କିଏ ଆଙ୍କିଲା ଭୁବନେଶ୍ୱର ରାସ୍ତାରେ ପାକିସ୍ତାନି ପତାକା ?

ଭୁବନେଶ୍ୱର ରୁପାଲି ଛକରେ ପାକିସ୍ତାନି ପୋଷ୍ଟର।

ଭୁବନେଶ୍ୱର: ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଶୀଳତ ଯୁଦ୍ଧ ଭିତରେ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ଆଉ ତାହା ହେଉଛି ଭୁବନେଶ୍ୱର ରାସ୍ତା ଉପରେ ପାକିସ୍ତାନି ପତାକା। ତାହାପୁଣି ଜନଗହଳି ପୂର୍ଣ୍ଣ ରାଜରାସ୍ତାରେ।

ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା କି ଯେତେବେଳେ ଭାରତ-ପାକିସ୍ତାନ ମଧ୍ୟରେ ଏକ ପ୍ରକାର ଲଢ଼େଇ ଚାଲିଛି। ପାକିସ୍ତାନି ଆତଙ୍କବାଦୀମାନେ ଭାରତର ନିରୀହ ହିନ୍ଦୁମାନଙ୍କୁ ବାଛି ବାଛି ଗୁଳି କରି ହତ୍ୟା କରିଛନ୍ତି।

ଆଉ ଯେଉଁ ବିବାଦ ଦିନକୁ ଦିନ ନୂଆ ବିବାଦ ଛିଡ଼ା କରିଛି। ଠିକ୍ ଏହି ସମୟରେ ଭୁବନେଶ୍ୱରର ରାସ୍ତା ଉପରେ ପାକିସ୍ତାନି ପତାକା ମରାଯିବା ଏକ ସମ୍ୱେଦନଶୀଳ ବିଷୟ ପରି ମନେ ହେଉଛି।

ହଁ ରବିବାର ଦିନ ରାତି ପ୍ରାୟ ୧୦ଟା ସମୟ। ରୂପାଲି ଛକ ରାସ୍ତା, ରାସ୍ତାରେ ବି ଗାଡ଼ି ମୋଟର ଯିବା ଆସିବା କରୁଥାଏ। ହଠାତ୍ ପିଚ ରାସ୍ତା ଉପରେ ନଜର ପଡିଲା। ଯେଉଁଠିକି ପିଚ ରାସ୍ତା ଉପରେ ତଳେ ପାକିସ୍ତାନି ପୋଷ୍ଟର ଲଗାଯାଇଥିବାର ଦେଖାଗଲା।

ଆଉ ଏହାକୁ ଟିକିନିଖି କରିବା ଦେଖିବା ପରେ ରୂପାଲି ଛକର ଉଭୟ ପାର୍ଶ୍ୱରେ ପାଖାପାଖି ୪ଟି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଲା। ହେଲେ ଆଶ୍ଚର୍ଯ୍ୟର କଥା ଏହା କି ଭୁବନେଶ୍ୱରର ରୂପାଲି ଛକ, ଯେଉଁଠି ସବୁବେଳେ ଜନଗହଳି ରୁହେ।

ସେହି ରାସ୍ତାରେ କେହି ଆସି ପାକିସ୍ତାନ ପୋଷ୍ଟର ଲଗାଇ ଚାଲିଗଲା କେହି କିଛି ଜାଣିପାରିଲେ ନାହିଁ। ଯାହାପରେ ଟ୍ରାଫିକ ଛକରେ କେହି ପାକିସ୍ତାନି ପତାକା ଲଗାଇ ଫେରାର ହୋଇଗଲା ଏବଂ କେହି କିପରି ଦେଖିପାରିଲେନି ତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

ପ୍ରଶ୍ନ ଉଠୁଛି କି ପାକିସ୍ତାନ ପତାକା ଲଗାଇବା ପଛରେ କି ଉଦ୍ଦେଶ୍ୟ ରହିଛି। ଏହା ଏକ ସମ୍ୱେଦନଶୀଳ ବିଷୟ, କେଉଁ ପରିସ୍ଥିତିରେ ଏହି ପତାକା ଲଗାଯାଇଛି ଏବଂ କିଏ ଲଗାଇଛି ତାହା ଉପରେ ତଦନ୍ତ ଜାରି ରହିଛି।