fbpx

ଅଜିତ ଡୋଭାଲ କିଏ ? କାହିଁକି ତାଙ୍କୁ ଏକବିଂଶ ଶତାଦ୍ଦୀର ଚାଣକ୍ୟ ବୋଲି କୁହାଯାଏ; ଜାଣନ୍ତୁ

ନୂଆଦିଲ୍ଲୀ : ଅଜିତ ଡୋଭାଲଙ୍କ ନାମ କିଏ ଅବା ଜାଣେ ନାହିଁ? ଅଜିତ ଡୋଭାଲ ହେଉଛନ୍ତି ଭାରତର ସୁରକ୍ଷା ପରାମର୍ଶଦାତା, ଭାରତର ସମସ୍ତ ପ୍ରମୁଖ ସୁରକ୍ଷା ଏଜେନ୍ସି ସେମାନଙ୍କ ଅଧୀନରେ କାର୍ଯ୍ୟ କରନ୍ତି ଏବଂ ଜାତୀୟ ସୁରକ୍ଷା ସହ ଜଡିତ ଭାରତ ସରକାରଙ୍କୁ ପରାମର୍ଶ ଦେବା ପାଇଁ କାର୍ଯ୍ୟ କରନ୍ତି। କହିବାକୁ ଗଲେ ସେ ହେଉଛନ୍ତି ଭାରତର ଜେମ୍ସ ବଣ୍ଡ । ଭାରତ ସରକାରଙ୍କ ସୁରକ୍ଷା ସହ ଜଡିତ ସମସ୍ତ ବଡ ବୈଠକ ତାଙ୍କ ଉପସ୍ଥିତରେ ହୋଇଥାଏ। ସେ ସମସ୍ତ ବୈଠକରେ ଅଂଶଗ୍ରହଣ କରନ୍ତି। ଗୋଟିଏ ପ୍ରକାରେ କହିବାକୁ ଗଲେ ଭାରତର ଜାତୀୟ ନିରାପତ୍ତାର ଦାୟିତ୍ବ ତାଙ୍କ ଉପରେ। ଏଭଳି ପରିସ୍ଥିତିରେ ଅଜିତ ଡୋଭାଲ କିଏ ,ଏହି ମହାନ ବ୍ୟକ୍ତିତ୍ୱ ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ ?

ତେବେ ଆସନ୍ତୁ ଜାଣିବା :ଅଜିତ ଡୋଭାଲ ବର୍ତ୍ତମାନ ଭାରତର ଜାତୀୟ ପରାମର୍ଶଦାତା ଏବଂ ମୋଦୀଙ୍କ କ୍ୟାବିନେଟରେ କ୍ୟାବିନେଟ ମନ୍ତ୍ରୀ ପଦରେ ଅଳଂକୃତ । ଅଜିତ କୁମାର ଡୋଭାଲ ୨୦ ଜାନୁୟାରୀ ୧୯୪୫ ରେ ଗଡ଼ୱାଲୀ ପରିବାରର ପୌରୀ ଗଡ଼ୱାଲୀର ଗିରି ବନେଲସୁନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ମେଜର ଜିଏନ ଡୋଭାଲ ଭାରତୀୟ ସେନାର ଜଣେ ଅଧିକାରୀ ଥିଲେ ତେଣୁ ଅଜିତ ଡୋଭାଲ ଏକ ସାମରିକ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ। ଅଜିତ ଡୋଭାଲ ରାଜସ୍ଥାନରେ ଅବସ୍ଥିତ କିଙ୍ଗ ଜର୍ଜଙ୍କ ରୟାଲ ଇଣ୍ଡିଆନ ମିଲିଟାରୀ ସ୍କୁଲରୁ ତାଙ୍କର ପାଠପଢା ସମାପ୍ତ କରିଥିଲେ। ଯେତେବେଳେ ସେ ଅର୍ଥନୀତିରେ ଅଧ୍ୟୟନ ସମାପ୍ତ କରିଥିଲେ, ସେତେବେଳେ ସେ ଆଇପିଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ଏବଂ ସେଠାରେ ସେ ପରୀକ୍ଷା ରେ ସଫଳତା ହାସଲ କରିଥିଲେ। ଏଥିରୁ ଆପଣ ଅନୁମାନ ଲଗେଇପାରୁଥିବେ ଯେ ଅଜିତ ପିଲା ଦିନରୁ ପାଠ ପଢ଼ାରେ ଖୁବ ଭଲ ଥିଲେ । ଏହାପରେ ସେ ଇଣ୍ଡିଆନ ପୋଲିସ ସର୍ଭିସରେ ଯୋଗ ଦେଲେ ।

