fbpx

PM Kisaan Yojna; କେବେ ମିଳିବ ୧୮ତମ କିସ୍ତି? ଯୋଜନାରୁ ଏହି କୃଷକମାନଙ୍କୁ ବାଦ୍ ଦେବେ ସରକାର: ଜାଣନ୍ତୁ ଅପଡେଟ୍

ନୂଆଦିଲ୍ଲୀ: କୃଷକମାନଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପିଏମ କିସାନ ଯୋଜନା ଜାରି ରଖିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ସବୁଠାରୁ ବଡ ଯୋଜନା ମଧ୍ୟରୁ PM Kisan Samman Nidhi Yojna ଅଧୀନରେ କୃଷକମାନଙ୍କୁ ସୁବିଧା ଦିଆଯାଉ। ପ୍ରତିବର୍ଷ ଏହି ଯୋଜନା ଅଧୀନରେ କୃଷକମାନଙ୍କ ଆକାଉଣ୍ଟକୁ ୬,୦୦୦ ଟଙ୍କା ପଠାଯାଏ। ଏହି ରାଶି ତିନି କିସ୍ତିରେ କୃଷକ ଭାଇମାନଙ୍କ ଆକାଉଣ୍ଟକୁ ପଠାଯାଏ।

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ୧୭ଟି କିସ୍ତି କୃଷକଙ୍କ ଆକାଉଣ୍ଟକୁ ପଠାଇଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ କୃଷକମାନେ ୧୮ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୧୨କୋଟି କୃଷକଙ୍କୁ ଖୁବଶୀଘ୍ର ୧୮ତମ କିସ୍ତି ପ୍ରଦାନ କରିବେ ମୋଦୀ ସରକାର । ଆସନ୍ତା ନଭେମ୍ବର ମାସରେ କୃଷକ ଏହି କିସ୍ତି ଟଙ୍କା ପାଇପାରନ୍ତି । ତେବେ ଏ ନେଇ ସରକାରଙ୍କ ତରଫରୁ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଏହି କିସ୍ତି ପାଇବାରୁ କିଛି କୃଷକ ବାଦ୍ ପଡ଼ିପାରନ୍ତି । ଯେଉଁ କୃଷକମାନେ ନିଜ ନିଜର eKYC ପ୍ରକ୍ରିୟା ଶେଷ କରିନାହାଁନ୍ତି, ସେମାନଙ୍କୁ ୧୮ତମ କିସ୍ତି ପାଇବାରୁ ବଞ୍ଚିତ ହେବାକୁ ପଡ଼ିପାରେ । ଏହି ଯୋଜନାର ଲାଭ ପାଇବାକୁ ହେଲେ ଚାଷୀଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ eKYC କରିବାକୁ ପଡିବ। ଏହା ବ୍ୟତୀତ ବ୍ୟାଙ୍କ ଆକାଉଣ୍ଟକୁ NPCI ସହିତ ଲିଙ୍କ୍ କରିବା ମଧ୍ୟ ଆବଶ୍ୟକ। ଏହା ପରେ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ପଠାଯିବ।

ଅନିୟମିତତା ଏବଂ ଠକେଇକୁ ରୋକିବା ପାଇଁ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ସରକାର ଏହି ଯୋଜନାରେ କିଛି ପରିବର୍ତ୍ତନ କରିଛନ୍ତି। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି eKYC। ନିୟମ ଅନୁଯାୟୀ, ସମସ୍ତ ହିତାଧିକାରୀ ଚାଷୀଙ୍କ ପାଇଁ eKYC ବାଧ୍ୟତାମୂଳକ କରାଯାଇଛି, ଯଦି କୃଷକମାନେ ତାହା ନ କରନ୍ତି ତେବେ ସେମାନେ ପରବର୍ତ୍ତୀ କିସ୍ତିର ଲାଭ ପାଇବେ ନାହିଁ। eKYC ବ୍ୟତୀତ କୃଷକମାନଙ୍କ ପାଇଁ ଜମି ଯାଞ୍ଚ ଏବଂ ଆଧାର ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ କରିବା ମଧ୍ୟ ବାଧ୍ୟତାମୂଳକ। ଯଦି କୃଷକମାନେ ଏହି ତିନୋଟି ପ୍ରମାଣପତ୍ରର କାର୍ଯ୍ୟ ସମାପ୍ତ ନ କରନ୍ତି ତେବେ ସେମାନେ ପରବର୍ତ୍ତୀ କିସ୍ତିରୁ ବଞ୍ଚିତ ହେବେ। ଯଦି ଆପଣ ବି ପିଏମ କୃଷକ ସମ୍ମାନ ନିଧିର ଲାଭାର୍ଥୀ, ତେବେ ସର୍ବପ୍ରଥମେ ଏହି ଜରୁରୀ କାମ କରିନିଅନ୍ତୁ । ନହେଲେ ଆପଣଙ୍କ ଆକାଉଣ୍ଟକୁ ଆସିବନି ଟଙ୍କା ।

Get real time updates directly on you device, subscribe now.