fbpx

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀର ନୂଆ ଚେହେରା କିଏ ହେବ?

ମଧ୍ୟପ୍ରଦେଶରେ କାହାର ଚାଲିବ ରାଜ୍‌? ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଲାଗି ରହିଛି ସସ୍‌ପେନ୍ସ୍ । ଭୋପାଲରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ବିଧାୟକ ଦଳ ବୈଠକରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ । ଏହି ବୈଠକରେ ୩ ପର୍ଯ୍ୟବେକ୍ଷକ ଭାବେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ଓବିସି ମୋର୍ଚ୍ଚା ମୁଖ୍ୟ କେ. ଲକ୍ଷ୍ମଣ ଓ ବିଜେପି ସମ୍ପାଦକ ଆଶା ଲାକ୍ରାଙ୍କୁ ନିଯୁକ୍ତ କରାଯାଇଛି ।

ଅନ୍ୟ ୪ଟି ରାଜ୍ୟ ଯଥା ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଓ ମିଜୋରାମର ନିର୍ବାଚନୀ ଫଳାଫଳ ଘୋଷଣା ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟପ୍ରଦେଶର ନୂତନ ମୁଖିଆ ଉପରେ ସମସ୍ତଙ୍କ ନଜର । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ୨୩୦ଟି ଆସନରୁ ବିଜେପି ୧୬୩ଟି ଆସନରେ ବିଜୟ ହାସଲ କରିଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବରାଜ ସିଂ ଚୌହାନ, ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ପଯେଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କୈଳାଶ ବିଜୟଭର୍ଗୀୟଙ୍କ ନାମ ଚର୍ଚ୍ଚାରେ ରହିଛି ।

Get real time updates directly on you device, subscribe now.