fbpx

(Video) କେଉଁ ଦେବତାଙ୍କ ରୂପ ପ୍ରଭୁ ‘ଶାଳଗ୍ରାମ’? କେଉଁଠି ହୋଇଥିଲେ ଆବିର୍ଭାବ? ଜାଣନ୍ତୁ ପ୍ରଭୁଙ୍କର ଅପୂର୍ବ ଲୀଳା…

ପ୍ରତି ଠାକୁର ଘରେ ପୂଜା ପାଉଛନ୍ତି ପ୍ରଭୁ ଶାଳଗ୍ରାମ । କିନ୍ତୁ ଏହି ଶାଳଗ୍ରାମ କେଉଁ ଦେବତାଙ୍କ ଅବତାର, ତାହା ହୁଏତ ଖୁବ କମ୍ ଲୋକଙ୍କ ଜଣାଥିବ । ପ୍ରଭୁ ଶାଳଗ୍ରାମ ହେଉଛନ୍ତି ବିଷ୍ଣୁ ଶିଳା ଅର୍ଥାତ୍ ଭଗବାନ୍ ବିଷ୍ଣୁଙ୍କର ପ୍ରତୀକ । ସବୁ ମନ୍ଦିର, ମଠ ଓ ଧର୍ମାନୁଷ୍ଠାନରେ ଶାଳଗ୍ରାମଙ୍କୁ ପୂଜା କରାଯାଏ । ଶାଳଗ୍ରାମଙ୍କୁ ତୁଳସୀ ଦେଇ ପୂଜା କଲେ ସାକ୍ଷାତ ବିଷ୍ଣୁଙ୍କର କୃପା ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ବହୁ ପୂରାତନ କାଳରୁ ବିଶ୍ୱାସ ରହିଛି ଯେ ଯେଉଁ ରତ୍ନ ସିଂହାସନ ଗର୍ଭରେ ମହାପ୍ରଭୁ ଜଗନ୍ନାଥ ବିରାଜମାନ କରିଛନ୍ତି, ସେହି ସିଂହାସନ ଗର୍ଭରେ ଲକ୍ଷେ ଶାଳଗ୍ରାମ ରହିଛି ।

ଶାଳଗ୍ରାମ ହେଉଛନ୍ତି ଏକ ଜାତିର ପଥର । ଯାହାକୁ ବୈଜ୍ଞାନିକ ମାନେ ଆମ୍ଲୋନାଇଟ୍ ବୋଲି କୁହନ୍ତି । ଏହା ଏକ ଛିଦ୍ର ଯୁକ୍ତ କୁଣ୍ଡଳାକାର ଜୀବାଶ୍ମ । ତେବେ ହିନ୍ଦୁ ଶାସ୍ତ୍ର ମତରେ ଏହାକୁ ବିଷ୍ଣୁଙ୍କର ଜୀବନ୍ତ ପ୍ରତିମା ବୋଲି କୁହାଯାଇଛି । ଶାଳଗ୍ରାମ ବିନା କୈାଣସି ବିଷ୍ଣୁ ମନ୍ଦିର ପ୍ରତିଷ୍ଠା ସମ୍ଭବ ନୁହେଁ । ଶାଳଗ୍ରାମ କେବଳ ନେପାଳର ମୁକ୍ତିନାଥ ନାମକ ସ୍ଥାନରେ ଗଣ୍ଡୁକି ନଦୀ ପଠାରେ ଦେଖିବାକୁ ମିଳେ । ଦ୍ୱାରିକା ସମୁଦ୍ର କୂଳରୁ ମଧ୍ୟ ଏକ ପ୍ରକାରର ଧଳା ପଥର ମିଳେ । ଯାହାକୁ ଚକ୍ରନିକା କୁହାଯାଏ । ଏହି ପଥର ମଧ୍ୟ ଶାଳଗ୍ରାମ ସମତୁଲ୍ୟ ବୋଲି ବିଶ୍ୱାସ କରାଯାଏ । ଏ ପଥରକୁ ଶାଳଗ୍ରାମ ସହିତ ରଖି ପୂଜା କରାଯାଏ ।

