂ ୭୬ ଅନୁଯାୟୀ ଯୌନ ନିର୍ଯାତନାର ମାମଲା ରୁଜୁ କରିଛି। ପୋଲିସ ଏକ FIR ରୁଜୁ କରିବା ପରେ ଅଭିଯୁକ୍ତଙ୍କୁ ଖୋଜୁଛି।