fbpx

(Video) କିଏ ଏହି ପତିତପାବନ? ସିଂହଦ୍ୱାରରେ କାହିଁକି ରହିଛନ୍ତି ପତିତପାବନ? ଜାଣନ୍ତୁ ଶ୍ରୀମନ୍ଦିରର ଅଜଣା କଥା…

Advertisement

ଓଡ଼ିଶା ଭାସ୍କର: ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ଅରୁଣ ସ୍ତମ୍ଭକୁ ମୁଣ୍ଡିଆ ମାରି ମନ୍ଦିର ଭିତରକୁ ଯାଇଥାନ୍ତି । ଏହାପରେ ସିଂହଦ୍ୱାର ବାହାରୁ ପତିତପାବନଙ୍କୁ ଦର୍ଶନ କରି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରନ୍ତି ମହାପ୍ରଭୁଙ୍କ ଲକ୍ଷ ଲକ୍ଷ ଭକ୍ତ । କିନ୍ତୁ ରତ୍ନ ସିଂହାସନରେ ପ୍ରଭୁଙ୍କୁ ଦର୍ଶନ କରିବା ପୂର୍ବରୁ ସିଂହଦୁଆରରେ ଏକ ମନଲୋଭା ରୂପରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ । ସିଂହଦୁଆରରେ ଚକାଡୋଳା କାଳିଆ ସଆନ୍ତ ପତିତପାବନଙ୍କ ରୁପରେ ବିରାଜମାନ କରିଛନ୍ତି । ଆପଣ ଜାଣନ୍ତି କି କେବେଠାରୁ ଶ୍ରୀମନ୍ଦିର ସିଂହଦୁଆରରେ ରହିଛନ୍ତି ପତିତପାବନ? କାହିଁକି ବାହାରକୁ ମୁହଁ କରି ସିଂହଦ୍ୱାରରେ ରହିଛନ୍ତି ପତିତପାବନ?

ଜଗନ୍ନାଥ ସଂସ୍କୃତି ବହୁ ପୁରୁଣା । ଶ୍ରୀମନ୍ଦିରକୁ ନେଇ ରହିଛି ଅନେକ ଅଜଣା କଥା ଏବଂ ଅନେକ କାହାଣୀ । ଶ୍ରୀମନ୍ଦିର ଉପରେ ମଧ୍ୟ ଅନେକ ଆକ୍ରମଣ ହୋଇଛି । ବହୁତ କିଛି ସହିଛି ଶ୍ରୀମନ୍ଦିର । ସେତେବେଳେ ଶ୍ରୀମନ୍ଦିର ଉପରେ ବହୁ ମୋଗଲ ରାଜା ମାନଙ୍କର ନଜର ଥିଲା । ଶ୍ରୀମନ୍ଦିରକୁ ଅକ୍ତିଆର କରିବା ପାଇଁ ସେମାନେ ହିନ୍ଦୁ ଶାସକ ମାନଙ୍କୁ ଆକ୍ରମଣ କରି ଧର୍ମାନ୍ତରିକରଣ କରୁଥିଲେ ।

ରାଜା ରାମଚନ୍ଦ୍ର ଦେବ ସୁବେଦାର ତକ୍କିଖାନ ଅଧିନରେ ଖୋର୍ଦ୍ଧା ଅଞ୍ଚଳରେ ଶାସନ କରୁଥିଲେ । ହେଲେ ଧିରେ ଧିରେ ବଢ଼ି ଚାଲିଥିଲା ତପ୍ତିଖାନର ଅତ୍ୟାଚାର । ଯାହାପରେ ତକ୍କିଖାନର ଅତ୍ୟାଚରରେ ଅତିଷ୍ଟ ହୋଇ ସେ ତାଙ୍କ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିଥିଲେ । ହେଲେ ରାଜା ରାମଚନ୍ଦ୍ରଦେବ ଦୁର୍ଭାଗ୍ୟବଶତଃ ଯୁଦ୍ଧରେ ପରାସ୍ତା ହୋଇଗଲେ । ତପ୍ତିଖାନର ବିଶାଳ ସେନା ଆଗରେ ହାରିଯାଇ ବନ୍ଦି ହୋଇଥିଲେ । ଏହା ପରେ ତକ୍କିଖାନ ପ୍ରସ୍ତାବ ଦେଇଥିଲା ଯେ, ଯଦି ରାଜା ତାଙ୍କ ଭଉଣୀ ରଜିଆଙ୍କୁ ବିବାହ କରନ୍ତି । ତେବେ ସେ ଶ୍ରୀମନ୍ଦିର ଉପରେ ଆଉ ଆକ୍ରମଣ କରିବେ ନାହିଁ । ବନ୍ଦୀରୁ ମଧ୍ୟ ରାଜାଙ୍କୁ ମୁକ୍ତି କରିଦେବେ । ଏହା ପରେ ରାଜା ରାମଚନ୍ଦ୍ର ଦେବ ଶ୍ରୀମନ୍ଦିରକୁ ରକ୍ଷା କରିବା ପାଇଁ ରଜିଆଙ୍କୁ ବିବାହ କରିଥିଲେ ।