ନେପାଳର ଗଣ୍ଡୁକି ନଦୀରେ ବ୍ରଜକୀଟ ନାମକ ଏକ ପ୍ରକାରର କୃମି ପୋକ ବାସ କରନ୍ତି । ଯାହାର ଦାନ୍ତ ଓ ନଖ ଗ୍ରାନାଇଟ୍ ଶିଳାଠୁ ବି ଟାଣ । ସେଇ କୀଟ ଗୁଡିକ ଏହି ପଥରରେ ରହବା ଫଳରେ ତା ଉପରେ ଚକ୍ରାକୃତି ଚିହ୍ନ ହୋଇଯାଏ । ଏହି ଚକ୍ରାକୃତି ଚିହ୍ନ ସବୁ କେବଳ ଶିଳାର ଉପରି ଭାଗରେ ନଥାଏ ବରଂ ପଥର ଭିତରେ ମଧ୍ୟ ଏପରି ଚକ୍ରାକୃତି ଛିଦ୍ର ଥାଏ । କାରଣ ଏହି କୀଟ ସେଇ ଶିଳା ଭିତରେ ହିଁ ବାସ କରିଥାନ୍ତି । ସେହି କୀଟ କରିଥିବା ଛିଦ୍ର ଗୁଡିକୁ ବଦନ ବା ମୁଖ କୁହାଯାଏ । ଆମେ ଯଦି ଶାଳଗ୍ରାମ ଉପରୁ ଗୋଟିଏ ପାଶ୍ୱରେ ଆଲୋକ ପକାଇବା ତବେ ସେ ଛିଦ୍ର ଗୁଡିକ ଖୁବ୍ ପରିଷ୍କାର ଭାବେ ଦେଖାଯିବ । ଅସଲି ଶାଳଗ୍ରାମ ଚିହ୍ନିବା ପାଇଁ ଏହି ଚକ୍ର ଚିହ୍ନ ହିଁ ମହତ୍ୱପୂର୍ଣ୍ଣ । ବିଶ୍ୱାସ କରାଯାଏ ଯେ ଭଗବାନ୍ ବିଷ୍ଣୁ ନିଜେ ସେ କୀଟ ରୂପରେ ଆସି ଏହି ଶିଳା ପ୍ରସ୍ତୁତ କରିଥାନ୍ତି ।

ଅଧିକାଂଶ ଶାଳଗ୍ରାମ ଶିଳା କଳା ରଙ୍ଗର । ଏହା ଛଡା ବିରଳ ଲାଲ ରଙ୍ଗର ଶାଳଗ୍ରାମ ବି ଦେଖାଯାଏ । ଶାଳଗ୍ରାମ ୩ ପ୍ରକାରର ହୋଇଥାନ୍ତି । ସାଧାରଣ କ୍ଷୁଦ୍ର ଓ ଅତି କ୍ଷୁଦ୍ର । ଅତି କ୍ଷୁଦ୍ର ଶାଳଗ୍ରାମରେ କୈାଣସ୍ି ଛିଦ୍ର ବା ଚକ୍ର ଦେଖିବାକୁ ମିଳେ ନାହିଁ । ହେଲେ ଏହାକୁ ଲାଇଟ୍ ଆଗରେ ରଖିଲେ ଏହାର ଭିତରଟା ଲାଲ୍ ଦେଖାଯାଏ । ଏହି ଶାଳଗ୍ରାମକୁ ରତ୍ନଗର୍ଭା କୁହାଯାଏ । ଏ ପ୍ରକାର ଶାଳଗ୍ରାମ ଅତି ବିରଳ । ଯେଉଁ ଶାଳଗ୍ରାମରେ ୭ ଟି ଛି୍ଦ୍ର ଓ ୧୪ ଟି ଚକ୍ର ଥାଏ । ତାକୁ ଅନନ୍ତ ପଦ୍ମନାଭ ମୂର୍ତି କୁହାଯାଏ । ଯେଉଁଥିରେ ୨ ଟି ଛିଦ୍ର ଓ ୪ ଟି ଚକ୍ର ଥାଏ , ତାକୁ ନାରାୟଣ ମୂର୍ତି କୁହାଯାଏ । ଉଭୟ ଶାଳଗ୍ରାମ ସମାନ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ ।

