fbpx

ରାହାଣେ-ବିହାରୀ-ଶ୍ରେୟସଙ୍କ ମଧ୍ୟରୁ ପ୍ରଥମ ଟେଷ୍ଟରେ କିଏ ସ୍ଥାନ ପାଇବ: ପ୍ଲେଇଂ-୧୧ ପାଇଁ ଅନେକ ଦାବିଦାର

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଦକ୍ଷିଣ ଆଫ୍ରିକା ମାଟିରେ ଟିମ୍ ଇଣ୍ଡିଆର ପ୍ରଥମ ଟେଷ୍ଟ ସିରିଜ୍ ବିଜୟ ଲକ୍ଷ୍ୟରେ ଜୋରଦାର ଅଭ୍ୟାସ ଚଳାଇଛି । ତେବେ ଏହି ମ୍ୟାଚରେ ପ୍ଲେଇଂ-୧୧ରେ କେଉଁ ଖେଳାଳିମାନେ ସ୍ଥାନ ପାଇବେ, ତାହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଜଣାପଡ଼ିଛି ଯେ ଟିମ୍ ଇଣ୍ଡିଆ ୪ କିମ୍ବା ୫ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ଦୁହେଁ ଟେଷ୍ଟ ସିରିଜରେ ସାମିଲ ନାହାନ୍ତି । ଏପରିସ୍ଥଳେ ରବିଚନ୍ଦ୍ରନ ଅଶ୍ୱିନୀ ଓ ଶାର୍ଦୁଲ ଠାକୁରଙ୍କ ମଧ୍ୟରୁ ଜଣଙ୍କୁ ବା ଦୁଇଜଣଙ୍କୁ ବିକଳ୍ପ ଭାବେ ଖେଳାଯାଇପାରେ ।

ତେବେ ପାଞ୍ଚ ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ଅଜିଙ୍କି ରାହାଣେ, ହନୁମା ବିହାରୀ ଓ ଶ୍ରେୟସ ଆୟରଙ୍କ ମଧ୍ୟରୁ ଜଣଙ୍କୁ ଖେଳାଯିବ । ଏହି ତିନି ଖେଳାଳି ବର୍ତ୍ତମାନ ଭାଗ୍ୟ ସହ ଲଢ଼େଇ କରୁଛନ୍ତି । ପୂର୍ବତନ ଅଧିନାୟକ ରାହାଣେ ଚଳିତ ବର୍ଷ ୧୨ଟି ଟେଷ୍ଟରେ ୧୯.୫୭ ଆଭରେଜରେ ମାତ୍ର ୪୧୧ ରନ୍ ସଂଗ୍ରହ କରିଛନ୍ତି । ଅପରପକ୍ଷେ ହନୁମା ଓ ଆୟର ନିକଟରେ ଭଲ ପ୍ରଦର୍ଶନ କରି ନଜରକୁ ଆସିଛନ୍ତି । ୧୦୫ଟି ଟେଷ୍ଟ ଖେଳିଥିବା ଈଶାନ୍ତ ଶର୍ମା ଓ ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣଙ୍କୁ ଦଳ ଚୟନ କରିବ । ସିରାଜ ୧୦ଟି ଟେଷ୍ଟରେ ୩୩ ୱିକେଟ ନେବା ସହ ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ କମାଲ୍ ଦେଖାଇ ସାରିଛନ୍ତି । ଦେବେ ଫର୍ମକୁ ଦୃଷ୍ଟିରେ ରଖି ଈଶାନ୍ତଙ୍କୁ ପ୍ଲେଇଂ-୧୧ରେ ସାମିଲ କରିବା ମୁସ୍କିଲ ଜଣାପଡ଼ୁଛି ।

ପ୍ରଥମ ଟେଷ୍ଟ ସମ୍ଭାବ୍ୟ ଦଳ: କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟି ରାହାଣେ/ ହନୁମା ବିହାରୀ/ ଶ୍ରେୟସ ଆୟର, ଋଷଭ ପନ୍ତ, ଶାର୍ଦୁଲ ଠାକୁର, ରବିଚନ୍ଦ୍ରନ ଅଶ୍ୱିନୀ, ମହମ୍ମଦ ସିରାଜ, ମହମ୍ମଦ ଶାମି, ଜସପ୍ରିତ ବୁମରାହ ।

Get real time updates directly on you device, subscribe now.