ଆକାଶରେ କେଉଁଠୁ ଆସିଲା ରହସ୍ୟମୟୀ କବାଟ? ଲୋକେ କହୁଛନ୍ତି ସ୍ୱର୍ଗକୁ ରାସ୍ତା…

ନୂଆଦିଲ୍ଲୀ: ଅନେକ ସମୟରେ ଆକାଶରେ ବିଭିନ୍ନ ପ୍ରକାରର ଦୃଶ୍ୟ ଦେଖିବାକୁ ମିଳିଥାଏ । ଇନ୍ଦ୍ରଧନୁ ବ୍ୟତୀତ ଆକାଶରେ ଅନେକ ପ୍ରକାରର ବିରଳ ଏବଂ ଚମତ୍କାର ଦୃଶ୍ୟ ଦେଖାଯାଏ । କିନ୍ତୁ କେହି କେବେ ଏଭଳି ଏକ ଦୃଶ୍ୟ ଦେଖି ନଥିବେ । ଆଜି ଖୋଲା ଆକାଶରେ ଏକ କବାଟ ଦେଖିବାକୁ ମିଳିଛି । ଏହାକୁ ରହସ୍ୟମୟୀ କବାଟ ବୋଲି କୁହାଯାଉଥିବା ବେଳେ ଅନେକ ଲୋକ ଏହାକୁ ସ୍ୱର୍ଗର ରାସ୍ତା ବୋଲି କହୁଛନ୍ତି । ଏହି ଦୃଶ୍ୟକୁ ଦେଖି ସମସ୍ତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ଆକାଶରେ ଏ କବାଟ କେଉଁଠୁ ଆସିଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।

ବାଙ୍ଗାଲୋର ଆକାଶରେ ଏହି କବାଟ ଦେଖିବାକୁ ମିଳିଛି । ଆକାଶରେ ଏକ ରହସ୍ୟମୟୀ ଝଲସୁଥିବା ‘କବାଟ’ ଦେଖାଯାଇଛି । ଏହାର ଏକ ଭିଡିଓ ମଧ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତକାଲି ରାତିରେ ବାଙ୍ଗାଲୋରର ହେବାଲ ଫ୍ଲାଏଓଭର ନିକଟ ଆକାଶରେ ଏହିଭଳି ଏକ ଛାଇ(ବସ୍ତୁ) ଦେଖାଯାଇଥିଲା । ଯାହାକୁ ନେଇ ସାରା ସହରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପ୍ରକୃତରେ ଏହା କ’ଣ? କିପରି ଆସିଲା ଏବଂ ଏହି କବାଟ କେଉଁଠୁ ଆସିଲା ବୋଲି ଅନେକ ଲୋକ ପ୍ରଶ୍ନ କରିଛନ୍ତି । କିଛି ଲୋକ ଏହାକୁ ନିଜ ଆଖିରେ ଦେଖିଥିବା ବେଳେ ଏବେ ସୋସିଆଲ ମିଡିଆରେ ଏହାକୁ ସାରା ବିଶ୍ୱ ଦେଖୁଛି । କିନ୍ତୁ ସମସ୍ତଙ୍କର ଗୋଟିଏ ପ୍ରଶ୍ନ କେଉଁଠୁ ଆସିଲା ଏହି କବାଟ? ଆଉ କେଉଁଠାକୁ ଯାଉଛି ଏହାର ରାସ୍ତା ।

ତେବେ ଏହି ଭିଡିଓ ଅପଲୋଡ କରି ୟୁଜର ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛନ୍ତି । ଭିଡିଓରେ ଏହି ଉଜ୍ଜ୍ୱଳମାନ କବାଟ ଦେଖିବାକୁ ମିଳୁଛି । ଏହାକୁ ହଜାର ହଜାର ଲୋକ ଦେଖି ସାରିଥିବା ବେଳେ ଅନେକ ଲୋକ ଏଥିରେ କମେଣ୍ଟ କରିଛନ୍ତି । କିଛି ଲୋକ କହିଛନ୍ତି ଯେ, ଏହି କବାଟ ସ୍ୱର୍ଗକୁ ଏକ ରାସ୍ତା ତ ଆଉ କିଛି ଲୋକ ଏହାକୁ ଏଲିୟନ ବା ଅନ୍ୟ ଗ୍ରହର ଗୁପ୍ତ ଦ୍ୱାର ବୋଲି କହୁଛନ୍ତି । ତେବେ ଆଉ କିଛି ଲୋକ କହିଛନ୍ତି ଯେ, ବର୍ଷା ଯୋଗୁଁ ବାଦଲ ଏପରି ଆକୃତି ଧାରଣ କରିଛି । ତେବେ ଏହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ି ନଥିବା ବେଳେ ଏହା ପଛରେ ଥିବା ବିଜ୍ଞାନ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି ।