କୋଲେଷ୍ଟ୍ରଲ ହ୍ରାସ ପାଇଁ ଖାଇବେ କେଉଁ ତେଲ, ଜାଣନ୍ତୁ ଡିଟେଲ୍ସ
କୋଲେଷ୍ଟ୍ରଲ ଥିଲେ କେଉଁ ତେଲ ଖାଇବା ଉପଯୋଗୀ, ଜାଣନ୍ତୁ
ଓଡ଼ିଶା ଭାସ୍କର: ଆଜିକାଲିର ସମୟରେ ଶରୀରରେ କୋଲେଷ୍ଟ୍ରଲ ବଢିବା ସାଧାରଣ ହୋଇଗଲାଣି। ଯେତେବେଳେ ଆମେ ଅଣ୍ଡା, ମାଂସ, ମାଛ, କ୍ଷୀର ବା ଏଥିରୁ ପ୍ରସ୍ତୁତ ଖାଦ୍ୟ ଖାଇଥାଉ ତେବେ ଏହା ଆମ ଶରୀରକୁ କୋଲେଷ୍ଟ୍ରଲ ପ୍ରଦାନ କରିଥାଏ।
କିନ୍ତୁ ଏପରି କିଛି ଖାଦ୍ୟ ଅଛି ଯାହା ଆମ ଶରୀରକୁ ବ୍ୟାଡ୍ କୋଲେଷ୍ଟ୍ରଲ ପ୍ରଦାନ କରିଥାଏ। ତେବେ ଆସନ୍ତୁ ଜାଣିବା କଲେଷ୍ଟ୍ରଲ ରୋଗୀ କେଉଁ ତେଲ ଖାଇବା ଆବଶ୍ୟକ।
ବାଦାମ ତେଲ: ଚିନାବାଦାମ ତେଲ ଗୁଡ୍ କୋଲେଷ୍ଟ୍ରଲକୁ ବୃଦ୍ଧି କରିଥାଏ ଏବଂ ବ୍ୟାଡ୍ କୋଲେଷ୍ଟ୍ରଲକୁ ଏହା କମ କରିବାରେ ସାହାଯ୍ୟ କରିଥାଏ। ବାଦାମ ତେଲ ହାର୍ଟ ପାଇଁ ଖୁବ ଭଲ ହୋଇଥାଏ। ଆପଣ ଏହାକୁ ଛଣାଛଣି ପାଇଁ ମଧ୍ୟ ବ୍ୟବହାର କରିପାରିବେ।
ରାଶି ତେଲ: ଶୀତଦିନେ ଏହାକୁ ଖାଇବା ଲାଭଦାୟକ। ରାଶିର ତେଲ ଗରମ ଥାଏ। ଏହି ତେଲ କୋଲେଷ୍ଟ୍ରଲ ଫ୍ରୀ। ଏକ ଚାମଚ ରାଶି ତେଲରେ ୫ ଗ୍ରାମରୁ ଅଧିକ Monounsaturated Fat, ୨ ଗ୍ରାମ saturated fat ଏବଂ ଗୁଡ୍ ଫ୍ୟାଟ ଥାଏ।
ଚିୟା ସିଡ୍ ଅଏଲ: ଏହି ତେଲରେ ଓମେଗା-୩ ଫ୍ୟାଟି ଏସିଡ ମିଳିଥାଏ, ଏଥିରେ ହାର୍ଟ ସୁସ୍ଥ ରହିଥାଏ। ଏହାକୁ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ହ୍ରାସ ପାଇଥାଏ।
ଆଭାକାଡୋ ଅଏଲ: ଏହି ତେଲ ଖାଇବା ଦ୍ୱାରା ବ୍ୟାଡ୍ କୋଲେଷ୍ଟ୍ରଲ ହ୍ରାସ ପାଇଥାଏ। ଏହାକୁ ଆପଣ ସାଲାଡରେ ବି ପକାଇ ଖାଇପାରିବେ।