ଶାଳଗ୍ରାମଙ୍କୁ ନେଇ ଏକ କିମ୍ବଦନ୍ତୀ ବି ରହିଛି । କୁହାଯାଏ ମାଆ ତୁଳସୀ ଲକ୍ଷ୍ମୀଙ୍କ ଅଶଂ ନେଇ ଜନ୍ମ ଗ୍ହଣ କରିଥିଲେ । ଆଉ ସେ ରାକ୍ଷାସ ଜଳନ୍ଧରଙ୍କୁ ବିବାହ କରିଥିଲେ । ତୁଳସୀଙ୍କ ସତୀତ୍ୱ ବଳରେ ଜଳନ୍ଧରଙ୍କୁ କେହି ମାରିପାରୁନଥିଲେ । ତେଣୁ ସେ ଦେବ ଓ ମାନବଙ୍କ ଉପରେ ବହୁତ ଅତ୍ୟାଚାର କରୁଥିଲା । ତାର ଅତ୍ୟାଚାରରେ ଅତିଷ୍ଠ ହୋଇ ସମ୍ଗ୍ର ପୃଥିବୀ ତ୍ରାହି ତ୍ରାହି ଡାକିବା ରୁ ଭଗବାନ୍ ବିଷ୍ଣୁ ସଂସାରର ମଙ୍ଗଳ ପାଇଁ ତୁଳସୀଙ୍କ ସତୀତ୍ୱ ହରଣ କଲେ ଓ ତାପରେ ଜଳନ୍ଧରର ମୃତ୍ୟୁ ହେଲା । ହେଲେ ତୁଳସୀ ତାଙ୍କୁ ପଥର ହେବାର ଅଭିଶାପ ଦଲେ । ଭଗବାନ ବିଷ୍ଣୁ  ଅଭିଶାପକୁ ଗ୍ରହଣ କରି ପଥର ହୋଇଗଲେ । ଆଉ ସେହି ପଥର ହେଉଛନ୍ତି ଶାଳଗ୍ରାମ । ଅଭିଶାପ ପାଇବା ପରେ ସେ ତୁଲସୀଙ୍କୁ ଗଣ୍ଡୁକି ନଦୀ ରୂପରେ ପ୍ରବାହିତ ହୋଇ ତାଙ୍କୁ ଅଭିଶାପରୁ ମୁକ୍ତ କରିବାକୁ ଅନୁରୋଧ କଲେ । ତୁଳସୀ ମଧ୍ୟ ତାଙ୍କ ଅନୁରୋଧ ରକ୍ଷା କରି ଗଣ୍ଡୁକି ରୂପେ ପ୍ରବାହିତ ହୋଇ ଶାଳଗ୍ରାମ ରୂପେ ଅପେକ୍ଷାରତ ବିଷ୍ଣଙ୍କୁ ସଂଶ୍ପ କଲେ । ଫଳରେ ଭଗବାନ ବିଷ୍ଣୁ ଶ୍ରାପ ମୁକ୍ତ ହୋଇଥିଲେ ଓ ତୁଳସୀ ଦେବୀଙ୍କୁ ନେଇ ବୈକୁଣ୍ଠକୁ ଗମନ କରିଥିଲେ । କିନ୍ତୁ ଦୁହିଁଙ୍କ ପ୍ରତୀକ ଗଣ୍ଡୁକୀ ନଦୀ ଓ ଶାଳଗ୍ରାମ ଆମ ପୃଥିବୀ ପୃଷ୍ଠରେ ରହିଗଲେ । ସେବେ ଠାରୁ ଏହି ଶାଳଗ୍ରାମ ଭଗବାନ୍ ବିଷ୍ଣୁଙ୍କ ଜୀବନ୍ତ ପ୍ରତିମା ଭାବେ ପୂଜା ପାଇ ଆସୁଛନ୍ତି ।

Get real time updates directly on you device, subscribe now.