fbpx

ଏଣିକି ଆଇସୋଲେସନରେ ରହିବେ କେତେ ଦିନ ? WHO ଜାରି କଲା କରୋନାର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଚୀନ୍ ଜାପାନ ଓ ଆମେରିକା ସହିତ ବିଶ୍ୱର ଅନେକ ଦେଶରେ କରୋନାର ନୂଆ ତରଙ୍ଗ ଯୋଗୁଁ ହାହାକାର ସୃଷ୍ଟି ହୋଇଛି । ଏହି ଦେଶଗୁଡ଼ିକରେ ବଢ଼ୁଥିବା ମାମଲା ଯୋଗୁଁ ଭାରତ ମଧ୍ୟ ଚିନ୍ତାରେ ପଡ଼ିଯାଇଛି । ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଅନୁଯାୟ, ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । କରୋନାରୁ ମୃତ୍ୟୁ ସଂଖ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି ।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଡବ୍ଲୁଏଚଓ ପୁଣି ଥରେ କରୋନା ପାଇଁ ଏକ ଗାଇଡଲାଇନ ଜାରି କରିଛି । ଡବ୍ଲୁଏଚଓ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି । ଡବ୍ଲୁଏଚଓ ଅନୁଯାୟୀ, କରୋନାକୁ ରୋକିବା ପାଇଁ ମାସ୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ବ୍ୟତୀତ, ଟିକାକରଣର ବୁଷ୍ଟର ଡୋଜ ନେବାକୁ ଡବ୍ଲୁଏଚଓ ନିବେଦନ କରିଛି ।

୧୦ ଦିନର ଆଇସୋଲେସନ ଆବଶ୍ୟକ :-
୧୦ ଦିନ ପାଇଁ ଆଇସୋଲେସନରେ ରହିବା ଆବଶ୍ୟକ ବୋଲି ଡବ୍ଲୁଏଚଓ କହିଛି । ଡବ୍ଲୁଏଚଓ କହିଛି ଯେ, ଯଦି କୋଭିଡ -୧୯ ରୋଗୀଙ୍କଠାରେ ଭାଇରସର ଲକ୍ଷଣ ଦେଖାଯାଏ, ତେବେ ଲକ୍ଷଣ ଆରମ୍ଭ ହେବା ଦିନଠାରୁ ସେମାନଙ୍କୁ ଅତି କମରେ ୧୦ ଦିନ ଆଇସୋଲେସନରେ ରହିବାକୁ ପଡ଼ିବ । ଏହାପୂର୍ବରୁ ଡବ୍ଲୁଏଚଓ ଗାଇଡଲାଇନରେ କୁହାଯାଇଥିଲା ଯେ, ଯେଉଁମାନଙ୍କଠାରେ କରୋନାର ଲକ୍ଷଣ ଦେଖାଯାଏ, ସେମାନଙ୍କୁ ଲକ୍ଷଣ ଆରମ୍ଭ ହେବାର ୧୦ ଦିନ ପରେ ଡିସଚାର୍ଜ କରାଯାଏ । ଲକ୍ଷଣଗୁଡିକ ଗାଏବ୍ ହେବା ପରେ ଅତି କମରେ ୩ ଦିନ ପାଇଁ ସତର୍କତା ଅବଲମ୍ବନ କରାଯାଏ ।

ନେଗେଟିଭ୍ ରିପୋର୍ଟ ଥିବା ଲୋକଙ୍କ ପାଇଁ ଏହି ନିୟମ :-
ଡବ୍ଲୁଏଚଓ କହିଛି, ଯଦି କୌଣସି କରୋନା ସଂକ୍ରମିତ ରୋଗୀଙ୍କର ଆଣ୍ଟିଜେନ୍ ଆଧାରିତ ରାପିଡ ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ଆସେ, ତେବେ ତାଙ୍କୁ ଶୀଘ୍ର ଆଇସୋଲେସନରୁ ଛୁଟି ଦିଆଯାଇପାରେ । ଏହା ବ୍ୟତୀତ,ଯେଉଁ ରୋଗୀଙ୍କ ରିପୋର୍ଟ ପଜିଟିଭ ଆସିଛି କିନ୍ତୁ କୋଭିଡର ଲକ୍ଷଣ ନାହିଁ, ସେମାନଙ୍କ ପାଇଁ ୫ ଦିନର ଆଇସୋଲେସନ ଆବଶ୍ୟକ । ପୂର୍ବରୁ ଏହି ରୋଗୀମାନଙ୍କ ପାଇଁ ଆଇସୋଲେସନର ଅବଧି ଦଶ ଦିନ ଥିଲା ।

Get real time updates directly on you device, subscribe now.