QR Code କିଏ କରିଥିଲେ ତିଆରି? UPI-Aadhaarଠାରୁ ହ୍ୱାଟ୍ସଆପ ପର୍ଯ୍ୟନ୍ତ, ସବୁଥିରେ ହେଉଛି ବ୍ୟବହାର
ଆଜିକାଲି ବ୍ୟବହାର କରୁଥିବା କ୍ୟୁଆରକୋଡ୍କୁ କିଏ ତିଆରି କରିଥିଲେ ଜାଣିଛନ୍ତି କି? ଆସନ୍ତୁ ଜାଣିବା
ନୂଆଦିଲ୍ଲୀ: କ୍ୟୁଆର କୋଡକୁ ଆମେ ପ୍ରତ୍ୟେକ ଦିନ ସ୍ମାର୍ଟଫୋନରେ ବ୍ୟବହାର କରୁଛୁ । ଆଜିକାଲିର ଡିଜିଟାଲ ଯୁଗରେ ୟୁପିଆଇ ପେମେଣ୍ଟଠାରୁ ନେଇ ଲ୍ୟାପଟପ-କମ୍ପ୍ୟୁଟରଠାରୁ ହ୍ୱାଟ୍ସଆପ ଚଳାଇବା ପର୍ଯ୍ୟନ୍ତ, ଏହାର ବ୍ୟବହାର କରାଯାଇଥାଏ । ଡାଟା ସେଫ୍ଟି ଏବଂ ପ୍ରାଇଭେସୀ ପାଇଁ କ୍ୟୁଆର କୋଡ ଖୁବ ଗୁରୁତ୍ୱପୂର୍ଣ୍ଣ ।
କିଏ ତିଆରି କରିଥିଲେ ଏହି କ୍ୟୁଆରକୋଡ: କ୍ୟୁଆରର ଫୁଲ୍ ଫର୍ମ ହେଉଛି କୁଇକ୍ ରେସ୍ପନ୍ସ । କ୍ୟୁଆର କୋଡକୁ ସର୍ବ ପ୍ରଥମେ ଏକ ଜାପାନୀ ଇଞ୍ଜିନିୟର ଦ୍ୱାରା ଜେନେରେଟ କରାଯାଇଥିଲା । ଏହାକୁ ୧୯୯୪ରେ ଇଞ୍ଜିନିୟର ମାସାହିରୋ ତିଆରି କରିଥିଲେ ।
ମସାହିରୋ ଏହାକୁ ସଂପୂର୍ଣ୍ଣ ଭାବେ ଡିଜାଇନ କରିନଥିଲେ । ମସାହିରୋଙ୍କ ପରେ ଟୋୟୋଟା ମୋଟ କର୍ପୋରେସନର ସହାୟକ କମ୍ପାନୀ ଡେନସୋ ୱେଭ୍ ଦ୍ୱାରା ଏହାର ଶେଷ ରୂପ ଦିଆଯାଇଥିଲା ।
QR Code ର ଜନ୍ମ: ମସାହିରୋଙ୍କୁ ‘ଗୋ ଗେମ୍’ ଖେଳିବା ସମୟରେ ଏହି ଆଇଡିଆ ଆସିଥିଲା । ଏହି ଗେମ୍ରେ 19×19ର ଫର୍ମାଟରେ ଗ୍ରେଡ୍ ତିଆରି ହୋଇଥାଏ ।
ଏହି ଗ୍ରେଡରେ କଳା ଏବଂ ଧଳା ରଙ୍ଗର ବିଭିନ୍ନ ଡିଜାଇନ ହୋଇଥାଏ । ଏହାକୁ ଦେଖି ମସାହିରୋଙ୍କୁ ଏହି ଆଇଡିଆ ଆସିଥିଲା ଯେ, ଏକ ଗ୍ରେଡରେ ଅନେକ ପ୍ରକାରର ଡାଟା ବା ସୂଚନାକୁ ରଖାଯାଇପାରିବ । ତାଙ୍କର ଏହି ଆଇଡିଆ ପାଇଁ ଜନ୍ମ ନେଇଥିଲା କ୍ୟୁଆରକୋଡ୍ ।