Tata ନା Reliance ଅକ୍ଷୟ ତୃତୀୟାରେ କିଏ ଦେଉଛି ଶସ୍ତା ସୁନା, ଜାଣନ୍ତୁ

ଅକ୍ଷୟ ତୃତୀୟାରେ କେଉଁଠୁ କିଣିବେ ଶସ୍ତା ସୁନା, ଜାଣନ୍ତୁ

ନୂଆଦିଲ୍ଲୀ: ଅକ୍ଷୟ ତୃତୀୟା ଏହି ମାସ ୩୦ ତାରିଖରେ ପାଳନ କରାଯିବ। ଏହି ପର୍ବରେ ମାଆ ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ। ଏହି ଦିନ ସୁନା କିଣିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କର ଅପାର କୃପା ମିଳିଥାଏ। ତେବେ ଆସନ୍ତୁ ଜାଣିବା କେଉଁଠାରେ ଆପଣ ଶସ୍ତାରେ ସୁନା କିଣିପାରିବେ।

ଟାଟା ବ୍ରାଣ୍ଡରେ କେତେ ମିଳୁଛି ରିହାତି: ଟାଟାର ଗୋଲ୍ଡ ଜୁଏଲାରୀ ବିକ୍ରି କରୁଥିବା ବ୍ରାଣ୍ଡ ତନିଷ୍କ ଅକ୍ଷୟ ତୃତୀୟାରେ ଖାସ ଅଫର ଆଣି ଆସିଛି। ଏହାର ଅଫିସିଆଲ ୱେବସାଇଟ ଅନୁସାରେ ଏହି ଅଫର ୧୯ ଅପ୍ରେଲରୁ ୩୦ ଅପ୍ରେଲ ପର୍ଯ୍ୟନ୍ତ ଚାଲିବ ଯେଉଁଥିରେ ୨୦% ରିହାତି ମିଳୁଛି।

ସେହିପରି ଆପଣ ଯଦି ୫୦ ହଜାରୁ ଅଧିକ ଗୋଲ୍ଡ କିଣିଛନ୍ତି ତେବେ ଏହା ଉପରେ ୫%ର ରିହାତି ମିଳୁଛି। ଯଦି ଆପଣ ୫୦ ହଜାରରୁ ୩୦ ଲକ୍ଷ ପର୍ଯ୍ୟନ୍ତ ସୁନା କିଣିବେ ତେବେ ଆପଣଙ୍କୁ ଏଥିରେ ୧୦%ର ରିହାତି ମିଳିବ।

ଯଦି ଆପଣ ୩ ଲକ୍ଷରୁ ୮ ଲକ୍ଷ ପର୍ଯ୍ୟନ୍ତ ଗୋଲ୍ଡ କିଣୁଛନ୍ତି ତେବେ ଏଥିରେ ଆପଣଙ୍କୁ ୧୫% ରିହାତି ମିଳିବ। ଏଥିସହ ଆପଣ ଯଦି ୮ ଲକ୍ଷ ଉପରକୁ ସୁନା କିଣିବେ ତେବେ ଏଥିରେ ଆପଣଙ୍କୁ ୨୦% ରିହାତି ମିଳିବ।

ରିଲାଏନ୍ସ: ରିଲାଏନ୍ସ କମ୍ପାନୀର ପ୍ରେସ ରିଲିଜ ଅନୁଯାୟୀ, ରିଲାଏନ୍ସ ଜୁଏଲର୍ସରୁ ଗୋଲ୍ଡ କିଣାକିଣି ଉପରେ ୨୫%ର ଅଫର ମିଳିବ। ସେହିପରି ଯଦି ଆପଣ ଡାଇମଣ୍ଡର ଜୁଏଲାରୀ ଆଣୁଛନ୍ତି ତେବେ ଆପଣଙ୍କୁ ୩୦%ର ରିହାତି ମିଳିବ।

ଏହି ଅଫରର ଲାଭ ଆପଣ ୨୪ ଅପ୍ରେଲରୁ ୫ ମେ ୨୦୨୫ ପର୍ଯ୍ୟନ୍ତ ଉଠାଇ ପାରିବେ।