ଯଦି ଆମେ ଅଜିତ ଡୋଭାଲଙ୍କ ଜୀବନି ଉପରେ ଆଲୋଚନା କରିବା, ତା’ହେଲେ ସେ ତାଙ୍କ ଜୀବନରେ ଏପରି ଅନେକ ଅସାଧାରଣ ସଫଳତା ହାସଲ କରିଛନ୍ତି, ଯାହା ଉପରେ ପ୍ରତ୍ୟେକ ଭାରତୀୟ ଗର୍ବିତ ହେବା ଉଚିତ। ଅଜିତ ଡୋଭାଲ ହେଉଛନ୍ତି ଜଣେ ଭାରତୀୟ ପ୍ରଶାସନିକ ସେବା (ଆଇପିଏସ୍ ଅଧିକାରୀ) ଯାହାକୁ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଅପସାରଣର ମାଷ୍ଟର ମାଇଣ୍ଡ ବୋଲି କୁହାଯାଏ। ଅଜିତ ଡୋଭାଲ ଏହି ପୁରସ୍କାର ପାଇବାରେ ସର୍ବକନିଷ୍ଠ ଆଇପିଏସ୍ ଅଧିକାରୀ ଥିଲେ।
-‘ମିଜୋ ନ୍ୟାସନାଲ ଫ୍ରଣ୍ଟ ବିଦ୍ରୋହ’ ସମୟରେ ଡୋଭାଲ ଲାଲଡେଙ୍ଗାର ସାତ ଜଣ କମାଣ୍ଡରଙ୍କ ମଧ୍ୟରୁ ୬ ଜଣଙ୍କୁ ନିଜ ମାୟାଜାଲରେ ଫସେଇଥିଲେ ଯାହାର ମୂଳ ଉଦ୍ଦେଶ୍ୟ ଥିଲା ମିଜୋରାମ ପରି ଏକ ରାଜ୍ୟ ଗଠନ କରିବା। ଅଜିତ ଡୋଭାଲଙ୍କୁ ତାଙ୍କ ଆଇପିଏସ କ୍ୟାରିୟରର ୬ବର୍ଷ ମଧ୍ୟରେ ହିଁ ତାଙ୍କୁ ଭାରତ ସରକାର ପୋଲିସ ନାଗରିକ ପୁରସ୍କାର ପ୍ରଦାନ କରିଥିଲେ।
-ଏହାପରେ ୧୯୯୦ ରେ ଡୋଭାଲଙ୍କୁ କାଶ୍ମୀରକୁ ପଠାଯାଇଥିଲା, ଯେଉଁଠାରେ ସେ କୁକାପାରେଙ୍କ ପରି ଭୟଭୀତ ଆତଙ୍କବାଦୀଙ୍କୁ ଭାରତ ବିରୋଧରେ କାମ କରିବାରେ ରୋକିଥିଲେ।
-ସେ ୧୯୯୬ ରେ ଜାମ୍ମୁ କାଶ୍ମୀରରେ ରାଜ୍ୟ ନିର୍ବାଚନ ପାଇଁ ସେ ବାଟ ଫିଟାଇଥିଲେ। ଏହା ପରେ ସେ ଲଣ୍ଡନରେ ଥିବା ଭାରତୀୟ ଉଚ୍ଚ ଆୟୋଗରେ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ।
-ତେବେ ୧୯୮୩ ପଞ୍ଜାବରେ ଅପରେସନ ବ୍ଲୁ ଷ୍ଟାର , ଆଉ ଅପରେସନ ବ୍ଲାକ ଥଣ୍ଡରରେ ଯାହା ଆବଶ୍ୟକ ତାହା ସଂଗ୍ରହ କରିବାରେ ଅଜିତ ଡୋଭାଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। । ଯାହାପାଇଁ ତାଙ୍କୁ ଜଣେ ରିକ୍ସାଚାଳକ ବେଶ ଧାରଣ କରିବାକୁ ପଡିଥିଲା ।

