fbpx

ପଶ୍ଚିମବଙ୍ଗର ବୀରଭୂମ ହିଂସାକାଣ୍ଡ ପଛର ଅସଲ କାରଣ କ’ଣ, ଏହା ପଛରେ ରହିଛି କି ରାଜନୀତିକ ଷଡ଼ଯନ୍ତ୍ର

Advertisement

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଜଣେ ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କୁ ହତ୍ୟା କରାଯିବା ପରେ ପ୍ରତିଶୋଧପରାୟଣ ସ୍ୱରୂପ ୮ ଜଣଙ୍କୁ ଜୀଅନ୍ତା ଜାଳି ହତ୍ୟା କରାଯାଇଥିଲା । ମୃତକଙ୍କ ମଧ୍ୟରେ ୬ ମହିଳା, ଜଣେ ପୁରୁଷ ଓ ଏକ ଶିଶୁ ଥିଲେ । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣ ଗିରଫ ହୋଇସାରିଥିବା ବେଳେ କୋଲକାତା ହାଇକୋର୍ଟ ଏହି ମାମଲାର ବିଚାର କରୁଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ପୁଣି ଥରେ ମୁହିଁମୁହିଁ ହୋଇଛନ୍ତି ବିଜେପି ଓ ଟିଏମସି । ରାଜ୍ୟ ସରକାର ଏହାର ଯାଞ୍ଚ ପାଇଁ ସ୍ୱତନ୍ତ୍ର ଯାଞ୍ଚ ଟିମ୍ (ଏସଆଇଟି ) ଗଠନ କରିଛନ୍ତି । ବିଜେପି ମଧ୍ୟ ୫ ସଂସଦୀୟ ଯାଞ୍ଚ କମିଟି ଗଠନ କରିଛି । ରାଜ୍ୟପାଳ ଜଗଦୀଶ ଧନଖର ଘଟଣାକୁ ଜଙ୍ଗଲରାଜ କହିଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ଏହି ଘଟଣାକୁ ନେଇ ଏବେ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଗଲାଣି ।

ଗତ ୨୧ ତାରିଖରେ ବୀରଭୂମ ଜିଲ୍ଳାର ରାମପୁରହାଟର ବାଗୁଟି ଗ୍ରାମର ଟିଏମସି ନେତା ତଥା ପଞ୍ଚାୟତର ଉପାନ ଭାଦୁ ଶେଖଙ୍କୁ ବମ୍ ପକାଇ ହତ୍ୟା କରାଯାଇଥିଲା । ଏହାପରେ ହିଂସାକାଣ୍ଡ ଘଟି ବାଗୁଟି ଗ୍ରାମର ଅନେକ ଘରେ ନିଆଁ ଲଗାଯିବା ସହ ଏଥିରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଟିଏମସି ନେତାଙ୍କୁ ହତ୍ୟା କରି ପ୍ରତିଶୋଧ ନେବାକୁ ଟିଏମସି ଏହି କାଣ୍ଡ ଘଟାଇଛି ବୋଲି ଭାଜପା ଅଭିଯୋଗ ଆଣିଛି । ମାତ୍ର ଏହା ରାଜନୀତି ସହିତ ଜଡ଼ିତ ନୁହେଁ ବୋଲି ଟିଏମସି କହିଛି । ସର୍ଟ ସର୍କିଟ କାରଣରୁ ନିଅାଁ ଲାଗି ଏହି ଘଟଣା ଘଟିଥିବା ଟିଏମସିର ଅଧ୍ୟକ୍ଷ କହିଛନ୍ତି ।

ତେବେ ଏହି ଘଟଣା ପଛରେ ଟିଏମସି ଓ କଂଗ୍ରେସର ଏକ ବଡ଼ ହାତ ଥିବା ମୃତ ଟିଏମସି ନେତା ଭାଦୁ ଶେଖଙ୍କ ଜଣେ ସମ୍ପର୍କୀୟ କହିଛନ୍ତି । ସେହିପରି ଅନ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ବାଗୁଟି ଗ୍ରାମରେ ଗତ ତିନି ଦଶକ ଧରି ଅବୈଧ ହତିଆର ନିର୍ମାଣ, ବେଆଇନ ପଥର ଖନନ, ଦେଶୀ ବମ୍ ନିର୍ମାଣ ପରି ଅପରାଧିକ କାର୍ଯ୍ୟକଳାପ ଚାଲି ଆସୁଛି । ରାଜ୍ୟରେ ବାମ ଦଳ କ୍ଷମତାରେ ଥିବା ବେଳେ ଏହି ଗ୍ରାମବାସୀ ତାଙ୍କୁ ସପୋର୍ଟ କରୁଥିଲେ । ଏବେ ଦିଦି କ୍ଷମତାରେ ଥିବାରୁ ସେମାନେ ଟିଏମସି ଆଡ଼କୁ ଢଳିଛନ୍ତି । ଉକ୍ତ ଅଞ୍ଚଳରେ ବହୁ ବେଆଇନ ଅପରାଧୀ କାର୍ଯ୍ୟ ଭାଦୁଙ୍କ ଇସାରାରେ ଚାଲୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.