fbpx

(Video) କିଏ ହେବେ ଭାରତର ଅଧିନାୟକ? ପୁଣିଥରେ ଚମ୍ପିଆନ୍ ହେବ ଟିମ ଇଣ୍ଡିଆ… କହିଲେ ଜୟ ଶାହା

ନୂଆଦିଲ୍ଲୀ: ୧୧ ବର୍ଷ ପରେ ଭାରତକୁ ବିଶ୍ୱ ଚମ୍ପିଆନ୍ କରି ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଏମ.ଏସ ଧୋନୀଙ୍କ ପରେ ପ୍ରଥମ ଟି-୨୦ ବିଶ୍ୱକପ ଜିତାଇଛନ୍ତି ରୋହିତ । କିନ୍ତୁ ଚମ୍ପିଆନ୍ ମୁକୁଟ ପିନ୍ଧିବାର ମାତ୍ର କେଇଟା ମିନିଟ ପରେ ଟି-୨୦ ଫର୍ମାଟରୁ ସେ ଅବସର ନେଇ ଘୋଷଣା କରିଛନ୍ତି । ତେବେ ତାଙ୍କ ପରେ ଦଳର ନେତୃତ୍ୱ କିଏ ନେବେ, ସେ ନେଇ ଆଲୋଚନା ହେବାରେ ଲାଗିଛି । କିନ୍ତୁ ବର୍ତ୍ତମାନ ବିସିସିଆଇ ସଚିବ ଜୟ ଶାହ ଅଧିନାୟକ ପଦକୁ ନେଇ ଏକ ବଡ଼ ଘୋଷଣା କରିଛି । ରୋହିତ ଶର୍ମା ହିଁ ପୁଣିଥରେ ଭାରତକୁ ଚମ୍ପିଆନ୍ କରାଇବେ ବୋଲି କହିଛନ୍ତି ଜୟ ଶାହ ।

ରୋହିତ ଅଧିନାୟକ ଥିବା ବେଳେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଉପ-ଅଧିନାୟକ ପଦ ମିଳିଥିଲା । ତେଣୁ ସେ ଟି-୨୦ ଦଳର ପରବର୍ତ୍ତୀ ଅଧିନାୟକ ହୋଇପାରନ୍ତି । ଏ ନେଇ ଆଲୋଚନା ଲାଗି ରହିଥିବା ବେଳେ ଟି-ଟ୍ଵେଣ୍ଟି ବିଶ୍ଵକପରେ ଭାରତକୁ ଚାମ୍ପିୟନ କରାଇଥିବା ଅଧିନାୟକଙ୍କୁ ନେଇ ବଡ଼ କଥା କହି ଦେଇଛନ୍ତି ବିସିସିଆଇ ସେକ୍ରେଟାରୀ ଜୟ ସାହା । ଆଗାମୀ ବର୍ଷ ଦୁଇଟି ବଡ଼ ଟୁର୍ଣ୍ଣାମେଣ୍ଟ ଖେଳା ହେବାକୁ ଯାଉଛି । ଆଉ ସେଥିରେ କିଏ ଭାରତର ଅଧିନାୟକ ହେବ ତାକୁ ନେଇ ସେ ମୁହଁ ଖୋଲିଛନ୍ତି । ତାଙ୍କ କଥା ଶୁଣିବା ପରେ ସବୁ କଳ୍ପନା ଜଳ୍ପନାରୁ ପରଦା ଉଠିଛି । ୧୭ ବର୍ଷ ପରେ ରୋହିତଙ୍କ ନେଥୃତ୍ୱରେ ଭାରତ ପୁଣିଥରେ ଟି-୨୦ ଚମ୍ପିଆନ୍ ହୋଇପାରିଛି । ତେଣୁ ଆଗମୀ ବର୍ଷ ଚାମ୍ପିୟନ୍ସ ଟ୍ରଫି ଓ ଡବ୍ଲ୍ୟୁଟିସି ଫାଇନାଲରେ ଭାରତ ତାଙ୍କ ଅଧିନାୟକତ୍ଵରେ ପଡ଼଼ିଆକୁ ଓହ୍ଲାଇବ ବୋଲି ସ୍ପଷ୍ଟ କରିଛନ୍ତି ବିସିସିଆଇ ସଚିବ ଜୟ ଶାହ । କେବଳ ରୋହିତ ନୁହଁନ୍ତି ବରଂ ବିରାଟ କୋହଲି ମଧ୍ୟ ଏହି ଦୁଇଟି ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆର ପ୍ରମୁଖ ଖେଳାଳି ଭାବରେ ସାମିଲ ରହିବେ ।  ଏନେଇ ଜୟ ଶାହା ବିଧିବଦ୍ଧ ଭାବରେ ସୂଚନା ଦେଇଛନ୍ତି ।

ଗତ ୨୦୨୩ ବିଶ୍ଵକପ ଫାଇନାଲରେ ଭାରତ ଫାଇନାଲରେ ପ୍ରବେଶ କରିଥିବା ବେଳେ ଚାମ୍ପିୟନ ହେବାରୁ ମାତ୍ର ଗୋଟିଏ ପାହାଚ ଦୂରରେ ରହିଯାଇଥିଲା । ଫାଇନାଲରେ ହାରିବା ସତ୍ତ୍ଵେ ଭାରତୀୟ ଅଧିନାୟକ ରୋହିତଙ୍କ ଉପରେ ଭରଷା କରିଥିଲା ବିସିସିଆଇ । ତାଙ୍କ ଅଧିନାୟକତ୍ଵରେ ଟି-ଟ୍ଵେଣ୍ଟି ବିଶ୍ଵକପକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଶେଷରେ ୧୭ ବର୍ଷ ପରେ ଟିମ୍ ଇଣ୍ଡିଆ ହାତେଇଛି ଟି-୨୦ ଓ୍ଵାର୍ଲଡ କପ । ଏଥିପାଇଁ ବର୍ତ୍ତମାନ ବିଭିନ୍ନ ମହଲରୁ ଭାରତକୁ ପ୍ରଶଂସାର ସୁଅ ଛୁଟୁଛି । ତେବେ ରୋହିତ ଓ କୋହଲି ଉଭୟ ଆଗାମୀ ବଡ଼ ଟୁର୍ଣ୍ଣାମେଣ୍ଟରେ ପଡ଼ିଆକୁ ଫେରିବେ ବୋଲି ସ୍ପଷ୍ଟ ହୋଇଯାଇଛି । ତେଣୁ ଏହି ଦୁଇଟି ଯାକ ଇଭେଣ୍ଟରେ ଭାରତ ଚାମ୍ପିୟନ ହେବ ବୋଲି ଆଶା କରାଯାଉଛି । ଚଳିତବର୍ଷ ଭାରତ ହାସଲ କରିଥିବା ଟି-୨୦ ବିଶ୍ୱକପକୁ ରୋହିତ, କୋହଲି, ଦ୍ରାବିଡ ଓ ଜାଡେଜାଙ୍କ ପାଇଁ ସମର୍ପଣ କରିଛନ୍ତି ବିସିସିଆଇ ସଚିବ ଜୟ ଶାହ ।

Get real time updates directly on you device, subscribe now.