fbpx

୨୦୨୩ରେ ବଲିଉଡ୍ କିପରି ରହିବ: କେଉଁ ତାରକାଙ୍କ ଚାଲିବ ରାଜ୍, କାହାର ଫିଲ୍ମ ହେବ ଫ୍ଲପ୍

ନୂଆଦିଲ୍ଲୀ: ଆଉ ମାତ୍ର ଦିନ କେଇଟା ପରେ ଆମେ ସମସ୍ତେ ନୂଆବର୍ଷ ୨୦୨୩ରେ ପାଦ ଥାପିବା । ନୂଆ ବର୍ଷରେ ନୂଆ ସ୍ୱପ୍ନ ନେଇ ସମସ୍ତେ ଆଗକୁ ବଢ଼ିବାକୁ ପ୍ରୟାସ କରିବେ । ନୂଆ ବର୍ଷରେ ବଲିଉଡର ବହୁ ବଡ଼ ବଡ଼ ତାରକାଙ୍କ ଫିଲ୍ମ ସବୁ ରିଲିଜ୍ ହେବାକୁ ଯାଉଛି । ଅତୀତରେ ଏକାଧିକ ବଡ଼ ଷ୍ଟାରଙ୍କ ଫିଲ୍ମ ଫ୍ଲପ୍ ହୋଇଥିବାରୁ ୨୦୨୩ ବର୍ଷ ସେମାନଙ୍କର ପାଇଁ ଅଗ୍ନିପରୀକ୍ଷା ସଦୃଶ ହେବ । କେଉଁ ଫିଲ୍ମ ହିଟ୍ ହେବ ଆଉ କେଉଁ ଫିଲ୍ମ ଫ୍ଲପ୍ ହେବ ସେନେଇ ତାରକାମାନେ ଆଶଙ୍କା ମଧ୍ୟରେ ରହିଛନ୍ତି ।

ନୂଆ ବର୍ଷ ୨୦୨୩ରେ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କ ୬ଟି ଫିଲ୍ମ ଆସୁଛି । ଅକ୍ଷୟଙ୍କ ‘ସେଲଫି’, ‘ବେଦାନ୍ତ ମରାଠେ ବୀର ଡୌଡଲେ ସାତ’, ‘ଗୋରଖା’, ‘କ୍ୟାପସୁଲ ଗିଲ’, ‘ଓଃ ମାଇଁ ଗଡ-୨’, ‘ସିରାରୀ ପୋଟରୁ’ ଫିଲ୍ମର ରିମେକ ରିଲିଜ୍ ଅପେକ୍ଷାରେ ରହିଛି । ୨୦୨୩ ଜାନୁଆରୀ ୨୫ରେ କିଙ୍ଗ ଖାନ ଶାହରୁଖ ଖାନଙ୍କ ‘ପଠାନ’ ଫିଲ୍ମ ରିଲିଜ୍ ହେବ । ଏଥିସହିତ ‘ଯବାନ’ ଓ ‘ଡଙ୍କି’ ମଧ୍ୟ ଏହି ବର୍ଷ ରିଲିଜ୍ ହେବ । ୨୦୨୩ ଇଦ୍ ଅବସରରେ ଭାଇଜାନ୍ ସଲମାନ ଖାନଙ୍କ ଫିଲ୍ମ ଆସୁଛି । ତାଙ୍କର ଦୁଇଟି ବିଗ୍ ବଜେଟ୍ ଫିଲ୍ମ ମଧ୍ୟରେ ‘ଟାଇଗର-୨’ ମଧ୍ୟ ସାମିଲ ରହିଛି ।

ଆସନ୍ତା ବର୍ଷ ବ୍ରହ୍ମାସ୍ତ୍ରର ଷ୍ଟାର ରଣବୀର କପୁରଙ୍କ ‘ଆନିମଲ’ ଫିଲ୍ମ ରିଲିଜ୍ ହେବ । ନୂଆ ବର୍ଷରେ ‘ବବାଲ’ ଫିଲ୍ମ ମାଧ୍ୟମରେ ଅଭିନେତା ବରୁଣ ଧାବନ ପରଦାକୁ ଆସିବେ । ‘ସାମ ବାହାଦୁର’ ଫିଲ୍ମ ଓ ‘ଡଙ୍କି’ରେ ଅଭିନେତା ଭିକି କୌଶଲ ନଜର ଆସିବେ । ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଫିଲ୍ମ ‘ଶାହଜାଦା’ ଫେବୃଆରୀ ୧୦ରେ ଓ ‘ସତ୍ୟପ୍ରେମ କୀ କଥା’ ଜୁଲାଇରେ ରିଲିଜ୍ ହେବ । ଏହାଛଡ଼ା ‘ଆଶିକୀ-୩’ ଓ ‘କ୍ୟାପ୍ଟେନ ଇଣ୍ଡିଆ’ ଫିଲ୍ମ ମଧ୍ୟ ସାମିଲ ରହିଛି । ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ‘ଯୋଦ୍ଧା’ ଜୁଲାଇରେ ରିଲିଜ୍ ହେବ ।

Get real time updates directly on you device, subscribe now.