fbpx

କେଉଁ ଦିଗରେ ଗଛ ଲଗାଇବା ଶୁଭ : ବାସ୍ତୁ ଅନୁସାରେ କେଉଁ ଗଛ ଘରେ ଲଗାଇବା ଆବଶ୍ୟକ ଆସନ୍ତୁ ଜାଣିବା

Advertisement

ଓଡିଶା ଭାସ୍କର; ଗଛଲତା ମନୁଷ୍ୟର ବନ୍ଧୁ ହୋଇଥାଏ । ଅନେକ ବୃକ୍ଷକୁ ନିଜ ଘର ଚାରିପାଖେ ଲଗାଇବା ଦ୍ୱାରା ଏହା ଶୁଭ ହୋଇଥାଏ । ସେହିପରି ଅନେକ ଗଛ ଲଗାଇବା ଦ୍ୱାରା ଏହା ଆମ ପାଇଁ କ୍ଷତିକାରକ ହୋଇଥାଏ । ତେବେ ଆଜି ଆମେ ବାସ୍ତୁରେ ଜାଣିବା କେଉଁ ଗଛ କେଉଁଠାରେ ଲଗାଇଲେ ଶୁଭ ହୋଇଥାଏ ।

ଉଚ୍ଚ ଏବଂ ଅଧିକ ଘଞ୍ଚ ବା ଅଧିକ ପତ୍ର ଥିବା ଗଛକୁ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଲଗାଇବା ଦ୍ୱାରା ଶୁଭ ହୋଇଥାଏ ବୋଲି ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ଅଛି । ଏହି ଗଛକୁ କାନ୍ଥ ଠାରୁ ଛଡାଇ ଲଗାନ୍ତୁ । ଯାହା ଦ୍ୱାରା ସେହି ଗଛକୁ ପ୍ରର୍ଯ୍ୟପ୍ତ ମାତ୍ରାରେ ସୂର୍ଯ୍ୟକିରଣ ମିଳିପାରିବ । ତେବେ ଯଦି ଘର ପାଖରେ ଆଗରୁ ଗଛ ଅଛି ତାହାକୁ କାଟିବା ଉଚିତ ନୁହେଁ । ସେହି ଗଛ ଗୁଡିକର ଧ୍ୟାନ ରଖିବା ଆବଶ୍ୟକ । ବାସ୍ତୁ ଅନୁସାରେ ସକରାତ୍ମକ ଉର୍ଜା ପାଇଁ ଗଛକୁ ପଶ୍ଚିମ, ଉତ୍ତର ଦକ୍ଷିଣ କିମ୍ବା ପୂର୍ବଉତ୍ତରରୁ ଦକ୍ଷିଣ ପଶ୍ଚିମ କୋଣରେ ଲଗାଇବା ଆବଶ୍ୟକ । ଘରର ପୂର୍ବ ଦିଗରେ ଫୁଲ ଗଛ ଏବଂ ଘାସ ଗଛ ଲଗାଇବା ଆବଶ୍ୟକ ଯାହା ଦ୍ୱାରା ଘର ଲୋକମାନଙ୍କ ସ୍ୱାସ୍ଥବସ୍ଥା ଭଲ ରହିଥାଏ । ପାନ, ହଳଦୀ, ଚନ୍ଦନ କିଛି ଗଛକୁ ପଶ୍ଚିମ ଏବଂ ଉତ୍ତର କେଣରେ ଲାଗାଇବା ଦ୍ୱାରା ଘର ଲୋକମନଙ୍କ ମଧ୍ୟରେ ଥିବା ସମ୍ପର୍କ ନିବିଡ ହୋଇଥାଏ ।

ତେବେ ଶାସ୍ତ୍ର ଅନୁସାରେ ଲେମ୍ବୁ ପରି କଣ୍ଟାଥିବା ଗଛଜ ଗୁଡିକୁ ଘର ପାଖରେ ବା ବାହାରେ ଲଗାଇବା ଅନୁଚିତ । ଏହି ବୃକ୍ଷ ଗୁଡିକୁ ଅଶୁଭ ବୋଲି କୁହାଯାଏ । ଗୋଲାପ ମଧ୍ୟ ଏକ କଣ୍ଟା ବୃକ୍ଷ କିନ୍ତୁ ଏହାକୁ ଘରେ ଲଗାଇବା ଶୁଭ ବୋଲି କୁହାଯାଏ । କିନ୍ତୁ କଳା ରଙ୍ଗର ଗୋଲପ ବୃକ୍ଷ ଘରେ ଲଗାଇବା ଅଶୁଭ ହୋଇଥାଏ । ଘରେ ଏପରି ବୃକ୍ଷ ଲଗାଇବା ଆବଶ୍ୟକ ନୁହେଁ ଯେଉଁ ବୃକ୍ଷ ସାପ, ମହୁମାଛି,ପେଚା ଆଦିଙ୍କୁ ଆମନ୍ତ୍ରିତ କରିଥାଏ ।

Get real time updates directly on you device, subscribe now.