ODI World Cup ଏହି ଦିନରୁ ପାଇଁ ମିଳିବ ଟିକେଟ: ଜାଣି ରଖନ୍ତୁ ଟିକେଟକୁ ନେଇ କ’ଣ ରହିଛି ଅପଡେଟ

ନୂଆଦିଲ୍ଲୀ: କ୍ରିକେଟପ୍ରେମୀଙ୍କ ଦୀର୍ଘ ଦିନର ଅପେକ୍ଷା ଶେଷ ହୋଇଛି । ଦିନିକିଆ ବିଶ୍ୱକପ-୨୦୨୩ ପାଇଁ ନୂଆ ସୂଚୀ ଘୋଷଣା କରିସାରିଛି ଆଇସିସି । ଏଥିରେ ଭାରତ-ପାକ୍ ମ୍ୟାଚ ସହିତ ମୋଟ ୯ଟି ମ୍ୟାଚର ତାରିଖ ପରିବର୍ତ୍ତନ କରାଯାଇଛି । ତେବେ ଏହାପରେ ଟିକେଟ ରେଜିଷ୍ୟ୍ରେସନ ପାଇଁ ମଧ୍ୟ ତାରିଖ ଘୋଷଣା ହୋଇ ଯାଇଛି । ଆସନ୍ତା ଅଗଷ୍ଟ ୧୫ ତାରିଖରୁ ବିଶ୍ୱକପ ଟିକେଟ ପାଇଁ ପଞ୍ଜୀକରଣ କରିପାରିବେ ଦର୍ଶକ । କିନ୍ତୁ ଏହି ଟିକେଟ ବିକ୍ରି ଆରମ୍ଭ କେବେ ହେବ, ସେ ନେଇ କୌରସି ଘୋଷଣା କରାଯାଇ ନାହିଁ । ତେବେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିସିସିଆଇ ଏବଂ ଆଇସିସି ଚେଷ୍ଟା ଜାରି ରଖିଛନ୍ତି ।

ସୂଚନା ଅନୁସାରେ, ଟିକେଟ ବିକ୍ରି ଆରମ୍ଭ ହେବା ପୂର୍ବରୁ ଦର୍ଶକଙ୍କୁ ଟିକେଟ ପାଇଁ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ଅଗଷ୍ଟ ୧୫ ତାରିଖରୁ ୱେବସାଇଟକୁ ଯାଇ ଟିକେଟ ପଞ୍ଜୀକରଣ କରିପାରିବେ ଦର୍ଶକ । ଏହାଦ୍ୱାରା ଟିକେଟ ସମ୍ବନ୍ଧିତ ସମସ୍ତ ଖବର ପାଇବାରେ ସେମାନେ ସକ୍ଷମ ହୋଇପାରିବେ । ତେବେ ନୂଆ ସୂଚୀ ଅନୁଯାୟୀ, ଭାରତ ଏବଂ ପାକିସ୍ତାନ ମ୍ୟାଚ ଅକ୍ଟୋବର ୧୫ ପରିବର୍ତ୍ତେ ୧୪ ତାରିଖରେ ଖେଳାଯିବ । ସେହିପରି ଚଳିତବର୍ଷ ବିଶ୍ୱକପ ମ୍ୟାଚ ପାଇଁ ଇ-ଟିକେଟ ସୁବିଧା ଉପଲବ୍ଧ ରହିବ ନାହିଁ । ଦର୍ଶକମାନେ ସିଧାସଳଖ ବକ୍ସ ଅଫିସରୁ ହିଁ ଟିକେଟ ସଂଗ୍ରହ କରିପାରିବେ । ଏହାସହିତ ଲିଗ୍ ମ୍ୟାଚ ପାଇଁ ୧୨୯୫ ଟିକେଟ ପ୍ରଦାନ କରିବାକୁ କୁହାଯାଇଥିବା ବେଳେ ଭାରତ ବିପକ୍ଷ ସମସ୍ତ ମ୍ୟାଚ ଏବଂ ସେମି ଫାଇନାଲ ମ୍ୟାଚ ପାଇଁ ୧୩୫୫ ଟିକେଟ ପ୍ରଦାନ କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି ।

ତେବେ ବିଶ୍ୱକପ ପାଇଁ ଟିକେଟ ମୂଲ୍ୟ ଏପର୍ଯ୍ୟନ୍ତ ଘୋଷଣା ହୋଇ ନଥିବା ବେଳେ ଏହା ୫୦୦ ଟଙ୍କାରୁ ୧୦,୦୦୦ ଟଙ୍କା ହେବ ବୋଲି ଆଶା କରାଯାଉଛି । ଏହି ଦର ମ୍ୟାଚ ଏବଂ ଷ୍ଟାଡିୟମ ଅନୁସାରେ ପରିବର୍ତ୍ତନ ହୋଇପାରେ । ସୂଚନା ଅନୁସାରେ, ଅକ୍ଟୋବର ୧୫ ତାରିଖ ବଦଳରେ ୧୪ ତାରିଖରେ ଖେଳାଯିବ ଭାରତ-ପାକିସ୍ତାନ ହାଇ ଭୋଲ୍ଟେଜ ମ୍ୟାଚ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଖେଳାଳିମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିସିସିଆଇ ଏବଂ ଆଇସିସି ଏହି ନିଷ୍ପତ୍ତି ନେଇଛନ୍ତି । ଏହିଦିନ ଗୁଜୁରାଟରେ ନବରାତ୍ରୀ କାର୍ଯ୍ୟକ୍ରମ ରହିଥିବାରୁ ଭାରତ-ପାକ୍ ମ୍ୟାଚରେ ପରିବର୍ତ୍ତନ କରାଯାଇଛି । ତେବେ ପୁରୁଣା ସୂଚୀରେ ମୋଟ ୯ଟି ମ୍ୟାଚର ପିରବର୍ତ୍ତନ କରିଛି ବିସିସିଆଇ ।

Match No Date Day Team 1 Team 2 Venue City Time
5 Oct 8 Sunday India Australia MA Chidambaram Stadium Chennai 2:00 PM
8 Oct 11 Wednesday India Afghanistan Arun Jaitley Stadium Delhi 2:00 PM
13 Oct 14 Saturday India Pakistan Narendra Modi Stadium Ahmedabad 2:00 PM
17 Oct 19 Thursday India Bangladesh MCA Stadium Pune 2:00 PM
21 Oct 22 Sunday India New Zealand HPCA Stadium Dharamsala 2:00 PM
29 Oct 29 Sunday India England Ekana Stadium Lucknow 2:00 PM
33 Nov 2 Thursday India Sri Lanka Wankhede Stadium Mumbai 2:00 PM
37 Nov 5 Sunday India South Africa Eden Gardens Kolkata 2:00 PM
43 Nov 12 Sunday India Qualifier 1 M Chinnaswamy Stadium Bengaluru 2:00 PM