ଓଡ଼ିଶା ଭାସ୍କର: ଆଉ କିଛି ସମୟ ଭିତରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଥିପାଇଁ ସଜେଇ ହୋଇଛି ଭୁବନେଶ୍ୱର । କିନ୍ତୁ ଓଡ଼ିଶା ଗସ୍ତ ଭିତରେ ମୋଦୀଙ୍କୁ ହତ୍ୟା ଧମକ ସମସ୍ତଙ୍କୁ ଆନ୍ଦୋଳିତ କରିଛି । କିନ୍ତୁ ଏହି ଧମକ ପରେ ମୋଦୀଙ୍କ ସହ ଅଧିକାଂଶ ସମୟରେ ଜଣେ ମହିଳାଙ୍କୁ ଦେଖିବାକୁ ମିଳିଛି । ପ୍ରତ୍ୟେକ ମୁହୂର୍ତ୍ତରେ ମୋଦୀଙ୍କ ସହ ତାଙ୍କୁ ଦେଖାଯାଉଛି । ମୋଦୀଙ୍କ ସହ ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେଣୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ, ପ୍ରଧାନମନ୍ତ୍ରୀଙ୍କ ସହ ଏ ମହିଳା ଜଣକ କିଏ? ଯିଏ ସବୁଠି ମୋଦୀଙ୍କ ସହ ଦେଖା ଯାଉଛନ୍ତି । ତେବେ ମୋଦୀଙ୍କ ସହ ଥିବା ଏହି ମହିଳା ହେଉଛନ୍ତି ଜଣେ କମାଣ୍ଡୋ ଅଫିସର । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ନିୟୋଜିତ କରାଯାଇଛି ।
ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରିବାକୁ ଏହି ମହିଳା ଏସପିଜି କମାଣ୍ଡୋଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ଚର୍ଚ୍ଚା ହେଉଛି । ତେବେ ଏସପିଜିରେ ମହିଳା କମାଣ୍ଡୋ ରହିବା ନୂଆ କଥା ନୁହେଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା କାରଣରୁ ପାଖରେ ସବୁବେଳେ ରହୁଛନ୍ତି ଜଣେ ମହିଳା ଏସପିଜି କମାଣ୍ଡୋ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏସପିଜିରେ ମହିଳା କମାଣ୍ଡୋ ରହିବା ନୂଆ କଥା ନୁହେଁ । କିନ୍ତୁ ମହିଳା କମାଣ୍ଡୋ ଜଣକ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ, ଏହି ଫଟୋଟି ସଂସଦ ଭିତରର ଚିତ୍ର ହୋଇପାରେ ବୋଲି ଅନୁମାନ କରାଯାଉଛି । ଏସପିଜିର ମହିଳା କମାଣ୍ଡୋଙ୍କୁ ସଂସଦରେ ନିୟୋଜିତ କରାଯାଇଥାଏ ।
ମୋଦୀଙ୍କ ସୁରକ୍ଷାରେ ମହିଳା କମାଣ୍ଡୋ
- ମହିଳା ଅତିଥିଙ୍କ ସୁରକ୍ଷା ପାଇଁ ସଂସଦର ଗେଟରେ ନିୟୋଜିତ ହୋଇଥାନ୍ତି ମହିଳା କମାଣ୍ଡୋ
- ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆସୁଥିବା ମହିଳା ଅତିଥିଙ୍କ ସହ ଏମାନଙ୍କୁ ଦେଖିବାକୁ ମିଳିଥାଏ
- ୨୦୧୫ ପରଠାରୁ ମହିଳା କମଣ୍ଡୋଙ୍କୁ ନିୟୋଜିତ କରାଯାଇଛି
- ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସମୟରେ ଆଡଭାନ୍ସ ସିକ୍ୟୁରିଟି ଲାଇଜନ ପାଇଁ ମହିଳା କମାଣ୍ଡୋକୁ ପଠାଯାଇଥାଏ
- ବିଦେଶରେ ମଧ୍ୟ ମହିଳା କମାଣ୍ଡୋ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସହଯୋଗ କରିଥାନ୍ତି
- ଏସପିଜିରେ ୧୦୦ ପାଖାପାଖି ମହିଳା କମାଣ୍ଡୋ ରହିଛନ୍ତି । ତେବେ ଏହି ମହିଳା କମାଣ୍ଡୋ ଜଣଙ୍କ ପ୍ରଧାନମନ୍ତ୍ରୀ ଦେଇପାରନ୍ତି ସୁରକ୍ଷା ।