fbpx

କେବେଠାରୁ ଆରମ୍ଭ ହେବ ସୁଭଦ୍ରା ଯୋଜନା? ଜାଣି ରଖନ୍ତୁ କେଉଁଠି କିପରି କରିବେ ଆବେଦନ

ଓଡ଼ିଶା ଭାସ୍କର: ନୂଆ ସରକାରଙ୍କ ପ୍ରତିଶ୍ରୁତି ଅନୁସାରେ ଓଡ଼ିଶାରେ ସୁଭଦ୍ରା ଯୋଜନା ଲାଗୁ କରିବା ପାଇଁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏହି ଯୋଜନା ନେଇ ଆଜି ଏସଓପି ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ରାଜ୍ୟରେ ୨୧ରୁ ୬୦ ବର୍ଷର ମହିଳା ମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଅର୍ଥାତ୍ ଯେଉଁ ମହିଳାଙ୍କ ବୟସ ୨୧ରୁ ଅଧିକ ଏବଂ ୬୦ ବର୍ଷରୁ କମ୍, ସେମାନେ ଏହି ଯୋଜନାର ଫାଇଦା ଉଠାଇପାରିବେ । ଏହି ଯୋଜନାରେ ରାଜ୍ୟର ପ୍ରାୟ ୧ କୋଟିରୁ ଅଧିକ ମହିଳା ଏହି ଯୋଜନାରେ ଉପକୃତ ହୋଇପାରିବେ । ତେବେ ଏହି ଯୋଜନା ପାଇଁ ମହିଳାମାନେ ଆବେଦନ କେଉଁଠି କରିବେ ?

ଏହି ଯୋଜନାରେ ସାମିଲ ଥିବା ମହିଳାମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ପ୍ରତିବର୍ଷ ୨ଟି କିସ୍ତିରେ (ରାକ୍ଷୀ ପୂର୍ଣ୍ଣିମା ଏବଂ ମହିଳା ଦିବସ)ରେ ସେମାନଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ । ତେବେ ମହିଳାମାନଙ୍କୁ ‘ସୁଭଦ୍ରା DBT କାର୍ଡ’ ମଧ୍ୟ ପ୍ରଦାନ କରିବେ ସରକାର । ଏହି ଯୋଜନାରେ ମହିଳାମାନେ ବାର୍ଷିକ ୧୦ ହଜାର ଟଙ୍କାର ରାଶି ପାଇପାରିବେ । ବର୍ଷକୁ ୨ଟି କିସ୍ତିରେ ମହିଳାମାନେ ଏହି ଟଙ୍କା ପାଇପାରିବେ । ୫ ବର୍ଷରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସରକାର ଏହି ଯୋଜନାରେ ପ୍ରଦାନ କରିବେ ।

କେବେ ଆରମ୍ଭ ହେବ ଯୋଜନା?

ସୁଭଦ୍ରା ଯୋଜନା ନେଇ ଏସଓପି ଜାରି କରିବା ବେଳେ ମୁଖ୍ୟମନ୍ତ୍ରୀ ଏହାର ପ୍ଲାନ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜୟ କୟାବିନେଟ ବେୈଠକର ନିଷ୍ପତ୍ତି ଅନୁଯାୟୀ ଏହି ଯୋଜନା ଆର୍ଥିକ ବର୍ଷ ୨୦୨୪-୨୫ ରୁ ଆରମ୍ଭ ହୋଇ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏଥିପାଇଁ ମୋଟ ୫୫,୮୨୫ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରାଯାଇଛି ।

କିପରି କରିବେ ଆବେଦନ?

ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ମହିଳାମାନଙ୍କୁ ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ବା ଜନ ସେବା କେନ୍ଦ୍ରକୁ ଯିବାକୁ ପଡ଼ିବ । ଏଠାରେ ମାଗଣାରେ ଉପଲବ୍ଧ ଥିବା ଫର୍ମ ପୂରଣ କରି ସୁଭଦ୍ରା ଯୋଜନାରେ ନିଜକୁ ସାମିଲ କରିପାରିବେ । ତେବେ ଏହି ଯୋଜନା ପାଇଁ ଏକ କଲ୍ ସେଣ୍ଟର ବ୍ୟବସ୍ଥା ମଧ୍ୟ ହେବ । ଏହାର କାର୍ଯ୍ୟକାରିତା ଏବଂ ତଦାରଖ କରିବାକୁ ମହିଳା ଏବଂ ଶିଶୁ ବିକାଶ ବିଭାଗ ତରଫରୁ ଏକ “ସୁଭଦ୍ରା” ସମିତି(ସୋସାଇଟି) ଗଠନ କରାଯିବ । “ସୁଭଦ୍ରା” ଯୋଜନାର ଶୁଭାରମ୍ଭ ଯଥାଶୀଘ୍ର କରିବା ପାଇଁ ସରକାର ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଉଛନ୍ତି ।

Get real time updates directly on you device, subscribe now.