Video: ଦିନ ହେଉ କି ରାତି ଆପେ ଆପେ ଲାଗୁଛି ନିଆଁ: ଆତଙ୍କରେ ଗାଁ ଲୋକେ, ମୁଣ୍ଡରେ ହାତ ଦେଲେ ଅଗ୍ନିଶମ ବିଭାଗ

ଭୁବନେଶ୍ୱର: କୋପ କରିଛନ୍ତି ମାଆ, ମନକୁ ମନ ଲାଗି ଯାଉଛି ଘରେ ନିଆଁ। ନଡ଼ା ଗଦାକୁ ଗଦା ଡେଉଁଛି ନିଆଁ। ହାତଟେକି ଦେଇଛନ୍ତି ଦମକଳ ବାହିନି। ରାତି ଅନିଦ୍ରା ହୋଇ ଚାହିଁ ରହିଛନ୍ତି ଲୋକେ। କିଏ ନିଆଁ ଲଗାଉଛି ନା ଏହା ମାଆଙ୍କର କୋପ କେହି କିଛି ବୁଝି ପାରୁ ନାହାଁନ୍ତି। ଭୟରେ ରାତି କାଟିବା ସହିତ ଗାଁକୁ ଜଗି ରହିଛି ଦମକଳ ବାହିନୀ। ଯେଉଁଠି ନିଆଁ ଲାଗୁଛି ତାକୁ ଯାଇ ଲିଭାଉଛି। ୩ ଦିନ ହେଲା ଏମିତି ଭୟରେ କାଳାତି ପାତ କରୁଛନ୍ତି ଖୋଦ ଭୁବନେଶ୍ୱର ବାସିନ୍ଦା। ଏମିତି କିଛି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ମଞ୍ଚେଶ୍ୱର ଥାନା ବରିଗୁଣ୍ଡ ଅଞ୍ଚଳର ରୋକଟ ଗାଁରେ।

ଆଖିରେ ଲୁହ ମନରେ ଭୟ। ନଡ଼ା ଗଦା ଠାରୁ ଆରମ୍ଭ କରି ଧାନ ଗଦା। ସବୁଠି ଲାଗିଛି ନିଆଁ। ଅଧା ଅଧା ସବୁ ପୋଡ଼ିଯାଇଛି। ଯେଉଁଠି ନିଆଁ ଲାଗୁଛି ସାଙ୍ଗେ ସାଙ୍ଗେ ଯାଇ ନିଆଁକୁ ଲିଭାଉଛନ୍ତି ଲୋକେ। ପାଖରେ ରଖାଯାଇଛି ପାଣି ଡ୍ରମ କୁ ବାଲଟି। ଭୟରେ ୩ ଦିନ ହେଲା ପୁରା ଗାଁ ଲୋକେ । ଅନିଦ୍ରା ସହ ଭୋକ ଉପାସରେ ରହି ଜଗିଛନ୍ତି । କେହି କିଛି ବି ବୁଝିପାରୁ ନାହାଁନ୍ତି । କିଏ କହୁଛି ମାଆ କୋପ କରିଛନ୍ତି ତ ପୁଣି କିଏ କହୁଛି ଭୌତିକ ଉପାୟରେ ନିଆଁ ଲାଗୁଛି । ଆଉ ପୁଣି କିଏ କହୁଛି କେହି ଆସି ନିଆଁ ଲଗାଇ ଦେଉଛି । କିନ୍ତୁ କଣ ପାଇଁ ନିଆଁ ଲାଗୁଛି ତାହା କେହି ଜାଣି ପାରୁନାହାଁନ୍ତି । ସେଥିପାଇଁ ଆତଙ୍କରେ ପୁରା ଗାଁ।

ଦମକଳ ବାହିନି ବି ଏମିତି ଦୃଶ୍ୟ ଦେଖି ପୁରା ଆଶ୍ଚର୍ଯ୍ୟ। ଗୋଟିଏ ପଟୁ ନିଆଁ ଲିଭାଇବା ସମୟରେ ଆଉ ଗୋଟିଏ ପଟୁ ଅଚାନକ ନିଆଲ ଲାଗିଯାଉଛି ବୋଲି କହିଥିଲେ। କଣ ପାଇଁ ନିଆଁ ଲାଗୁଛି ଅଗ୍ନିଶମ ବାହିନୀ ମଧ୍ୟ ଜାଣିପାରିନଥିଲା।