କେଉଁ ରୋଗ ହେଲେ ଆଖି ତଳ କଳା ପଡିଥାଏ, କଣ କୁହନ୍ତି ବିଶେଷଜ୍ଞ, ଜାଣିବାକୁ ଦେଖନ୍ତୁ

କାହିଁକି ଆଖି ତଳ କଳା ପଡେ, ଏହାର ନିରାକରଣ କଣ

ଓଡିଶା ଭାସ୍କର: ଆଖି ତଳ କଳା ପଡିବ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହା କେବଳ ସୌନ୍ଦର୍ଯ୍ୟକୁ ପ୍ରଭାବିତ କରିନଥାଏ ବରଂ କେତେକାଂଶରେ ଏହା ଆତ୍ମବିଶ୍ୱାସକୁ ମଧ୍ୟ ପ୍ରଭାବିତ କରିଥାଏ। ତେବେ ଏହି ଦାଗ ହେବାର ଅନେକ କାରଣ ରହିଛି, ଯାହାକୁ ଆମେ ଅଜାଣତରେ ଗ୍ରହଣ କରିଥାଉ। ଏହା ବ୍ୟତୀତ, ଆଖି ତଳେ କଳା ଦାଗ ଅନେକ ରୋଗ ଏବଂ ଭିଟାମିନ ଅଭାବ ଯୋଗୁଁ ମଧ୍ୟ ହୋଇଥାଏ।

କାହିଁକି ଏହା ହୋଇଥାଏ? ସାଧାରଣତଃ ଆଖି ତଳେ କଳା ଦାଗ ନିଦ ଅଭାବରୁ ହୋଇଥାଏ। ଏହା ବ୍ୟତୀତ ଫୋନ କିମ୍ବା କମ୍ପ୍ୟୁଟର ଆଗରେ ଅଧିକ ସମୟ ବିତାଇଲେ ମଧ୍ୟ ଆଖି ତଳେ କଳା ଦାଗ ପଡ଼ିବା ଦେଖାଯାଇଥାଏ। ଏହା ବ୍ୟତୀତ, କିଛି ରୋଗ ଅଛି ଯାହା ଆଖି ତଳେ କଳା ଦାଗ ସୃଷ୍ଟି କରେ।

ଯଦି ଏହା ନିଦ ଅଭାବରୁ ହେଉଛି ତାହେଲେ ସେଥିପାଇଁ ଆମେ ସମ୍ପୂର୍ଣ୍ଣ ଭାବରେ ଦାୟୀ। କାହିଁକି ନା ଆମେ ନିଜେ ଅଜାଣତରେ ନିଦ ଅଭାବ କିମ୍ବା ପର୍ଯ୍ୟାପ୍ତ ନିଦ ନ ହେବା ଭଳି ପରିସ୍ଥିତିକୁ ନିମନ୍ତ୍ରଣ କରୁ।

ଏହାର କାରଣ: ଏମଏମଜି ହସ୍ପିଟାଲର ବରିଷ୍ଠ ଚିକିତ୍ସକ ଡାକ୍ତର ସନ୍ତରାମ ବର୍ମା କୁହନ୍ତି ଯେ, ଆଖି ତଳେ କଳା ଦାଗ ଅନେକ କାରଣ ହେତୁ ହୋଇପାରେ। ଏଥିରେ କିଛି ରୋଗ ମଧ୍ୟ ଅନ୍ତର୍ଭୁକ୍ତ।

ଶରୀରରେ ଆଇରନ ଅଭାବ ରହିଲେ, ଯକୃତ ରୋଗ ଥିଲେ, ଥାଇରଏଡ୍ ଗ୍ରନ୍ଥି ଠିକ୍ ଭାବରେ କାର୍ଯ୍ୟ ନ କଲେ ଆଖି ତଳେ କଳା ଦାଗ ହୋଇଥାଏ। ଏଗୁଡ଼ିକ ବ୍ୟତୀତ, ଡିହାଇଡ୍ରେସନ୍, ଧୂମପାନ, ଅତ୍ୟଧିକ ମଦ୍ୟପାନ ଏବଂ ଚାପ ଯୋଗୁଁ ମଧ୍ୟ ହୋଇଥାଏ।

ସମସ୍ୟାରୁ କିପରି ମୁକ୍ତି ପାଇବେ? ସାର ଗଙ୍ଗା ରାମ ହସ୍ପିଟାଲର ଚକ୍ଷୁ ବିଜ୍ଞାନ ବିଭାଗର ଡାକ୍ତର ଏ କେ ଗ୍ରୋଭର କୁହନ୍ତି ଯେ, ଯଦି ଆଖି ତଳେ କଳା ଦାଗ ଥାଏ, ତେବେ ଆପଣଙ୍କୁ ଆପଣଙ୍କର ଖାଦ୍ୟ ପରିବର୍ତ୍ତନ କରିବା ଉଚିତ। ପୁଷ୍ଟିକର ଖାଦ୍ୟ ଖାଇ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଉଚିତ। ଏହା ସହିତ, ପ୍ରଚୁର ପାଣି ମଧ୍ୟ ପିଇବା ଆବଶ୍ୟକ।

ବିଭିନ୍ନ ପ୍ରକାର ଚାପକୁ କମ କରି ଖରାପ ଅଭ୍ୟାସକୁ ନିୟନ୍ତ୍ରଣରେ ରଖିବା ଉଚିତ। ଯଦି ଏହା କରିବା ପରେ ମଧ୍ୟ କଳା ଦାଗ କମୁନି, ତେବେ ଡାକ୍ତରଙ୍କ ପାଖକୁ ଯାଇ ଏହାର ଚିକିତ୍ସା କରିବା।