ହେଲେ ଏହାପରେ ରାଜାଙ୍କୁ ଶ୍ରୀମନ୍ଦିର ମନା ହୋଇଗଲା । ଅଲଗା ଧର୍ମରେ ରାଜା ବିବାହ କରିଥିବାରୁ ତାଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରାଗଲା ନାହିଁ । ବହୁତ କଟୁ କଥାର ସାମ୍ନା କରିବାକୁ ପଡ଼ିଲା ରାଜାଙ୍କୁ । ଆଉ ଏଥିରେ ଭାଙ୍ଗିପଡ଼ିଥିଲେ ରାଜା ରାମଚନ୍ଦ୍ରଦେବ । ସବୁବେଳେ ଶ୍ରୀମନ୍ଦିର ସାମ୍ନାରେ ଆସି କାନ୍ଦି କାନ୍ଦି କାଳିଆ ଶାଆନ୍ତଙ୍କୁ ନିଜର ଦୁଃଖ ଜଣାଇଥିଲେ । କାରଣ ରାଜା ବହୁତ ବଡ଼ ଭକ୍ତ ଥିଲେ କାଳିଆ ସାଆନ୍ତଙ୍କର । ଏହା ପରେ ଆଶ୍ଚର୍ଯ୍ୟକର କଥା ଦେଖିବାକୁ ମିଳିଥିଲା । ମନ୍ଦିର ମଧ୍ୟରେ ସବୁବେଳେ ଅଳଙ୍କାର ଏବଂ ଫୁଲ ଏପଟ ସେପଟ ହୋଇ ପଡ଼ୁଥିବାର ଦେଖୁଥିଲେ ମୁଖ୍ୟପୁଜକ ।

ଗୋଟିଏ ରାତିରେ ମୁଖ୍ୟ ପୁଜକଙ୍କ ସ୍ୱପ୍ନରେ କାଳିଆ ଠାକୁର ଆସି କହିଥିଲେ ମୁଁ ପ୍ରତିଦିନ ମୋ ଭକ୍ତ ରାମଚନ୍ଦ୍ରଙ୍କୁ ଦେଖିବାକୁ ଯାଉଛି । କାରଣ ସେ ମନ୍ଦିରର ସୁରକ୍ଷା ଲାଗି ଅନ୍ୟ ଧର୍ମରେ ବିବାହ କରିଛି । ମୋ ଭକ୍ତ ମୋତେ ଦେଖିବାକୁ ଡହଳବିକଳ ହେଉଛି । ସେଥିପାଇଁ ତୁମେ ସିହଂଦ୍ୱାରରେ ମୋତେ ପତିତପାବନ ରୂପରେ ସ୍ଥାପନ କର । ଯେମିତି ମୋ ଭକ୍ତ ମୋତେ ସେହିଠାରୁ ହିଁ ଦେଖିପାରିବ । ଆଉ ଏଭଳି ସ୍ୱପ୍ନାଦେଶ ହେବା ପରେ ଶ୍ରୀମନ୍ଦିରର ଡାହାଣ ପାଖରେ ପ୍ରଭୁ ଜଗନ୍ନାଥଙ୍କୁ ପତିତପାବନ ରୂପରେ ସ୍ଥାପନ କରାଯାଇଛି । ସେବେଠାରୁ ପ୍ରଭୁ ପତିତପାବନ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ।

Get real time updates directly on you device, subscribe now.