fbpx

‘କୁକୁର ଲାଙ୍ଗୁଡ଼ ବଙ୍କା କାହିଁକି’: କାରଣ ଜାଣିଲେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ

‘କୁକୁର ଲାଙ୍ଗୁଡ଼ ବଙ୍କା କାହିଁକି?’ ଏହି ପ୍ରଶ୍ନଟି ଆମ ପିଲାଦିନରୁ ଆମେ ବହୁଥର ଶୁଣିଆସିଛେି । ଯେଉଁମାନେ ଜମା ସୁଧରନ୍ତି ନାହିଁ ସେମାନଙ୍କୁ ଅନେକ ଲୋକ ଏପରି ଉଦାହରଣ ଦେଉଥିବାର ଦେଖାଯାଇଥାଏ । ତେବେ ଏକଥା ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରତି କୁକୁରଙ୍କ ଲାଙ୍ଗୁଡ଼ି ବଙ୍କା ହୋଇନଥାଏ । ଗୋଟିଏ କୁକୁରର ଲାଙ୍ଗୁଡ଼ି ବଙ୍କା ହେବ କି ନହେବ ତାହା ତା’ର ଜିନ୍ସ ଉପରେ ନିର୍ଭର କରିଥାଏ । ଶତାବ୍ଦୀ ଶତାବ୍ଦୀ ଧରି କୁକୁର ପ୍ରଜାତିର ବିବର୍ତ୍ତନ କାରଣରୁ ଏପରି ହୋଇଥାଏ ବୋଲି କୁହାଯାଏ ।

କୁକୁରର ବିକାଶର ପର୍ଯ୍ୟାୟକ୍ରମେ ଆବଶ୍ୟକତା କାରଣରୁ ତା’ର ଲାଙ୍ଗୁଡ଼ର ବିକାଶ ହୋଇଥାଏ । ଏହି କାରଣରୁ ତା’ର ଲାଙ୍ଗୁଡ଼ ବଙ୍କା ହୋଇଥାଏ । କିଛି ବିଶେଷଜ୍ଞଙ୍କ ମତରେ, ଥଣ୍ଡା ଅଞ୍ଚଳରେ ରହୁଥିବା କୁକୁରମାନଙ୍କର ପୂର୍ବପୁରୁଷମାନେ ଅଧିକାଂଶ ସମୟରେ ନିଜର ଲାଙ୍ଗୁଡ଼କୁ ମୋଡ଼ି କରି ରଖୁଥିଲେ । ଏପରିକି ଅନେକ ସମୟରେ ସେମାନେ ଆରାମ କରିବାକୁ ଯାଇ ନିଜ ଲାଙ୍ଗୁଡ଼କୁ ନାକ ଉପରେ ମଧ୍ୟ ରଖି ଦେଉଥିଲେ । ଏପରି କରିବା ଫଳରେ ସେମାନଙ୍କୁ ଉତ୍ତାମ ମିଳିପାରୁଥିଲା । େବେ ପରବର୍ତ୍ତୀ ସମୟରେ ଲାଙ୍ଗୁଡ଼କୁ ମୋଡ଼ିବା ଅଭ୍ୟାସ ସ୍ଥାୟୀ ଭାବେ ରହିଯାଇଥିଲା ।

ଏବେ ପ୍ରଶ୍ନ ଉଠୁଛି, କୁକୁରର ଲାଙ୍ଗୁଡ଼କୁ ସିଧା କରାଯାଇ ପାରିବ କି ନା? ଆଜିକାଲିର ସର୍ଜରୀ ମାଧ୍ୟମରେ କୁକୁରର ଲାଙ୍ଗୁଡ଼କୁ ସିଧା କରାଯାଇ ପାରିବ । ତା’ପରେ ଲାଙ୍ଗୁଡ଼ ମନକୁ ମନ ବଙ୍କା ହେବ ନାହିଁ, ସବୁଦିନ ପାଇଁ ସିଧା ହୋଇ ରହିବ । ତେବେ କୁକୁରମାନଙ୍କର ଲାଙ୍ଗୁଡ଼କୁ ଏପରି ସିଧା କରିବା ସେମାନଙ୍କର ସ୍ୱାସ୍ଥ୍ୟ ପକ୍ଷେ ଠିକ୍ ନୁହେଁ ବୋଲି କୁହାଯାଇଥାଏ । କୁକୁରଙ୍କର ଏପରି ବହୁ ପ୍ରଜାତିଙ୍କଠାରେ ସିଧା ଲାଙ୍ଗୁଡ଼ ଦେଖିବାକୁ ମିଳିଥାଏ । ବେସେଞ୍ଜି ଓ ଫରୋହୀ ହାଉଣ୍ଡ ପ୍ରଜାତିଙ୍କର ଲାଙ୍ଗୁଡ଼ ସିଧା ହୋଇଥାଏ । କିଛି ମିଶ୍ରିତ ପ୍ରଜାତିଙ୍କର ଲାଙ୍ଗୁଡ଼ ମଧ୍ୟ ସିଧା ହୋଇଥାଏ । ଏମାନଙ୍କର ଲାଙ୍ଗୁଡ଼ ପ୍ରାକୃତିକ ଭାବେ ସିଧା ହୋଇଥାଏ । ଏଥିସହିତ ଦୁନିଆରେ ଏପରି କିଛି ପ୍ରଜାତି ରହିଛନ୍ତି ଯେଉଁମାନଙ୍କର ଲାଙ୍ଗୁଡ଼ ନଥାଏ । ସେଥିମଧ୍ୟରେ ଫ୍ରେଞ୍ଚ ବୁଲଡଗ, ବୋଷ୍ଟନ ଟେରିୟର, ବେଲଶ କୋର୍ଗୀ ପରି ପ୍ରଜାତି ରହିଛନ୍ତି । କିଛି ମାଲିକ ମଧ୍ୟ କୁକୁରମାନଙ୍କର ଲାଙ୍ଗୁଡ଼ କାଟି ଦେଇଥାନ୍ତି । ପଶ୍ଚିମୀ ଦେଶମାନଙ୍କରେ ପାଳିତ କୁକୁରମାନଙ୍କର ଲାଙ୍ଗୁଡ଼ କାଟିବା ଏକ ସାଧାରଣ କଥା ।

Get real time updates directly on you device, subscribe now.