fbpx

ଅର୍ପିତା ମୁଖାର୍ଜୀ କିଏ? ଯାହାଙ୍କ ଘରୁ ଇଡିକୁ ମିଳିଛି ଟଙ୍କାର ପାହାଡ଼, ଓଡ଼ିଆ ଫିଲ୍ମରେ ବି…

Advertisement

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମେତ କିଛି ମନ୍ତ୍ରୀ, ସରକାରୀ ଅଧିକାରୀ, ଦଲାଲି ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ମମତା ବାନାର୍ଜୀଙ୍କ ସରକାରରେ ଥିବା ମନ୍ତ୍ରୀ ପାର୍ଥଙ୍କ ସମ୍ପର୍କୀୟ କୁହାଯାଉଥିବା ଅର୍ପିତ ମୁଖାର୍ଜୀଙ୍କ ଘରେ ଇଡି ରେଡ କରିବାରୁ ପ୍ରାୟ ୨୦ କୋଟି ଟଙ୍କାର କ୍ୟାସ ଜବତ ହୋଇଛି । ପାର୍ଥଙ୍କ ଘରେ ମଧ୍ୟ ଶୁକ୍ରବାରଠାରୁ ଚଢ଼ାଉ ଜାରି ରହିଛି । ଏହାରି ମଧ୍ୟରେ ପ୍ରଶ୍ନ ଉଠୁଛି କି ଅର୍ପିତା ମୁଖାର୍ଜୀ କିଏ ଓ ସେ ପାର୍ଥ ଚାଟାର୍ଜୀଙ୍କ ସର୍ମ୍ପକୀୟ କିପରି ହେଲେ?

ଇଡିରେ ଚଢ଼ାଉ ପରେ ଚର୍ଚ୍ଚାକୁ ଆସିଥିବା ଅର୍ପିତା ମୁଖାର୍ଜୀ ବଙ୍ଗଳା ଫିଲ୍ମରେ କାମ କରିଛନ୍ତି । ଅବଶ୍ୟ ସେ ଫିଲ୍ମରେ ବହୁତ କମ୍ କାମ କରିଛନ୍ତି । ଅର୍ପିତା ନିଜ ଫିଲ୍ମ କ୍ୟାରିୟରରେ ଅଧିକାଂଶ ସାଇଡ ରୋଲ କରିଛନ୍ତି । ସେ ବଙ୍ଗଳା ଫିଲ୍ମ ବ୍ୟତୀତ ଓଡ଼ିଆ ଓ ତାମିଲ ଫିଲ୍ମରେ ବି କାମ କରିଛନ୍ତି ।

ଅର୍ପିତା ମୁଖାର୍ଜୀ ବଙ୍ଗଳା ଫିଲ୍ମର ସୁପରଷ୍ଟାର ପ୍ରେସେନଜିତ ଓ ଜିତର ଲିଡ ରୋଲ ଥିବା କିଛି ଫିଲ୍ମରେ ସରାଇଡ ରୋଲ କରିଛନ୍ତି । ଅର୍ପିତ ଏବେ ଇଡି ରେଡରୁ ମିଳିଥିବା ୨୦ କୋଟିକୁ ନେଇ ଚର୍ଚ୍ଚାରେ ଅଛନ୍ତି । କେନ୍ଦ୍ର ଏଜେନ୍ସି ଅନୁସାରେ, ଶିକ୍ଷା ଭର୍ତ୍ତି ଘୋଟାଲାର ଯାଞ୍ଚ ସମୟରେ ଏଥିରେ ଅର୍ପିତାଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା ।

Who is Arpita Mukherjee? Partha Chatterjee aide found with Rs 20 crores |  India News | Zee News

ଅର୍ପିତାଙ୍କୁ ନେଇ କୁହାଯାଉଛି ଯେ, ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କର ସେ ସମ୍ପର୍କୀୟ । ମମତାଙ୍କ ନେତୃତ୍ୱ ଥିବା ସରକାରରେ ଶିକ୍ଷାମନ୍ତ୍ରୀ ଅଛନ୍ତି ପାର୍ଥ ଚାଟାର୍ଜୀ । ଏବେ ପ୍ରଶ୍ନ ଉଠୁଛି କି, ବଙ୍ଗଳା ଫିଲ୍ମରେ ସାଇଡ ରୋଲରେ ଅଭିନୟ କରୁଥିବା ଅର୍ପିତା ମୁଖାର୍ଜୀ ବରିଷ୍ଠ ନେତା ଭାବେ ଜଣାଶୁଣା ପାର୍ଥ ଚାଟାର୍ଜୀଙ୍କର ସମ୍ପର୍କୀୟ କିପରି ହେଲେ?

ED raids Partha Chatterjee's aide Arpita Mukherjee's residence. know who  she is | SangbadPratidin

ତେବେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଓ ବଙ୍ଗଳା ସରକାରଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଦକ୍ଷିଣ କୋଲକାତାରେ ଲୋକପ୍ରିୟ ଦୁର୍ଗା ସମିତି ନକଟଳ ଉଦୟନକୁ ପରିଚାଳନା କରୁଛନ୍ତି । ଏହା କୋଲକାତାର ସବୁଠାରୁ ବଡ଼ ଦୁର୍ଗା ସମିତିରୁ ଗୋଟିଏ । ଅର୍ପିତ ମୁଖାର୍ଜୀ ୨୦୧୯ ଓ ୨୦୨୦ରେ ପାର୍ଥ ଚାଟାର୍ଜୀଙ୍କ ଦୁର୍ଗା ପୂଜା ସମାରୋହରେ ନଜର ଆସିଥିଲେ । ଦୁର୍ଗ ପୂଜା ସମୟରେ ଜାରି କରାଯାଇଥିବା ପୋଷ୍ଟରରେ ପାର୍ଥଙ୍କ ନାମ ସଂଘର ଅଧ୍ୟକ୍ଷ ଭାବରେ ଲେଖାଯାଇଥିଲା । ଅନ୍ୟପଟେ ଟିମସି ସଫେଇ ଦେଇଛି କି, ଟଙ୍କା ସହ ଦଳର କୌଣସି ସମ୍ପୃକ୍ତି ନାହିଁ । ଘଟଣାକୁ ନେଇ ଇଡି ଖୋଳତାଡ଼ ଜାରି ରଖିଛି ।

 

Get real time updates directly on you device, subscribe now.