fbpx

ନିଦରେ କେଉଁ ସ୍ୱପ୍ନ ଦେଖିଲେ ଆଗକୁ ଆପଣ ଧନୀ ହୋଇପାରିବେ

ସ୍ୱପ୍ନ ଶାସ୍ତ୍ର: ରାତିରେ ଶୋଇବା ସମୟରେ ବହୁ ପ୍ରକାର ସ୍ୱପ୍ନ ଆମେ ଦେଖିଥାଉ । ଯାହା ଦୈନନ୍ଦିନରେ ଘଟୁଥାଏ ତାହାକୁ ଆମେ ସ୍ୱପ୍ନ ସାହାଯ୍ୟରେ ଦେଖୁଥାଉ । ହେଲେ ବେଳେ ବେଳେ ଜୀବନରେ ନ ଘଟୁଥିବା ଜିନିଷକୁ ଆମେ ସ୍ୱପ୍ନରେ ଦେଖିଥାଉ, ତାହାର କାରଣ କଣ? ସେହି ସ୍ୱପ୍ନ ଆମ ପାଇଁ ଶୁଭ କି ଅଶୁଭ ତାହା ଭଲ ଭାବେ ଜାଣିବା ଆମର କର୍ତ୍ତବ୍ୟ । ଜ୍ୟେତିଷ ଶାସ୍ତ୍ର ଅନୁସାରେ ଜୀବନରେ କୌଣସି ଘଟଣା ଘଟିବା ପୂର୍ବରୁ କିଛି ନା କିଛି ସଂକେତ ଆସିଥାଏ । ତେବେ ରାତିରେ ଶୋଇବା ସମୟରେ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି । କିନ୍ତୁ ଆଗକୁ କଣ ହେବ କିଛି ସ୍ୱପ୍ନ ଈଷାରା ଦେଇଥାଏ ବାସ୍ତବ ଜୀବନରେ । ତାହା ମଧ୍ୟରୁ କେତେକ ଶୁଭ ଓ କେତେକ ଅଶୁଭ ହୋଇଥାଏ । ତେବେ ସ୍ୱପ୍ନ ଶାସ୍ତ୍ର ଅନୁସାରେ କିଛି ସ୍ୱପ୍ନ ଦେଖିବା ଦ୍ୱାରା ଭବିଷ୍ୟତରେ ଆପଣ ଧନ ପ୍ରାପ୍ତି ହୋଇପାରିବେ । ସ୍ୱପ୍ନ କଥାକୁ ଆସିବା.. ଆପଣ ଯଦି ଚଢେଇ ମାନଙ୍କୁ ଉଡୁଥିବାର ସ୍ୱପ୍ନ ଦେଖୁଥିବେ ତେବେ ଏହା ଆପଣଙ୍କ ପାଇଁ ଶୁଭ ଅଟେ । ଏହାର ଅର୍ଥ ହେଉଛି ଆପଣଙ୍କର ଅଧା ରହିଯାଇଥିବା କାମ ପୁରା ହେବାକୁ ଯାଉଛି । ଖାଲି ଏତିକି ନୁହେଁ ଆପଣ ଏମିତି ଏକ ବ୍ୟକ୍ତି ବିଶେଷଙ୍କ ସହ ଭେଟିବାକୁ ଯାଉଛନ୍ତି ଯିଏ ଆପଣଙ୍କ ମାର୍ଗ ଦର୍ଶକ ହେବ । ଏହା ସହ ଏହି ସ୍ୱପ୍ନ ଦେଖିଲେ ଧନ ଓ ଆୟୁର ମଧ୍ୟ ବୃଦ୍ଧି ଘଟିଥାଏ ।

ଏହାଛଡା ସ୍ୱପ୍ନରେ ଭଅଁର ଦେଖିଲେ ତାହାକୁ ଅଶୁଭ ମନାଯାଏ ଜ୍ୟେତିଷ ଶାସ୍ତ୍ରରେ । ଫୁଲ ଉପରେ ଭଅଁର ବସିଲେ ତାହା ଏକ କଳା ପୋକ ହିସାବରେ ଦେଖାଯାଇଥାଏ । ଏହା ସ୍ୱପ୍ନରେ ଆସିବା ଅର୍ଥ ହେଉଛି ଆପଣଙ୍କ ଜୀବନରେ ନକରାତ୍ମକ ଚିନ୍ତା ମାଡି ଆସୁଛି । ଏହାସହ ଭବିଷ୍ୟତରେ ଆପଣ କଠିନ ଯାତ୍ରା କରିବାକୁ ଯାଉଛନ୍ତି । ତାହାସହ ଜୀବନରେ ବହୁ କ୍ଷତି ହେବାକୁ ଯାଉଛି । ଯଦି ଆପଣ ଏହି ସ୍ୱପ୍ନ ଦେଖନ୍ତି ତେବେ ସତର୍କ ହୋଇଯାଆନ୍ତୁ । ଜ୍ୟେତିଷଙ୍କ ପାଖକୁ ଯାଇ ଏହାର ପ୍ରତିକାର ରାସ୍ତା ବାହାର କରିବା ସହ ଠାକୁରଙ୍କ ଆରଧନା ମଧ୍ୟ କରନ୍ତୁ ।

Get real time updates directly on you device, subscribe now.