କିଏ ଏହି ମହାକୁମ୍ଭରେ ଚର୍ଚ୍ଚିତ ‘ଚାବି ବାଲା ବାବା’, ରହସ୍ୟମୟୀ ତାଙ୍କର ୨୦ କିଲୋ ଚାବିର କାହାଣୀ

ପ୍ରୟାଗରାଜ କୁମ୍ଭରେ ଚାବି ବାଲା ବାବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ୨୦ କିଲୋ ଲୁହାର ଚାବିକୁ ନେଇ ବୁଲୁଥିବା ବାବାଙ୍କ କହିବାନୁସାରେ, ଏହା ଲୋକଙ୍କର..

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁ ଏବଂ ସନ୍ଥଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଠାରେ ସାଧନା ଏବଂ ଆସ୍ଥାର ସଙ୍ଗମ ଦେଖିବାକୁ ମିଳିଛି। ହେଲେ ଏହି ସବୁ ମଧ୍ୟରେ ଜଣେ ବାବା ନିଜର ରହସ୍ୟମୟୀ ଚାବିକୁ ନେଇ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ଲୋକେ ଏହି ବାବାଙ୍କୁ ଲୋକେ ଶ୍ରଦ୍ଧାରେ ‘ଚାବି ବାଲା ବାବା’ ଡାକୁଛନ୍ତି। ବାବାଙ୍କ ହାତରେ ଥିବା ଏହି ୨୦ କିଲୋର ଚାବି ପେନ୍ଥା ତାଙ୍କର ଆଧ୍ୟାତ୍ମିକ ବର୍ତ୍ତା ଏବଂ ଜୀବନର ଉଦ୍ଦେଶ୍ୟର ପ୍ରତୀକ। ଏହି ଚାବି ପଛରେ ଲୁଚିଥିବା ରାଜ ଏବଂ ବାବାଙ୍କ ଭିନ୍ନ ଜୀବନଶୈଳୀ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି।

କିଏ ଏହି ବାବା: ଚାବି ବାଲା ବାବାଙ୍କ ଅସଲି ନାମ ହରିଶ୍ଚନ୍ଦ୍ର ବିଶ୍ୱକର୍ମା। ଏହି ୫୦ ବର୍ଷୀୟ ବାବା ଉତ୍ତରପ୍ରଦେଶର ରାୟବରେଲୀ ଜିଲ୍ଲାର ନିବାସୀ ଅଟନ୍ତି। ସେ ଛୋଟବେଳୁ ଏହି ଆଧ୍ୟାତ୍ମକତା ଆଡ଼କୁ ଢଳିଛନ୍ତି।

୧୬ ବର୍ଷରେ ସେ ନିଜ ଘର ଛାଡି ସମାଜର ମନ୍ଦ ଏବଂ ଘୃଣା ସହ ଲଢିବାର ନିଷ୍ପତ୍ତି ନେଇଛନ୍ତି। କବୀରପନ୍ଥୀ ବିଚାରଧାରାକୁ ଆପଣେଇବା ପାଇଁ ଲୋକେ ତାଙ୍କୁ କବୀରା ବାବା ମଧ୍ୟ କହିଥାନ୍ତି।

ଚାବିର ରହସ୍ୟ: ବାବାଙ୍କ ଅନୁସାରେ, ତାଙ୍କ ପାଖରେ ଥିବା ଏହି ଚାବି କେବଳ ଲୁହାର ଖଣ୍ଡ ନୁହେଁ, ବରଂ ଜୀବନ ଏବଂ ସତ୍ୟାର ପ୍ରତୀକ। ବାବାଙ୍କ କହିବାନୁଯାୟୀ, ଏହି ଚାବି ଲୋକଙ୍କ ଆହଂକାର ଏବଂ ମନରେ ବସିଥିବା ଅହଙ୍କାରର ତାଲା ଖୋଲିବା ପାଇଁ ରହିଛି।

ସେ କହିବାନୁଯାୟୀ, ମଣିଷ ଜୀବନର ଅସଲ ଉଦ୍ଦେଶ୍ୟ ତାଙ୍କ ଭିତରେ ଲୁଚିକି ଅଛି। ଯାହାକୁ ବୁଝିବା ପାଇଁ ଆତ୍ମମନ୍ଥନର ଆବଶ୍ୟକତା ରହିଛି। ତାଙ୍କର ବାର୍ତ୍ତା ରହିଛି ଯେ, ଆଧ୍ୟାତ୍ମ ବାହାରର ବସ୍ତୁ ନୁହେଁ, ଏହା ପ୍ରତି ମଣିଷ ଭିତରେ ଅଛି। ଏହାକୁ ଚିହ୍ନିବା ଲାଗି ଅହଙ୍କାର ଛାଡ଼ିବାକୁ ପଡିବ।