fbpx

ପୁଣି ଏକାଠି ହେଲେ ଅଭିନେତା,ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ

ମୁମ୍ବାଇ : ସନି ଦେୱଲ ତାଙ୍କ ଫିଲ୍ମ ‘ଗଦର ୨’ର ସଫଳତା ପାଇଁ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ । ଏହି ସମାରୋହରେ ଅନିଲ କପୁର, ଜ୍ୟାକି ସରଫ ଏବଂ ଅନୁପମ ଖେର ପରି ଅଭିନେତା ସାମିଲ ହୋଇଥିଲେ । କିନ୍ତୁ ପାର୍ଟିରେ ଟ୍ୟୁଷ୍ଟ ସେତେବେଳେ ଆସିଲା ଯେତେବେଳେ ଶାହରୁଖ ଖାନ ଓ ଅମିର ଖାନ ପାର୍ଟିରେ ପହଞ୍ଚିଥିଲେ । ସେତେବେଳେ ପାର୍ଟିର ଚମକ ଦୁଇ ଗୁଣ ହୋଇଗଲା । ଆପଣମାନେ ଜାଣିଥିବେ ନିଶ୍ଚିତ ଭାବରେ ଗତ ୧୬ ବର୍ଷରୁ ଶାହରୁଖ ଖାନ ଏବଂ ସନି ଦେୱଲଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା । ତେବେ ଏହି ବିବାଦ ସେମାନଙ୍କ ମଧ୍ୟରେ ୨୯୯୩ରେ ହୋଇଥିଲା । ସେହି ବର୍ଷ ରିଲିଜ ହୋଇଥିବା ଫିଲ୍ମ ‘ଡର’ରୁ ସେମାନଙ୍କ ବିବାଦ ଆରମ୍ଭ ହୋଇଥିଲା ।

ଏହି ଫିଲ୍ମରେ ଦୁଇ ଅଭିନେତା ଏକା ସାଙ୍ଗରେ କାମ କରିଥିଲେ । ଯେଉଁଥିରେ ଶାହରୁଖ ଖାନ ଭିଲିଆନ ରୋଲ କରିଥିବା ବେଳେ ସନି ଦେୱଲ ହିରୋର ଲିଡ ରୋଲ କରିଥିଲେ । କିନ୍ତୁ ଫିଲ୍ମରେ ଶାହରୁଖ ଭିଲିଆନ କମ ହିରୋର ଆକ୍ଟିଙ୍ଗ ଅଧିକ କରୁଥିଲେ । ଏହି କାରଣରୁ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ସେମାନଙ୍କ ସମ୍ପର୍କ ଠିକ ହୋଇଛି । ସେମାନେ ପୁଣି ଥରେ ଏକାଠି ହୋଇଥିବା ଦେଖିବାକୁ ମିଳିଛି । ସେଥିପାଇଁ ଶାହାରୁଖ ଖାନ ସନି ଦେୱଲଙ୍କ ପାର୍ଟିରେ ଯୋଗ ଦେଇଥିଲେ ।
ଶାହରୁଖ ଖାନଙ୍କ ଛଡା ଅମିର ଖାନଙ୍କ ଏଣ୍ଟ୍ରି ମଧ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଦେଖିବାକୁ ଗଲେ ଅମିର ଖାନ ପାର୍ଟିରୁ ଦୂରରେ ରୁହନ୍ତି । କିନ୍ତୁ ଏଠାରେ ସେ ସନି ଦେୱଲଙ୍କ ପାର୍ଟିକୁ ଯାଇଥିଲେ । ପାର୍ଟିରେ ସେମାନଙ୍କ ମଧ୍ୟରେ ବଣ୍ଡିଙ୍ଗ ବହୁତ ଭଲ ଥିଲା । କାରଣ ଦୁଇ ଜଣ ବହୁ ବର୍ଷ ପରେ ଏକାଠି ହୋଇଥିଲେ ।

