fbpx

କେବେ ହେବ NDA ସରକାରର ଶପଥ ଗ୍ରହଣ? ସାମ୍ନାକୁ ଆସିଲା ଏହି ତାରିଖ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ ଜାତୀୟ ଜନତାନ୍ତ୍ରିକ ମେଣ୍ଟ (ଏନଡିଏ) କୁ ବହୁମତ ମିଳିଥିବା ନଜର ଆସିଛି । ଏହାରି ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସୁଛି ଯେ, ଏନଡିଏ ସରକାରଙ୍କ ୯ ଜୁନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇପାରେ । ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଏହି ବିବୃତ୍ତି ମୁତାବକ ରାଷ୍ଟ୍ରପତି ଭବନର ସର୍କିଟ-୧ ବୁଧବାର ଠାରୁ ନେଇ ୯ ଜୁନ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ । ଏହି ସମୟରେ ରାଷ୍ଟ୍ରପତି ଭବନରେ ନୂଆ ସରକାରଙ୍କ ଶପଥ ଗ୍ରହଣର ପ୍ରସ୍ତୁତି କରାଯିବ ।

ମଙ୍ଗଳବାର ଦିନ ଲୋକସଭାର ୫୪୩ ସିଟ ପାଇଁ ମତଗଣନା ଆରମ୍ଭ ହୋଇଛି । ଆରମ୍ଭରୁ ଏନଡିଏ ବଢିବା ଦେଖାଦେଇଛି । ପରେ ଇଣ୍ଡିଆ ଆଲାଏନ୍ସର ସିଟରେ ବୃଦ୍ଧି ଘଟିଛି । ଏହାପରେ ଏନଡିଏ ଏବଂ ଇଣ୍ଡିଆ ଆଲାଏନ୍ସ ମଧ୍ୟରେ ଟକ୍କର ଦେଖିବାକୁ ମିଳିଛି । ଲୋକସଭା ୫୪୩ଟି ସିଟ ମଧ୍ୟରୁ ୨୯୧ଟି ସିଟ୍ ଏନଡିଏ ଜିତିଥିବା ବେଳେ ୨୩୪ଟି ସିଟ୍ ଇଣ୍ଡିଆ ମେଣ୍ଟ ଜିତିଛି ।

Get real time updates directly on you device, subscribe now.