fbpx

Q2-GT vs MI; ବର୍ଷା ଯୋଗୁଁ କ୍ୱାଲିଫାୟାର-୨ ବାତିଲ ହେଲେ… କେଉଁ ଦଳକୁ ମିଳିବ ଫାଇନାଲ ଟିକେଟ?

Advertisement

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ପ୍ଲେଅଫର ଦ୍ୱିତୀୟ କ୍ୱାଲିଫାୟାରରେ ଆଜି ମୁହାଁମୁହିଁ ହେବେ ଗୁଜୁରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଅହମ୍ମଦାବାଦ ଷ୍ଟାଡିୟମରେ ଉଭୟ ଚମ୍ପିଆନ ଦଳ ମଧ୍ୟରେ ହେବ ଏହି କଡା ଟକ୍କର । ପ୍ରଥମ କ୍ୱାଲିଫାୟାରରେ ଗୁଜୁରାଟକୁ ମାତ୍ ଦେଇ ଚେନ୍ନାଇ ଫାଇନାଲରେ ପ୍ରବେଶ କରି ସାରିଛି । ଦ୍ୱିତୀୟ ଫାଇନାଲିଷ୍ଟ ପାଇଁ ଆଜି ଗୁଜୁରାଟ-ମୁମ୍ବାଇ ମଧ୍ୟରେ ହେବ ଲଢେଇ । କିନ୍ତୁ ଯଦି ଏହି ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଯାଏ, ତେବେ କେଉଁ ଦଳକୁ ମିଳିବ ଫାଇନାଲ ଯିବାର ଟିକେଟ?

Watch Qualifier 2 - Preview - GT Vs MI Video Online(HD) On JioCinema

ଆଇପିଏଲ ଲିଗ ରାଉଣ୍ଡରେ ଯଦି କୌଣସି ମ୍ୟାଚ ରଦ୍ଦ ହୋଇଥାଏ, ତେବେ ଉଭୟ ଦଳକୁ ୧-୧ ପଏଣ୍ଟ ଲେଖାଏଁ ମିଳିଥାଏ । କିନ୍ତୁ ପ୍ଲେଅଫରେ ମ୍ୟାଚ ବାତିଲ ହେଲେ ଏଥିପାଇଁ ଆଉ ଏକ ନିୟମ ରହିଛି । ଲିଗ ରାଉଣ୍ଡର ପଏଣ୍ଟ ଟେବୁଲରେ ଉଭୟ ଦଳ ମଧ୍ୟରୁ ସର୍ବାଧିକ ପଏଣ୍ଟ ହାସଲ କରିଥିବା ଦଳକୁ ଆଗକୁ ଯିବା ପାଇଁ ଅନୁମତି ମିଳିଥାଏ । ଅର୍ଥାତ୍ କ୍ୱାଲିଫାୟାର ରାଉଣ୍ଡରେ ବର୍ଷା ହେଲେ ଅଧିକ ପଏଣ୍ଟ ରଖିତିବା ଦଳ ସିଧା ଫାଇନାଲକୁ ପ୍ରବେଶ କରିବ । ତେବେ ଆଜି ଗୁଜୁରାଟ-ମୁମ୍ବାଇ ଦଳ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ ଖେଳାଯିବାକୁ ଯାଉଛି । ଚଳିତବର୍ଷ ଲିଗ ରାଉଣ୍ଡରେ ମୋଟ ୧୦ଟି ମ୍ୟାଚରେ ବିଜୟ ହାସଲ କରି ୨୦ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଥିଲା ଗୁଜୁରାଟ ଟାଇଟନ୍ସ । ତେବେ ଏହି ତାଲିକାରେ ମୁମ୍ବାଇ ମାତ୍ର ୧୬ ପଏଣ୍ଟ ହିଁ ହାସଲ କରିଥିଲା ।

Which Player Cards you should pick for GT vs MI | IPL 2023 — Qualifier 2 |  D3 Guide

ତେବେ ଆଜିର ଗୁଜୁରାଟ-ମୁମ୍ବାଇ କ୍ୱାଲିଫାୟାର ବର୍ଷା ଯୋଗୁଁ ବାତିଲ ହେଲେ ଫାଇନାଲ ପାଇଁ ଟିକେଟ ପାଇବା ଦଳ ହେଉଛି ଗୁଜୁରାଟ ଟାଇଟନ୍ସ । ହାର୍ଦ୍ଦିକ ସେନା ସିଧା ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସକୁ ସାମନା କରିବ । ସେପଟେ ୫ ଥର ଚମ୍ପିଆନ ଦଳ ମୁମ୍ବାଇ ଇଣ୍ଡିଆନ୍ସ ନିଜର ଅଭିଯାନ ଶେଷ କରିବ । ତେବେ ବର୍ଷା ଯୋଗୁଁ କିମ୍ବା ଅନ୍ୟ କୌଣସି କାରଣରୁ ଏହି ମ୍ୟାଚ ବାତିଲ ହେଉ ବୋଲି ଚାହିଁବେ ନାହିଁ କ୍ରିକେଟ ପ୍ରେମୀ । କାରଣ ଉଭୟ ଦଳ ସନ୍ତୁଳିତ ଥିବା ବେଳେ ଆଜିର ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.