ଦେଖିବାକୁ ଗଲେ ସନି ଦେୱଲ ଓ ଅମିର ଖାନଙ୍କ ଗତ ୩୨ ବର୍ଷରୁ ମତଭେଦରେ ଥିଲେ । ଦୁଇ ଜଣଙ୍କ ଭିତରେ ଦୂରତା ୧୯୯୦ରେ ଆରମ୍ଭ ହୋଇଥିଲା । ଯେତେବେଳେ ୨ ଜଣଙ୍କ ଫିଲ୍ମ ଏକା ସାଙ୍ଗରେ ବକ୍ସ ଅଫିସରେ ରିଲିଜ୍ ହେବାରେ ଥିଲା । ଅମିଖାନଙ୍କ ‘ଦିଲ’ ଏବଂ ସନି ଦେୱଲଙ୍କ ‘ଘାୟଲ’ ଏକା ସାଙ୍ଗରେ ୨୨ ଜୁନ ୧୯୯୦ରେ ରିଲିଜ ହୋଇଥିଲା । ଅମିର ଖାନ ଚାହୁଥିଲେ ସନିଙ୍କ ଫିଲ୍ମର ରିଲିଜ ଡେଟ କିଛି ଦିନ ଘୁଞ୍ଚାଇବକୁ କିନ୍ତୁ ସନି ଏପରି କରି ନଥିଲେ । ଏହା ପରେ ଦୁଇଟି ଫିଲ୍ମ ଏକା ସାଙ୍ଗରେ ରିଲିଜ ହୋଇଥିଲା । ତେବେ ଦୁଇଟି ଫିଲ୍ମକୁ ଭଲ ସମର୍ଥନ ମିଳିଥିଲା । କେବଳ ସେତିକି ନୁହେଁ ଦୁହିଁଙ୍କ ମଧ୍ୟରେ ପୁଣି ଥରେ ବିବାଦ ଦେଖିବାକୁ ମିଳିଥିଲା ୧୯୯୬ରେ ଯେତେବେଳେ ‘ରାଜାହିନ୍ଦୁସ୍ତାନୀ’ଏବଂ ‘ଘାତକ’ ରିଲିଜ ହୋଇଥିଲା । ତେବେ ଏହି ଦୁଇଟି ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଏହା ପରେ ପୁଣି ଥରେ ୨୦୦୧ରେ ‘ଗଦର’ଏବଂ ‘ଲଗାନ’ ପୁଣି ଦୁଇଟି ଫିଲ୍ମ ଏକା ସାଙ୍ଗରେ ରିଲିଜ ହୋଇଥିଲା କିନ୍ତୁ ଦୁଇଟି ଫିଲ୍ମ ବକ୍ସ ଅଫିସରେ ଭଲ ପଦର୍ଶନ କରିଥିଲା । ଦର୍ଶକ ମଧ୍ୟ ଦୁଇଟି ଫିଲ୍ମକୁ ପସନ୍ଦ କରିଥିଲେ । ଏହି ପରି ବାରମ୍ବାର ଦୁଇଜଣଙ୍କ ଫିଲ୍ମ ଏକା ସାଙ୍ଗରେ ବକ୍ସ ଅଫିସରେ ରିଲିଜ ହେଉଥିବାରୁ ଦୁଇଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । କିନ୍ତୁ ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ସନି ଦେୱଲଙ୍କ ପାର୍ଟିରେ ଅମିର ଖାନ ସାମିଲ ହେବା ପରେ ସେମାନଙ୍କ ବିବାଦ ଦୂର ହୋଇଛି । ତେବେ ସେସିଆଲ ମିଡିଆରେ ଏବେ ଏହି ପାର୍ଟିର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁଇ ବନ୍ଧୁଙ୍କ ମଧ୍ୟରେ କେଉଁ ପରିମାଣର ଘନିଷ୍ଟ ସମ୍ପର୍କ ରହିଛି ତାହା ଜଣାପଡୁଛି ।

Get real time updates directly on you device, subscribe now.