fbpx

ଏପରି ପ୍ରେମ ଆଉ କାହିଁ……ରକ୍ଷାବନ୍ଧନ ପୂର୍ବରୁ ସାନ ଭଉଣୀ ଦେଲା ବଡ଼ ଭାଇକୁ ମୂଲ୍ୟବାନ ଉପହାର

ନୂଆଦିଲ୍ଲୀ : ଭାଇ-ଭଉଣୀର ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ ଅଟେ । ଏହି ପର୍ବ ଆସିବା ପୂର୍ବରୁ ଏକ ଆନନ୍ଦଦାୟକ ଏଂ ଗର୍ବ କରିବା ଭଳି ଖବର ସାମ୍ନାକୁ ଆସିଛି । ଏକ ସାନ ଭଉଣୀ ନିଜ ବଡ଼ ଭାଇକୁ କିଛି ନ ଭାବି, ନ ବିଚାର କରି ଅଳ୍ପ ସମୟରେ କିଡନୀ ଦାନ କରିଛନ୍ତି । ରକ୍ଷାବନ୍ଧନର ପୂର୍ବ ଦିନ କିଡନି ଫେଲର ବଡ଼ ଭାଇକୁ ନିଜର ଏକ କିଡନି ଦାନ ତାଙ୍କର ଜୀବନ ବଞ୍ଚାଇଛନ୍ତି । ଏହା କରି ସେ ରକ୍ଷାବନ୍ଧନର ମହତ୍ତ୍ୱ ଆହୁରି ବଢାଇ ଦେଇଛନ୍ତି ।

ସୂଚନା ଅନୁସାରେ, ପ୍ରିୟଙ୍କାର ବଡ଼ ଭାଇ ହରେନ୍ଦ୍ର ୨୦୨୨ ମସିହାରୁ ଡାୟଲିସିସରେ ଥିଲେ । ହରେନ୍ଦ୍ରଙ୍କୁ ଜାନୁୟାରୀ ୨୦୨୨ରେ ଜଣା ପଡିଲା ଯେ, ତାଙ୍କର ଗୋଟିଏ କିଡନି ଫେଲ ହୋଇଯାଇଛି । ଏହି ସମସ୍ୟା ଯୋଗୁଁ ହରେନ୍ଦ୍ର ଅଚାନକ ହାଲିଆ, କିଛି କାରଣ ନଥାଇ ଦୁର୍ବଲ ଅନୁଭବ କରିବା ଏବଂ ଭୋକ ନ ଲାଗିବା ଭଳି ଲକ୍ଷଣ ଦେଖା ଯାଉଥିଲା । କିନ୍ତୁ ଗତ ବର୍ଷ ଡିସେମ୍ବରରେ ସେ ନିୟମିତ ଭାବରେ ଡାଇଲେସିସ କରିଲେ ଏବଂ ତାହାକୁ ଦୈନିକ ଜୀବନ ଶୈଳୀ ବନାଇ ଦେଲେ । ଏହି କାରଣରୁ ହରେନ୍ଦ୍ରର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଲା ।

ପରବର୍ତ୍ତୀ ସମୟରେ ହରେନ୍ଦ୍ରର ଭଉଣୀ ପ୍ରିୟଙ୍କା ନିଜର ଏକ କିଡନି ଦାନ କରିବେ ବୋଲି ନିଷ୍ପତି ନେଇଥିଲେ । ପ୍ରିୟଙ୍କା ନିଜେ କିଡନି ଦାନ କରିବେ ବୋଲି ସ୍ଥିର କରିଥିଲେ । ଏହି ବିଷୟ ନେଇ ଲୋକେ ପ୍ରିୟଙ୍କାକୁ ଅନେକ ବୁଝାଇ ଥିଲେ । କିନ୍ତୁ ସେ ତାଙ୍କ ନିଷ୍ପତିରେ ଅଟଳ ରହି, ତାଙ୍କ ବଡ଼ ଭାଇକୁ ନିଜର ଗୋଟିଏ କିଡନ ଦାନ କରିଥିଲେ ।

Get real time updates directly on you device, subscribe now.