fbpx

ଯେବେ ରେଖା ନିଜକୁ କହିଥିଲେ ‘ବଦନାମ ଅଭିନେତ୍ରୀ’, ଅତୀତକୁ ନେଇ ପ୍ରକାଶ କରିଥିଲେ ଦୁଃଖ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରେଖାଙ୍କୁ ଆଇକୋନିକ ବୋଲି କୁହାଯାଏ। ଏହା ପଛରେ ଅନେକ କାରଣ ମଧ୍ୟ ରହିଛି। ସେ ଅନେକ ବ୍ଲକବଷ୍ଟର ଫିଲ୍ମ କରିବା ସହ, ଅଫସ୍କ୍ରିନରେ ସେ ନିଜ ଷ୍ଟାଇଲ ପାଇଁ ଖୁବ ଚର୍ଚ୍ଚାରେ ରହିଥାଆନ୍ତି। ସେ ସର୍ବଦା ସଚ୍ଚୋଟର ସହ ନିଜ ମତ ରଖିଥାଆନ୍ତି। ରେଖାଙ୍କ ବାୟୋଗ୍ରାଫିରେ ସେ ନିଜ ଭିତର କଷ୍ଟକୁ ଦର୍ଶାଇଥିଲେ। ସେ ନିଜକୁ ‘ବଦନାମ’ କହିଥିଲେ।

ରେଖା ନିଜ ବାୟୋଗ୍ରାଫିରେ ନିଜର ଆଫେୟାର୍ସ ବିଷୟରେ କହିଥିଲେ। ରେଖାଙ୍କ ବାୟୋଗ୍ରାଫି ରେଖା:ଦ ଅନଟୋଲ୍ଡ ଷ୍ଟୋରୀକୁ ୟାସୀର ଅସ୍ମାନ ଲେଖିଥିଲେ। ଏହି ବହିରେ ରେଖାଙ୍କ ଜୀବନର ଅନେକ ଗୁପ୍ତ କଥାର ଖୁଲାସା ହୋଇଛି, ଯାହା ଲୋକଙ୍କୁ ଜଣାନଥିଲା।
ରେଖା ଏହି ବହିରେ କହିଥିଲେ ଯେ, ଏହା କେବଳ ସଂଯୋଗ ଅଟେ, ମୁଁ ଏପର୍ଯ୍ୟନ୍ତ ମାଆ ହୋଇ ନାହିଁ। ମୁଁ କେବଳ ଅଭିନେତ୍ରୀ ନୁହେଁ ବରଂ ମୁଁ ବଦନାମ ଅଭିନେତ୍ରୀ। ଯାହାର ଅତୀତ ବହୁତ ଖରାପ ଥିଲା ଏବଂ

ସେକ୍ସ ମାନିଆର ପ୍ରତିଛବି ରହିଛି। ରେଖାଙ୍କ ନାମ ଅନେକ ଅଭିନେତାଙ୍କ ସହ ଯୋଡଯାଇଥିଲା। ବିନୋଦ ମେହରା, ଜିତେନ୍ଦ୍ର ଏବଂ ଅମିତାଭ ବଚ୍ଚନଙ୍କ ସହ ରେଖାଙ୍କ ନାମ ଯୋଡା ଯାଇଥିଲା। ତାଙ୍କ ବିବାହ ସଂପର୍କ ମଧ୍ୟ ଭଲରେ ଅତିବାହିତ ହୋଇନଥିଲା।

Get real time updates directly on you device, subscribe now.