ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା କରାଯାଇଥିବା ଅପରେସନ ସିନ୍ଦୁରରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରଙ୍କ ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମାସୁଦ ଆଝାର ଏକ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛନ୍ତି।
ବାହାବଲପୁରରେ ଆତଙ୍କବାଦୀ ଆଡ୍ଡା ଉପରେ ହୋଇଥିବା ଆକ୍ରମଣରେ ମାସୁଦ ଆଝାରର ଲୋକମାନେ ମୃତ୍ୟୁବରଣ କରିଛନ୍ତି। ରିପୋର୍ଟ ଅନୁସାରେ, ଆଜି ଅପରାହ୍ନ ୪ଟାରେ ମସୁଦ ପରିବାର ସଦସ୍ୟଙ୍କୁ ବାହାୱଲପୁରରେ କବର ଦିଆଦିଆଯିବାର ଥିଲା।
ମସୁଦ ଅଜହରର ବୟସ ୫୬ ବର୍ଷ । ପାକିସ୍ତନାରେ ଥିବା ଆତଙ୍କୀ ସଙ୍ଗଠନ ଜୈଶ-ଇ ମହମ୍ମଦର ମୁଖ୍ୟ ହେଉଛି ମସୁଦ । ୨୦୧୬ ପଠାନକୋଟ୍ ଏୟାରବେସ୍ ଆଟାକ୍ ୨୦୧୯ ପୁଲୱାମା ଆଟାକ ସମେତ ୨୦୦୧ରେ ପାର୍ଲାମେଣ୍ଟ ଆକ୍ରମଣରେ ଏବଂ ୨୦୦୮ ମୁମ୍ବାଇ ଆଟାକରେ ମସୁଦର ବଡ଼ ଭୂମିକା ରହିଛି ।
ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ମସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦରୀ ବୋଲି ଘୋଷଣା କରାଯାଇଛି । ମୋଷ୍ଟ ୱାଣ୍ଟେଡ୍ ମସୁଦକୁ ଧରିବାରେ ଭାରତ ସଫଳ ହୋଇଥିଲା । କିନ୍ତୁ ଏୟାର ଇଣ୍ଡିଆ ଆଇସି୮୧୪ ହାଇଜ୍ୟାକରେ ତାକୁ ମୁକ୍ତ କରିବାକୁ ପଡ଼ିଥିଲା ।
ଏହି ପ୍ଲେନକୁ ୧୯୯୯ ଡିସେମ୍ବରରେ ୫ ଆତଙ୍କବାଦୀଙ୍କ ଦ୍ୱାରା ହାଇଜ୍ୟାକ୍ କରାଯାଇଥିଲା । ଏହି ବିମାନଟି ଦିଲ୍ଲୀରୁ କାଠମାଣ୍ଡୁ ଯାଉଥିଲା । ଏହାପାଠାରୁ ପାକିସ୍ତାନ ସରକାରଙ୍କ ସୁରକ୍ଷା ବଳୟରେ ରହି ମସୁଦ ନିଜର ଆତଙ୍କୀ କାରବାର ଚଳାଇଛି ।
ଗତବର୍ଷ ନଭେମ୍ବରରେ ମସୁଦ ପାକିସ୍ତାନ ଅଧିକୃତ ପଞ୍ଜାବରେ ଭାଷଣ ଦେଇଥିଲା । ଯେଉଁଠାରେ ସେ ଭାରତକୁ ଆକ୍ରମଣ କରିବା କଥା କହିଥିଲା । ସେହିପରି ଗତବର୍ଷ ମସୁଦର ମୃତ୍ୟୁ ନେଇ ଏକ ସୋସିଆଲ ମିଡିଆ ପୋଷ୍ଟ ଖୁବ୍ ଭାଇରାଲ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ମିଛ ବୋଲି ଜଣାପଡ଼ିଥିଲା ।