fbpx

BSNL କେବେ ଯୋଗାଇବ 4G/5G ସର୍ଭିସ? ସରକାରଙ୍କ ତରଫରୁ ମିଳିଲା ଉତ୍ତର…

ଓଡ଼ିଶା ଭାସ୍କର: ଭାରତରେ ବେଶ୍ ଲୋକପ୍ରିୟ ଟେଲିକମ୍ କମ୍ପାନୀର ମହଙ୍ଗା ରିଚାର୍ଜ ପ୍ଲାନ ୟୁଜରଙ୍କ ଅସନ୍ତୋଷର କାରଣ ପାଲଟିଛି । ଏଥିପାଇଁ ଅନେକ ୟୁଜର ଏବେ ସରକାରୀ ଟେଲିକମ୍ କମ୍ପାନୀ BSNL ପାଇଁ ମନ ବଳାଇଛନ୍ତି । ସେପଟେ ପୁଣିଥରେ ଲୋକଙ୍କ ଭରସା ଜିତିବା ପାଇଁ BSNL ମଧ୍ୟ ହାଇ ସ୍ପିଡ ନେଟୱର୍କ ଯୋଗାଇ ଦେବାକୁ ପ୍ରସ୍ତୁତି ଜାରି ରଖିଛନ୍ତି । ଖୁବଶୀଘ୍ର BSNLର ୪୫ ଏବଂ ୫ଜି ନେଟୱର୍କ ସେବା ପାଇପାରିବେ ଗ୍ରାହକ । କିନ୍ତୁ କେବେଠାରୁ ଏହି ସେବା ଉପଲବ୍ଧ ହେବ? ଏହାର ଉତ୍ତର ରଖିଛନ୍ତି କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଜ୍ୟୋତିରଞ୍ଜନ ସିନ୍ଧିଆ ।

ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଜ୍ୟୋତିରଞ୍ଜନ ସିନ୍ଧିଆ କହିଛନ୍ତି ଯେ, ଟେଲିକମ୍ ସେକ୍ଟରରେ ଅତିକମ୍ ରେ ୩ ପ୍ଲେୟର ରହିବା ଆବଶ୍ୟକ । ଅନେକ ଦେଶରେ ଏହି ସଂଘ୍ୟା ୩ରୁ ମଧ୍ୟ କମ୍ ରହିଛି । ଏଥିରେ BSNLର ଏକ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ୪ଜି ପାଇଁ ନୂଆ ଜ୍ଞାନକୌଶଳ ଆଣିବାକୁ BSNL ସଂକଳ୍ପ କରିଛି । ଟେଲିକମ୍ କମ୍ପାନୀ ଏହାର ୪ଜି ଷ୍ଟେକ୍ ପ୍ରସ୍ତୁତ କରି ସାରିଛି । ଆସନ୍ତାବର୍ଷ ମଧ୍ୟ ସୁଦ୍ଧା BSNL ପ୍ରାୟ ୧ ଲକ୍ଷ ନୂଆ ଟାୱାର ଲଗାଇବା ପାଇଁ ଯୋଜନା ରଖିଛି ।

କେନ୍ଦ୍ର ସଞ୍ଚାର ମନ୍ତ୍ରୀ କହିଛନ୍ତି ଯେ, ୨୦୧୪ ମସିହାରେ କଲିଂ ପାଇଁ ୫୦ ପ./ ମିନିଟ୍ ରହିଥିବା ବେଳେ ବର୍ତ୍ତମାନ ଏହା ୩ ପ./ମିନିଟ ରହିଛି । ସେହିପରି ୨୦୧୪ରେ 1GB ଡାଟାର ମୂଲ୍ୟ ୨୮୫ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ୯.୮୫ ଟଙ୍କା ପ୍ରତି GB ରହିଛି । ଭାରତରେ ଡାଟା ଦର ଅନ୍ୟ ଯେ କୌଣସି ଦେଶ ଅପେକ୍ଷା କମ୍ ରହିଛି ।

୧୦୦ ଦିନ ମଧ୍ୟରେ ମୋଦୀ ସରକାରଙ୍କ ୩ ଟି ବଡ କାର୍ୟ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦେଶରେ ୧୧ ଲକ୍ଷ କୋଟି ଟଙ୍କାର କ୍ୟାପେକ୍ସ କାର୍ୟ୍ୟକ୍ରମ କେବେ ହୋଇନାହିଁ। ଆଜି ଦେଶରେ ପ୍ରାୟ ୧୬୦ ବିମାନବନ୍ଦର ଅଛି । ଦେଶର ବିମାନବନ୍ଦର ଗୁଡ଼ିକ ଅନ୍ତର୍ଜାତୀୟ ସ୍ତରରେ ପରିଣତ ହୋଇଛି । ଭିତ୍ତିଭୂମି କ୍ଷେତ୍ରରେ ଆଜି ଭାରତ ବିଶ୍ୱକୁ ଆଗେଇ ନେଉଛି ବୋଲି କହିଛନ୍ତି କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଜ୍ୟୋତିରଞ୍ଜନ ସିନ୍ଧିଆ ।

Get real time updates directly on you device, subscribe now.