fbpx
BSKY SKY
BSKY SKY

ଜାମ୍ମୁ କାଶ୍ମୀରରେ ସେନାଙ୍କ ଗାଡ଼ି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ସର୍ଚ୍ଚ ଅପରେସନ ଜାରି

BSKY

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଜାମ୍ମୁ କାଶ୍ମୀରର ପୁଞ୍ଚ ସେକ୍ଟରର କୃଷ୍ଣ ଘାଟି ଅଞ୍ଚଳରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀର ଏକ କନଭେନରେ ଗୁଳି ଚଳାଇଛନ୍ତି। ଏହି ଘଟଣାରେ କୌଣସି କ୍ଷୟକ୍ଷତି ହେବା ଖବର ଆସିନାହିଁ। ବର୍ତ୍ତମାନ ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ୍ ଚାଲିଛି।

ହ୍ୱାଇଟ ନାଇଟ୍ କର୍ପସ ଟ୍ୱିଟରରେ ଲେଖିଛି ଯେ, ଆଜି ପ୍ରାୟ ସନ୍ଧ୍ୟା 6ଟାରେ ପୁଞ୍ଚ ସେକ୍ଟର କୃଷ୍ଣ ଘାଟି ନିକଟ ଜଙ୍ଗଲରୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ଗୁଳି ଚାଳନା କରିଥିଲେ। ଆମର ସେନାମାନଙ୍କ ମଧ୍ୟରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଭାରତୀୟ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସ ଦ୍ୱାରା ମିଳିତ ସର୍ଚ୍ଚ ଅପରେସନ ଚାଲିଛି।

ଅଧିକାରୀ କହିଛନ୍ତି ଯେ, ଆକ୍ରମଣ ହୋଇଥିବା ଗାଡିଗୁଡିକ ସୁରକ୍ଷା କର୍ମୀଙ୍କୁ କ୍ୟାମ୍ପକୁ ଫେରାଇ ନେଉଥିଲେ। ସେନା କନଭେନ ଉପରେ ଏହି ଆକ୍ରମଣ ଏପରି ଏକ ସମୟରେ ଆସିଛି ଯେତେବେଳେ ବାରମ୍ବାର ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଉତ୍ତର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ଜେନେରାଲ ଅଫିସର କମାଣ୍ଡିଂ-ଇନ୍-ଚିଫ୍ଙଙ୍କ ସମେତ ଉଚ୍ଚ ପଦାଧିକାରୀମାନେ ପୁଞ୍ଚରେ ଅଛନ୍ତି। ।

Get real time updates directly on you device, subscribe now.