ଯଦି ଆମେ ତାଙ୍କ ବିଦେଶ ସ୍ୱାଏ ଯାତ୍ରା ଉପରେ ନଜର ପକେଇବା ତେବେ ଅଜିତ ଡୋଭାଲ ୭ ବର୍ଷ ଧରି ପାକିସ୍ତାନରେ ଗୁପ୍ତଚର ଅଧିକାରୀ ଭାବରେ ଛଦ୍ମନାମ ଧାରଣ କରିଥିଲେ। ୧୯୭୨ ଯେବେ ଭାରତ ତାର ନ୍ୟୁକ୍ଲିଅର ବମ ପରୀକ୍ଷଣ କରିଲା ତେବେ ଏହାପରେ ପାକିସ୍ତାନର ନ୍ୟୁକ୍ଲିୟାର ବୈଜ୍ଞାନିକ ଏ କ୍ୟୁ ଖାନ ନ୍ୟୁକ୍ଲିୟର ବମ ପରୀକ୍ଷଣ ପାଇଁ ଲାଗିପଡ଼ିଲେ , ତେବେ ଏହି ସମୟରେ ଅଜିତ ଡୋଭାଲ ଜଣେ ଭିକାରି ଭୂମିକାରେ ପାକିସ୍ତାନରେ କାର୍ଯ୍ୟ କରିବା ସହ ସମସ୍ତ ସୂଚନା ଦେଇଥିଲେ ଯାହା ପାଇଁ ତାଙ୍କୁ ୧୯୮୮ ରେ କିର୍ତ୍ତୀ ଚକ୍ର ଯାହାକି ଦ୍ୱିତୀୟ “ସର୍ବୋଚ୍ଚ ଶାନ୍ତି ଗ୍ୟାଲେଣ୍ଟ୍ରି ପୁରସ୍କାର” ଅଟେ।

କେବଳ ଏତିକି ନୁହେଁ ଅଜିତ ଡୋଭାଲ ସମ୍ମାନଜନକ ରାଷ୍ଟ୍ରପତିଙ୍କ ପୋଲିସ ପଦକ ମଧ୍ୟ ପାଇଛନ୍ତି। ଏହି ପଦକ ଜଣେ ବ୍ୟକ୍ତିଙ୍କୁ ଗ୍ୟାଲେଣ୍ଟ୍ରି କିମ୍ବା ଦେଶ ପାଇଁ ଭିନ୍ନ ସେବା ପାଇଁ ପ୍ରଦାନ କରାଯାଇଥାଏ। ତେବେ ପାକିସ୍ତାନ ଠାରୁ ଆରମ୍ଭ କରି ଇରାନ ସେଠାରେ ମଧ୍ୟ ଅଜିତ ଡୋଭାଲ ମୁଖ୍ୟ ଭୂମିକା ଲିଭେଇଥିଲେ । ୨୦୧୫ ଯେତେବେଳେ ଭାରତର ୪୬ଜଣ ନର୍ସ ଙ୍କୁ ଆଇଏସଆଇଏସ ତିକ୍ରିତରେ ବନ୍ଦୀ କରିଥିଲେ , ଅଜିତ ଡୋଭାଲ ବହୁ ଚାଲାକିର ସହ ଇରାନରେ ପହଞ୍ଚି ସେଠାରୁ ନର୍ସ ମାନଙ୍କୁ ମୁକ୍ତ କରିଥିଲେ ।

ଏଭଳି ଅନେକ ଘଟଣା ଅଛି ଯାହା ଅଜିତ ଡୋଭାଲଙ୍କ ବୀରତା ଏବଂ ସାହାସିକତାର ପରିଚୟ ଦେଉଛି । ଯାହାପାଇଁ ଏବେ ସୁଦ୍ଧା ବହୁ ଦେଶ ଭାରତକୁ ଡରୁଛନ୍ତି ।

Get real time updates directly on you device, subscribe now.