fbpx

(Video) କୁଆଡେ ଗଲା ‘କବଚ’ ସିଷ୍ଟମ ? ବାରମ୍ବାର ଘଟିଚାଲିଛି ଟ୍ରେନ୍ ଦୁର୍ଘଟଣା, ବାଜିରେ ଲାଗୁଛି ଜୀବନ

ଓଡ଼ିଶା ଭାସ୍କର: ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡୀରେ ବଡ ଟ୍ରେନ ଦୁର୍ଘଟଣା ଘଟିବା ପରେ ଏବେ ତାକୁ ନେଇ ଚାରିଆଡେ ଚର୍ଚା । କାରଣ ଏହି ଦୁର୍ଘଟଣାରେ ୧୦ ଜଣଙ୍କର ପ୍ରାଣ ଯାଇଥିବା ବେଳେ ୬୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । କଂଚନଜଙ୍ଗା ଏକ୍ସପ୍ରେସ ଏହି ଦୁର୍ଘଟଣାର ଶିକାର ହେବା ପରେ ଏବେ ପୁଣିଥରେ ଭାରତୀୟ ରେଲୱେର ‘କବଚ’ ସିଷ୍ଟମକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା । କବଚ ସିଷ୍ଟମକୁ ନେଇ ରେଲେଓ ବୋର୍ଡ ଚେୟାରମ୍ୟାନ ଓ ସିଇଓ ଜୟା ବର୍ମା କିଛି ଖୁଲାସା କରିଛନ୍ତି ।

ରେଲୱେ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଜୟା ବର୍ମା ସିହ୍ନା କହିଛନ୍ତି ଯେ, ଦିଲ୍ଲୀ-ଗୁଆହାଟୀ ରୁଟରେ କବଚ ସିଷ୍ଟମ ଆରମ୍ଭ କରିବାର ପ୍ଲାନିଂ ଅନେକ ଦିନ ଆଗରୁ ଅଛି । ହେଲେ ବର୍ତମାନ ଏହା ଅପରେସନାଲ ନଥିଲା । ଅର୍ଥାତ ଏହି ବ୍ୟବସ୍ଥା ଏବେ ଯାଏଁ ଏହି ରୁଟରେ ଲାଗୁ ହୋଇପାରିନାହିଁ । କବଚ ଉପରେ ଆହୁରି କାମ କରିବା ବାକି ଅଛି । ଏବେ ଯାଏଁ କେବଳ ୧୫୦୦ କିମି ରୁଟ ଯାଏଁ ଲାଗୁ । ଚଳିତ ବର୍ଷ ଆଉ ୩ ହଜାର କିଲୋମିଟର ଲାଗିଯିବ । ଦିଲ୍ଲୀ ଗୁଆହାଟୀ ରୁଟ ପରବର୍ତୀ ପ୍ଲାନରେ ଅଛି । ଏହାପରେ ଆସନ୍ତା ବର୍ଷ ଆଉ ୩ ହଜାର ର ପ୍ଲାନିଂ ରହିଛି । ଚଳିତ ବର୍ଷ ୩ ହଜାର କିମି ରେ କବଚ ଲଗାଇବାର ଅଛି । ଯାହା ମଧ୍ୟରେ ପଶ୍ଚିମବଙ୍ଗ ବି ସାମିଲ ରହିଛି ।

