fbpx

(video): କେବେ ରିଲିଜ ହେବ ମିର୍ଜାପୁର ସିଜନ – ୪, ଅଲି ଫଜଲଙ୍କ ଖୁଲାସା….

ଓଡିଶା ଭାସ୍କର: ବର୍ତ୍ତମାନ ଓଟିଟି (ott ) ରେ ମିର୍ଜାପୁର ସିଜନ ୩ ଧମାଲ ଓ କମାଲ କରୁଛି । ଏହି ସିଜନରେ ମୋଟ ୧୦ ଟି ଏପିସୋଡ ଅଛି ଓ ପ୍ରତ୍ୟେକ ଏପିସୋଡ ପ୍ରାୟ ୧ ଘଣ୍ଟା ଅବଧିର । ଏହି ସିରିଜକୁ ପୁଣିଥରେ ଦର୍ଶକଙ୍କ ଭରପୂର ଭଲ ପାଇବା ମିଳୁଛି । ସେପଟେ ଲୋକେଙ୍କ ମନରେ ଏବେଠୁ କୌତୁହଳ ସଞ୍ଚାର ହେଉଛି ଯେ, ଏହାର ସିଜନ ୪ କେବେ ଆସିବ । ଯଦିବା ମିର୍ଜାପୁର ସିଜନ – ୩ ର ଅନ୍ତିମ ଦୃଶ୍ୟରୁ ଏହା ପ୍ରତୀତ ହେଉଛି ଯେ, ଏହାର ଆଉ ଏକ ସିଜନ ଆସିବ; ତଥାପି ଏହା କେବେ ଆସିପାରେ! ଏହା ଏବେ ବି ପ୍ରଶ୍ନ ଘେରରେ ।

ବର୍ତ୍ତମାନ ପର୍ଯ୍ୟନ୍ତ ମିର୍ଜାପୁର – ୪ ର ରିଲିଜ ତାରିଖ ଘୋଷଣା ହୋଇ ନାହିଁ । ମିର୍ଜାପୁର ସିଜନ – ୨ର ପ୍ରିମିୟର ହୋଇଥିଲା ୨୩ ଅକ୍ଟୋବର ୨୦୨୦ ମସିହାରେ । ଏହାପରେ ପ୍ରାୟ ୩ ବର୍ଷ ଅନ୍ତରାଳରେ ଏହାର ସିଜନ – ୩, ୫ ଜୁଲାଇ ୨୦୨୪ ରେ ଆସିଛି । ମାତ୍ର ସିଜ ୧ ଓ ୨ ମଧ୍ୟରେ କେବଳ ଦୁଇ ବର୍ଷ ବ୍ୟବଧାନ ଥିଲା । ମିର୍ଜାପୁର ସିଜନ – ୪ ପ୍ରାୟ ୨ ବର୍ଷ ପରେ ମାନେ ୨୦୨୬ ମସିହାରେ ଦେଖିବାକୁ ମିଳିପାରେ । କିନ୍ତୁ, ଅଫିସିଆଲି ମେକର୍ସ ଏହାର ଘୋଷଣା କରି ନାହାନ୍ତି ଏବେ ଯାଏଁ । ମିର୍ଜାପୁର ୩ କୁ ନେଇ ଏକ ସାକ୍ଷାତକାରରେ ଅଲି ଫଜଲ କହିଛନ୍ତି ଯେ, ଏହା ଯେବେ ପ୍ରଥମେ ଆସିଥିଲା ସେ କେବେ ଭାବି ନ ଥିଲେ ଏହା ଏତେ ଲୋକପ୍ରିୟ ହୋଇଯିବ । ମାତ୍ର ଏହା ହୋଇପାରିଛି । ଦର୍ଶକେ ବେଶ୍ ପସନ୍ଦ କରୁଛନ୍ତି ମିର୍ଜାପୁରକୁ । ମିର୍ଜାପୁରକୁ ନେଇ ସେମାନେ ଦର୍ଶକଙ୍କ ଚାହିଦାକୁ ନେଇ ଅନେକ କିଛି କରିବାର ଥାଏ ବୋଲି ଅଲି କହିଛନ୍ତି ।

 

View this post on Instagram

 

A post shared by prime video IN (@primevideoin)

Get real time updates directly on you device, subscribe now.