fbpx

ଇଶାନ ନା ଭରତ…ୱେଷ୍ଟଇଣ୍ଡିଜ ବିପକ୍ଷରେ କେଉଁ ୱିକେଟକିପରଙ୍କୁ ସୁଯୋଗ ଦେବେ ରୋହିତ?

ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରୁ ଆରମ୍ଭ ହେଉଛି ଭାରତର ୱେଷ୍ଟଇଣ୍ଡିଜ ଗସ୍ତ । ପ୍ରଥମେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ହିଁ ଏହି ଗସ୍ତ ଆରମ୍ଭ କରିବ ଟିମ ଇଣ୍ଡିଆ । ତେବେ ପ୍ରଥମ ଟେଷ୍ଟ ଡୋମିନିକାରେ ଖେଳାଯିବାକୁ ଥିବା ବେଳେ ଏହାର ପ୍ଲେଇଙ୍ଗ୧୧କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଟେଷ୍ଟ ସିରିଜ ପାଇଁ କେଉଁ ୱିକେଟକିପରଙ୍କୁ ଦଳରେ ସୁଯୋଗ ମିଳିବ ସେ ନେଇ ଖୁବ ଆଲୋଚନା ହେବାରେ ଲାଗିଛି । ଷ୍ଟାର ୱିକେଟକିପର ଇଶାନ କିଶାନ ଏବଂ କେ.ଏସ ଭରତଙ୍କ ମଧ୍ୟରୁ ଜଣକୁ ଦଳରେ ସୁଯୋଗ ଦେବେ ରୋହିତ । ତେବେ ସେହି ଖେଳାଳି କିଏ ହେବେ ତାହା ସ୍ପଷ୍ଟ ହୋଇପାରି ନାହିଁ ।

ଗତ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ଦଳରେ ସୁବର୍ଣ୍ଣ ସୁଯୋଗ ପାଇଥିଲେ କେ.ଏସ ଭରତ । କିନ୍ତୁ ଏହି ସୁଯୋଗକୁ ସେ ହତଛଡା କରିଛନ୍ତି । ଫାଇନାଲ ମ୍ୟାଚର ଉଭୟ ଇନିଂସରେ ସେ ବିଫଳ ହୋଇ ପାଭିଲିୟନ ଫେରିଛନ୍ତି । ତେଣୁ ଦଳ ତାଙ୍କ ସ୍ଥାନକୁ ନେଇ ଚିନ୍ତା କରିପାରେ ଟିମ ମ୍ୟାନେଜମେଣ୍ଟ । ବର୍ଡର ଗାଭାସ୍କର ଟ୍ରଫିରେ ଡେବ୍ୟୁ କରିଥିବା ଭରତ ୪ଟି ମ୍ୟାଚରେ ମାତ୍ର ୧୦୧ ରନ କରି ପାରିଥିଲେ । ଏହି ସିରିଜରେ ତାଙ୍କର ସର୍ବାଧିକ ସ୍କୋର ଥିଲା ୪୪ ରନ୍ । ଏହାପରେ ମଧ୍ୟ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ତାଙ୍କୁ ଦଳରେ ସାମିଲ କରାଯାଇଥିଲା । ଉଭୟ ଇନିଂସରେ ସେ ମାତ୍ର ୨୮ ରନ କରି ଭାରତକୁ ନିରାଶ କରିଛନ୍ତି ।

India remain undecided between Ishan Kishan and KS Bharat ahead of WTC  final | Cricket News - Times of India

ସେପଟେ ଷ୍ଟାର ୱିକେଟକିପର ଇଶାନ କିଶାନ ହ୍ୱାଇଟ ଜର୍ସିରେ ଡେବ୍ୟୁ କରିବା ପାଇଁ ଅପେକ୍ଷା କରି ରହିଛନ୍ତି । ବର୍ତ୍ତମାନ ବ୍ୟାକଅପ ୱିକେଟକିପର ଭାବରେ ଦଳରେ ସ୍ଥାନ ପାଇଥିବା ଇଶାନଙ୍କୁ ଏହି ସିରିଜରେ ସୁଯୋଗ ମିଳିବାର ମଧ୍ୟ ଅନେକ ସମ୍ଭାବନା ରହିଛି । ଇଶାନ ଏବେ ପର୍ଯ୍ୟନ୍ତ ମୋଟ ୪୮ଟି ଫାଷ୍ଟ କ୍ଲାସ ମ୍ୟାଚ ଖେଳିଥିବା ବେଳେ ୬ଟି ଦମଦାର ଶତକ ସହିତ ୨୯୮୫ ରନ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଭାରତୀୟ ଟେଷ୍ଟ ପ୍ଲେଇଙ୍ଗ୧୧ରେ ସେ ସ୍ଥାନ ପାଇନାହାନ୍ତି ।

ଭାରତୀୟ ଟେଷ୍ଟ ଦଳ: ରୋହିତ ଶର୍ମା(ଅଧିନାୟକ), ଅଜିଙ୍କ୍ୟା ରାହାଣେ(ଉପ-ଅଧିନାୟକ), ଶୁଭମନ ଗିଲ, ଋତୁରାଜ ଗାଏକ୍ୱାଡ, ବିରାଟ କୋହଲି, ଯଶସ୍ୱୀ ଜଏସ୍ୱାଲ, କେ.ଏସ ଭରତ, ଇଶାନ କିଶାନ, ରବିଚନ୍ଦ୍ରନ ଅଶ୍ୱୀନ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଅକ୍ସର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକତ, ନବଦୀପ ସୈନୀ ।

Get real time updates directly on you device, subscribe now.