fbpx

କେବେ କୃଷକଙ୍କୁ ମିଳିବ ୮୦୦୦ ଟଙ୍କା? ବଡ଼ ଘୋଷଣା କରିବେ ମୋଦୀ! ପ୍ରସ୍ତୁତି କରୁଛନ୍ତି ପ୍ରଧାନମନ୍ତ୍ରୀ

ଓଡ଼ିଶା ଭାସ୍କର: ମୋଦୀ ୩.୦ କାର୍ଯ୍ୟକାଳର ପ୍ରଥମ ବଜେଟ ଆସନ୍ତା ଜୁଲାଇ ୨୩ ତାରିଖରେ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏହି ବଜେଟରେ କୃଷକ ମାନଙ୍କ ପାଇଁ ଏକ ବଡ଼ ଉପହାର ଆଣିପାରନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ବଜେଟ ଆବଣ୍ଟନକୁ ୩୦% ବୃଦ୍ଧି କରି ଏହାକୁ ୮୦ ହଜାର କୋଟି ଟଙ୍କା କରାଯାଇପାରେ । ଏହାଦ୍ୱାରା ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳୁଥିବା ଟଙ୍କା ମଧ୍ୟ ବୃଦ୍ଧି ହୋଇପାରେ ।

ପ୍ରଥମେ ପିଏମ କିସାନ ସମ୍ମାନ ନିଧି ପାଇଁ ଅନ୍ତରୀଣ ବଜେଟ ଆବଣ୍ଟନ ୬୦,୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଏହି ଯୋଜନାରେ କୃଷକମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ପ୍ରଦାନ କରାଯାଉଥିଲା । ଜୁନ୍ ଶେଷ ସପ୍ତାହରେ ଆୟୋଜିତ ବଜେଟ ପୂର୍ବ ପରାମର୍ଶ ବୈଠକ ସମୟରେ କୃଷି ପ୍ରତିନିଧି ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦାବି କରିଥିଲେ । ଏହାପରେ ଯୋଜନାରେ କୃଷକଙ୍କୁ ସହାୟତା ରାଶି ୮୦୦୦ ଟଙ୍କା ପ୍ରଦାନ କରାଯାଇପାରେ । ପୂର୍ଣ୍ଣ ବଜେଟରେ ଯୁବକ, ମହିଳା, ଗ୍ରାମୀଣ ଅଞ୍ଚଳରେ କୃଷକଙ୍କ ଉପରେ ଦୃଷ୍ଟି ଦେବା ଉଚିତ୍ ।

କୃଷକ ସଂଗଠନର ବଦ୍ରି ନାରାୟଣ ଚେଧୂରୀ କହିଛନ୍ତି ଯେ, ପିଏମ କିସାନ ଯୋଜନାରେ ଆବଣ୍ଟନକୁ ୬୦୦୦ ରୁ ୮୦୦୦କୁ ବୃଦ୍ଧି କରିବା ପାଇଁ ଅର୍ତମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରିଥିଲେ । ବର୍ତ୍ତମାନ ଏହି ରାଶି ୩ଟି କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ପଠାଯାଉଛି । ତେବେ ଆସନ୍ତା ବଜେଟ କୃଷକମାନଙ୍କ ପାଇଁ ଏକ ବଡ଼ ଘୋଷଣା ଆଣିପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.