fbpx

କେଉଁ ବ୍ଲଡ୍ ଗ୍ରୁପର ଲୋକଙ୍କୁ ଅଧିକ କାମୁଡ଼ନ୍ତି ମଶା, ଜାଣନ୍ତୁ ଏହା ପଛର କାରଣ

ମୌସୁମୀ ଓ ବର୍ଷା ପାଇଁ ସମସ୍ତେ ଅପେକ୍ଷା କରିଥାନ୍ତି, କିନ୍ତୁ ମୌସୁମୀ ନିଜ ସହିତ ମଶାଙ୍କୁ ବି ସାଙ୍ଗରେ ନେଇ ଆସିଥାଏ । ମଶା ହେବାରୁ ଡେଙ୍ଗୁ , ମ୍ୟାଲେରିଆ ଆଦି ରୋଗ ମଧ୍ୟ ବଢ଼ିଥାଏ । ତେବେ କିଛି ଲୋକଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ମଶା କାମୁଡନ୍ତି । କେଉଁ ଲୋକଙ୍କ ତ୍ୱଚା ମଶାଙ୍କୁ ଆକର୍ଷିତ କରିଥାଏ ତ ଆଉ କେତେକଙ୍କ ବ୍ଲଡ ଗ୍ରୁପ ଯୋଗୁଁ ମଶା ଅଧିକ କାମୁଡ଼ନ୍ତି । ଆସନ୍ତୁ ଜାଣିବା କେଉଁ ଲୋକଙ୍କୁ ଅଧିକ ମଶା କାମୁଡ଼ନ୍ତି…

– ଯେଉଁମାନଙ୍କର ଚର୍ମ ଅଧିକ ଲାକ୍ଟିକ୍ ଏସିଡ୍ ଉତ୍ପାଦନ କରେ, କୁହାଯାଏ ଯେ ସେମାନଙ୍କୁ ଅଧିକ ମଶା କାମୁଡ଼ନ୍ତି । ମଶା ଲାକ୍ଟିକ୍ ଏସିଡ୍ ପ୍ରତି ମଶାମାନେ ଅଧିକ ଆକର୍ଷିତ ହୁଅନ୍ତି । ତେଣୁ ଯେଉଁ ବ୍ୟକ୍ତିଙ୍କ ଚର୍ମରେ ଅଧିକ ପରିମାଣର ଲାକ୍ଟିକ୍ ଏସିଡ୍ ରହିଥାଏ, ସେମାନଙ୍କୁ ମଶା ଅଧିକ କାମୁଡ଼ିଥାନ୍ତି ।

– ବ୍ଲଡ ଗ୍ରୁପ୍ ଓ ମଶା କାମୁଡ଼ିବା ମଧ୍ୟରେ ସମ୍ପର୍କ ରହିଛି । ଅନେକ ରିସର୍ଚ୍ଚରେ ପ୍ରମାଣ ଅଛି ଯେ ଅନ୍ୟ ବ୍ଲଡ ଗ୍ରୁପରର ଲୋକଙ୍କ ଅପେକ୍ଷା ମଶା ‘o’ ବ୍ଲଡ୍ ଗ୍ରୁପ୍ ଥିବା ଲୋକଙ୍କ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି ।

– ଗର୍ଭବତୀ ମହିଳାମାନଙ୍କ ଠାରେ ମେଟାବୋଲିକ୍ ହାର ଅଧିକ ଥାଏ, ଯାହାକି ମଶାମାନଙ୍କୁ ଅଧିକ ଆକର୍ଷିତ କରିଥାଏ । ତେଣୁ ମଶାମାନେ ମଧ୍ୟ ଏହି ମହିଳାମାନଙ୍କୁ ଟାର୍ଗେଟ କରନ୍ତି ।

– ଗାଢ଼଼ ରଙ୍ଗର ପୋଷାକ ପିନ୍ଧିବା ବି ଏକ କାରଣ ହୋଇପାରେ । କାରଣ ଗାଢ଼଼ ରଙ୍ଗର ପୋଷାକ ମହିଳା ମଶାଙ୍କୁ ଆକର୍ଷିତ କରିଥାଏ ।

– ଯେଉଁମାନଙ୍କ ଶରୀରରେ ତାପମାତ୍ରା ଅଧିକ ରହିଥାଏ, ସେମାନଙ୍କୁ ମଶା ଅଧିକ କାମୁଡ଼ନ୍ତି । ମଦ ପିଉଥିବା ଲୋକଙ୍କ ଝାଳରୁ ବାହାରୁଥିବା ରାସାୟନିକ ପଦାର୍ଥକୁ ମଶା ଅଧିକ ପସନ୍ଦ କରନ୍ତି । ଯଦି ଆପଣଙ୍କ ଶରୀରରୁ ଅଧିକ ଝାଳ ବାହାରୁଛି, ତେବେ ଆପଣ ସହଜରେ ମଶାର ଶିକାର ହୋଇପାରନ୍ତି ।

Get real time updates directly on you device, subscribe now.