ରେଲୱେ ବୋର୍ଡ ଚେୟାରମ୍ୟାନ୍ କହିଛନ୍ତି କି ପ୍ରାରମ୍ଭରୁ ଏହା ମାନବୀୟ ତ୍ରୁଟି ଲାଗୁଛି । ସିଗନାଲ ଡିସଗାର୍ଡ ମାମଲା ହୋଇପାରେ । ସିଧା ସିଧା କହିଲେ. ଏହା ସିଗନାଲ ହିସାବରେ ମାଲଗାଡୀ ରହିବାର ଥିଲା । ହେଲେ ସେ ଅଟକିଲାନି । ଜୟା ବର୍ମା କହିଛନ୍ତି କି, ଏହି ଦୁର୍ଘଟଣାକୁ ଗଭୀର ଭାବେ ଯାଂଚ କରାଯିବ । ବାସ୍ତବରେ କିଛି ମାସ ପୂର୍ବରୁ ଦେଶର ରେଳ ମନ୍ତ୍ରଣାଳୟ କହିଥିଲା ଯେ, ଏମିତି ଏକ ସିଷ୍ଟମ ଆଣିବାକୁ ଯାଉଛି ଯାହା ରେଳ ଦୁର୍ଘଟଣା ରୋକି ପାରିବ । ଏହାକୁ କବଚ ସିଷ୍ଟମ କୁହାଯାଏ । କବଚ ହେଉଛି ଭାରତୀୟ ରେଳର ସ୍ବୟଂଚାଳିତ ସୁରକ୍ଷା ବ୍ୟବସ୍ଥା । ଯାହା ମାଧ୍ୟମରେ ରେଳବାଇ ଟ୍ରେନ ଦୁର୍ଘଟଣାକୁ ରୋକିବାକୁ ଯୋଜନା କରୁଛି । କବଚ ସିଷ୍ଟମ ପ୍ରତ୍ୟେକ ଷ୍ଟେସନରେ ଏକ କିଲୋମିଟର ଦୂରତାରେ ଇନଷ୍ଟଲ କରାଯାଏ । ଏହା ସହିତ ଟ୍ରେନ୍, ଟ୍ରାକ୍ ଓ ରେଳ ସିଗନାଲ ସିଷ୍ଟମରେ ମଧ୍ୟ ଇନଷ୍ଟଲ କରାଯାଇଥାଏ ।

ଅଲଟ୍ରା ହାଇ ରେଡିଓ ଫ୍ରିକ୍ବେନ୍ସି ମାଧ୍ୟମରେ ଏହାର ସମ୍ପୂର୍ଣ୍ଣ ସିଷ୍ଟମ ପରସ୍ପର ସହିତ ଅଲଟ୍ରା ହାଇ ରେଡିଓ ଫ୍ରିକ୍ବେନ୍ସି ଜରିଆରେ ଯୋଗାଯୋଗ କରିଥାଏ । ଅର୍ଥାତ ଯେତବେଳେ କୌଣସି କାରଣରୁ ଟ୍ରେନଟି ସଙ୍କେତକୁ ଅତିକ୍ରମ କରିଥାଏ, ସେତେବେଳେ ଏହି କବଚ ସକ୍ରିୟ ହୋଇଯାଏ । ଥରେ ଆକ୍ଟିଭ ହୋଇଗଲେ କବଚ ସିଷ୍ଟମ ଲୋକ ପାଇଲଟକୁ ସତର୍କ କରାଏ ଏବଂ ତାପରେ ଟ୍ରେନର ବ୍ରେକ ନିୟନ୍ତ୍ରଣ କରିବା ଆରମ୍ଭ କରେ । ଏହା ସହିତ ଯଦି କବଚ ସିଷ୍ଟମ ଜାଣେ ଯେ ଅନ୍ୟ ଏକ ଟ୍ରେନ ମଧ୍ୟ ସମାନ ଟ୍ରାକରେ ଆସୁଛି ତେବେ ଏହା ଅନ୍ୟ ଟ୍ରେନ ପାଇଁ ଏକ ଆଲର୍ଟ ପଠାଏ ଏବଂ ଅନ୍ୟ ଟ୍ରେନ ଏକ ନିର୍ଦ୍ଦିଷ୍ଟ ଦୂରତାକୁ ଆସି ନିଜକୁ ଅଟକାଇଥାଏ । ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ୭୭ଟି ଟ୍ରେନରେ ଲାଗିଛି କବଚ ସିଷ୍ଟମ ।

Get real time updates directly on you device, subscribe now.