fbpx

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବୁର୍ଖାରେ ଫେରାର ହୋଇଛନ୍ତି ! ଭଲ ଭାବରେ ଦେଖନ୍ତୁ ଏହି ଫଟୋକୁ

ଇସ୍ଲାମାବାଦ: ଗିରଫ ପୂର୍ବରୁ ଚଖମା ଦେଇ ଇମ୍ରାନ୍ ଖାନ୍ ଫେରାର ହୋଇ ଯାଇଥିବା ନେଇ ସୋମବାର ସକାଳେ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାର ହୋଇଥିଲା । ବିଭିନ୍ନ ଗଣମାଧ୍ୟରେ ଏହି ଖବର ପ୍ରସାର ହେବା ପରେ ଇମ୍ରାନ୍ ଙ୍କୁ କିଛି ଲୋକ ପଳାତକ ଘୋଷଣା ଦାବି କରିଥିଲେ । ହେଲେ କେମିତି ଏବଂ କେଉଁ ଅବସ୍ଥାରେ ଫେରାର ହେଲେ ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଏବେ ସବୁ ପ୍ରଶ୍ନର ଅନ୍ତ ଘଟିଛି । ଇମ୍ରାନ୍ କେମିତି ଫେରାର ହେଲେ ତାହା ଜଣାପଡିଛି ।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି ହେଉଛି ଯେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁର୍ଖା ପିନ୍ଧି ଫେରାର ହୋଇଛନ୍ତି । ଫଟୋ ସେୟାର କରି ପାକିସ୍ତାନୀ ଲୋକମାନେ ମଜା ନେଉଥିବା ବେଳେ ଇମ୍ରାନଙ୍କ ପୂର୍ବତନ ପତ୍ନୀ ରେହମ ଖାନ ଏହି ଫଟୋ ଉପରୁ ନୀରବତା ଭାଙ୍ଗିଛନ୍ତି। ସେ କହିଛନ୍ତି ଯେ ଏହା ଇମ୍ରାନଙ୍କ ଫଟୋ ନୁହେଁ ବରଂ ତାଙ୍କ ସାନ ଭଉଣୀର, କାରଣ ସେ ଇମ୍ରାନଙ୍କ ପରି ସମାନ ଦେଖିବାକୁ ।

 

ଜଣେ ଟ୍ୱିଟର ୟୁଜର୍ସ ଟୁଇଟ୍ ଏହି ଫଟୋ ଶେୟାର କରି ଲେଖିଛନ୍ତି, ଇମ୍ରାନ ପ୍ରକୃତରେ ବୁର୍ଖା ପିନ୍ଧି ପଳାୟନ କରିଛନ୍ତି କି? ରହମ୍ ଏହା ଉପରେ ନିଜର ଉତ୍ତର ଦେଇ ଲେଖିଥିଲେ ମୁଁ ନିଶ୍ଚିତ ଏହି ଫଟୋ ତାଙ୍କ ସାନ ଭଉଣୀର । କାରଣ ଉଭୟ ଦେଖିବାକୁ ସମାନ ଭଳି । ଅନେକ ଲୋକ ଫଟୋକୁ ମଜାଳିଆ ଢଙ୍ଗରେ ଦେଖୁଥିବେଳେ କେହିକେହି ସନ୍ଦେହ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ଇମ୍ରାନଙ୍କର ମୋଟ ଚାରି ଭଉଣୀ ଅଛନ୍ତି । ରୁବିନା ଖାନମ୍, ଆଲିମା ଖାନମ୍, ରାନୀ ଖାନମ୍ ଏବଂ ଉଜମା ଖାନମ୍ । ଏହି ଚିତ୍ର ତାଙ୍କ ସାନ ଭଉଣୀ ଉଜମା ଖାନୁମ ବୋଲି ଲୋକେ କହୁଛନ୍ତି । ଉଜମାଙ୍କ ଚେହେରା ଇମ୍ରାନ ଖାନଙ୍କ ସହ ବହୁତ ସମାନ। ଉଜମା ଖାନମ୍ ଲାହୋରରେ ରୁହନ୍ତି

Get real time updates directly on you device, subscribe now.