fbpx

ଜାଣିବା କଥା; ମାଠିଆ ପାଣି ନା ଫ୍ରିଜ ପାଣି… ଅତ୍ୟଧିକ ଗରମରେ କେଉଁ ପାଣି ଶରୀର ପାଇଁ ସୁସ୍ଥକର?

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଅସହ୍ୟ ଗରମ ସାଙ୍ଗକୁ ତାତି ଲୋକମାନଙ୍କୁ କଲବଲ କରିବାରେ ଲାଗିଛି । ସବୁଆଡେ ଗରମରୁ ତ୍ରାହି ପାଇବା ପାଇଁ ଉପାୟ ଖୋଜୁଛନ୍ତି ଦେଶବାସୀ । ଘର ଭିତରେ ଥିବା ପାଣି ମଧ୍ୟ ପିଇବା ଯୋଗ୍ୟ ରହୁନାହିଁ । ଏହି ପାଣିକୁ ଥଣ୍ଡା ରଖିବା ପାଇଁ ଉପାୟ ଖୋଜି ମିଳୁ ନତିବା ବେଳେ ଫ୍ରିଜ ହିଁ ଏକ ମାତ୍ର ଭରସା ପାଲଟିଛି । ତେବେ ଫ୍ରିଜ ବ୍ୟତୀତ ମାଠିଆ ମଧ୍ୟ ଥଣ୍ଡା ପାଣିର ଆଉ ଏକ ମାଧ୍ୟମ ହୋଇପାରେ । ଯାହାକୁ ଆଜିକାଲି ଲୋକମାନେ ଭୁଲି ଯାଇଛନ୍ତି । କିନ୍ତୁ ମାଠିଆ ପାଣି ଏବଂ ଫ୍ରିଜ ପାଣି ଭିତରେ ଫରକ କ’ଣ ଥାଏ? କେଉଁ ପାଣି ପିଇବା ପ୍ରକୃତରେ ଶରୀର ପାଇଁ ସୁସ୍ଥକର? ଆସନ୍ତୁ ଜାଣିବା ଏହାର ଉତ୍ତର …

ଫ୍ରିଜ ପୂର୍ବରୁ ପାଣି ଥଣ୍ଡା ରଖିବାକୁ ଲୋକମାନେ ମାଠିଆର ବ୍ୟବହାର କରୁଥିଲେ । ତେବେ ବର୍ତ୍ତମାନ ଏହି ପ୍ରଶ୍ନ ନେଇ ବିଜନେସମ୍ୟାନ ଆନନ୍ଦ ମହିନ୍ଦ୍ରା ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ସେ ଉଭୟ ପାଣି ଭିତରେ ଥିବା ଲାଭ ଏବଂ କ୍ଷତିକୁ ଦର୍ଶାଇଛନ୍ତି ।

କ’ଣ ଥାଏ ଫାଇଦା?

ପୋଷ୍ଟରେ ମହିନ୍ଦ୍ରା କହିଛନ୍ତି ଯେ,

  • ଫ୍ରିଜ ତୁଳନାରେ ଏହି ମାଟିପାତ୍ର(ମାଠିଆ) ଶସ୍ତା ହୋଇଥିବା ବେଳେ ଏହା ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠିପାରେ ଏବଂ ଅତି ସହଜରେ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରେ । କିନ୍ତୁ ଗୋଟିଏ ଫ୍ରିଜର ସର୍ବନିମ୍ନ ମୂଲ୍ୟ ୧୦ ହଜାର ଟଙ୍କା ଏବଂ ଏହା ମାତ୍ର ୧୫ ବର୍ଷ ପର୍ଯ୍ୟନ୍ତ ଚାଲି ପାରିବ । ଏହା ବ୍ୟତୀତ ଏହାର ମେଣ୍ଟୋନାନ୍ସ ସହିତ ବିଜୁଳି ଖର୍ଚ୍ଚ ମଧ୍ୟ ବଢିଥାଏ ।
  • ଏହାସହିତ ମାଠିଆ କେବଳ ପାଣି ରଖିବା ପାଇଁ ଉଦ୍ଦିଷ୍ଟ ହୋଇଥାଏ । କିନ୍ତୁ ଫ୍ରିଜ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ କରାଯାଇପାରେ ।
  • ମାଠିଆରେ ପାଣି ରହିଲେ ଏହା ପ୍ରାକୃତିକ ଉପାୟରେ ଏହା ଥଣ୍ଡା ହୋଇଥାଏ । କିନ୍ତୁ ଫ୍ରିଜରେ ଏହି ପାଣି ବିଜୁଳି ସାହାଯ୍ୟରେ ଥଣ୍ଡା ହୋଇଥାଏ । ଫଳରେ ପାଣିର ସ୍ୱାଦ ନଷ୍ଟ ହୋଇଥାଏ ।

ତେବେ ଏହି ପୋଷ୍ଟର କ୍ୟାପ୍ସନରେ ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି ଯେ, ସତ କହିବାକୁ ଗଲେ, ମାଠିଆର ଡିଜାଇନ ଏବଂ ସୌନ୍ଦର୍ଯ୍ୟ ଅନ୍ୟ ସମସ୍ତ ଦୃଷ୍ଟିକୋଣରେ ସବୁଠୁ ଶ୍ରେଷ୍ଠ । ଦ୍ରୁତ ଗତିରେ ଆଗକୁ ବଢି ଚାଲିଥିବା ଦୁନିଆରେ ପ୍ଲାନେଟ ପଜିଟିଭ ଜିନିଷକୁ ଗ୍ରହଣ କରିବା ଆବଶ୍ୟକ । ତେଣୁ ଏହି ମାଠିଆକୁ ବ୍ୟବହାର କରିବାରେ ଲୋକମାନଙ୍କୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ । ଏହା ଏକ ପ୍ରିମିୟମ ଲାଇଫ ଷ୍ଟାଇଲରେ ସହାୟକ ହୋଇପାରେ ।

Get real time updates directly on you device, subscribe now.