fbpx

କେଉଁ ପର୍ବତକୁ ବେଶୀ ଲୋକ ଚଢନ୍ତି! ଜାଣିଛନ୍ତି… ଏ ପର୍ବତକୁ ପ୍ରତିବର୍ଷ ଯାଆନ୍ତି ୩ ଲକ୍ଷ ଲୋକ

Advertisement

 

ଓଡିଶା ଭାସ୍କର: ଅନେକ ଲୋକଙ୍କ ସ୍ୱପ୍ନ ଥାଏ ଯେ, ସେମାନେ ପର୍ବତ ଚଢିବେ ଓ ପର୍ବତାରୋହୀ ହେବେ । ଏହିକ୍ରମରେ ପର୍ବତାରୋହୀମାନେ ବଡ ବଡ ପର୍ବତ ଚଢି ଥାଆନ୍ତି । ତେବେ କେବେ ମନରେ ପ୍ରଶ୍ନ ଆସିଛି ଯେ ଲୋକେ କେଉଁ ପର୍ବତକୁ ବେଶୀ ଚଢୁଥିବେ । ଦୁନିଆର ସବୁଠୁ ବେଶୀ ଚଢୁଥିବା ପର୍ବତ କେଉଁଟା…

ବିଶ୍ୱରେ ଅଧିକ ଚଢୁଥିବା ପର୍ବତର ନାଁ ହେଉଛି ମାଉଣ୍ଡ ଫୁଜି । ଯଦିଓ ମାଉଣ୍ଡ ଏଭରେଷ୍ଟ ଦୁନିଆର ସବୁଠୁ ଜଣାଶୁଣା ପର୍ବତ, ତଥାପି ଅନେକ ପର୍ବତାରୋହୀ ଏହି ପର୍ବତ ଚଢିବାର ସ୍ୱପ୍ନ ଦେଖନ୍ତି । ପ୍ରତିବର୍ଷ ମାଉଣ୍ଡ ଫୁଜି ପର୍ବତକୁ ପ୍ରାୟ ୩ ଲକ୍ଷ ଲୋକ ଯାଆନ୍ତି । ଜାପାନର ଟୋକିଓ ସହର ପାଖରେ ଏ ପର୍ବତ ରହିଛି । ଏହା ଜାପାନର ସବୁଠୁ ଉଚ୍ଚ ବରଫ ପାହାଡ ଅଟେ । ଜାପାନର ପୁରାତନ ସଂସ୍କୃତିରେ ଅଛି ଯେ, ଯଦି ଜଣେ ଏହି ପର୍ବତକୁ ଥରେ ଚଢିଥାଏ, ତେବେ ସେ ବୁଦ୍ଧିମାନ ଅଟେ ଓ ଦ୍ୱିତୀୟ ଥର କେହି ଏହି ପର୍ବତକୁ ଚଢିଲେ ସେ ମୁର୍ଖର ପରିଚୟ ପାଏ ।

Get real time updates directly on you device, subscribe now.